ଦେବଗଡ଼: ଭିତ୍ତିପ୍ରସ୍ତର ସ୍ଥାପନ ହେବାର 13 ବର୍ଷ ପୁରିଲାଣି, ତଥାପି ଷ୍ଟାଡିୟମରେ ଦର୍ଶକ ଗ୍ୟାଲେରୀ ନିର୍ମାଣ ହୋଇପାରିନାହିଁ । ଦର୍ଶକ ଗ୍ୟାଲେରୀ ପାଇଁ 13 ବର୍ଷ ପୂର୍ବରୁ ହୋଇଥିବା ଭିତ୍ତିପ୍ରସ୍ତର ଉପରେ ଉଇହୁଙ୍କା ଉଠିଲାଣି । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଦେବଗଡ଼ ସହରରେ ଥିବା ଏକମାତ୍ର ପୁରାତନ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ।
ଷ୍ଟାଡିୟମରେ ଦର୍ଶକ ଗ୍ୟାଲେରୀ ନିର୍ମାଣ ପାଇଁ ଗତ 2008 ମସିହାରେ ତତ୍କାଳୀନ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ପ୍ରଫେସର ନିରଞ୍ଜନ ପଣ୍ଡା ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ତତ୍କାଳୀନ କ୍ରୀଡା ଓ ଯୁବସେବା ନିର୍ଦ୍ଦେଶକ ନାରାୟଣ ପ୍ରସାଦ ଦାସ, ଦେବଗଡ଼ ଲୋକସଭା ସାଂସଦ ତଥା ବର୍ତ୍ତମାନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ତତ୍କାଳୀନ ବିଧାୟକ ତଥା ବର୍ତ୍ତମାନ ସମ୍ବଲପୁର ଲୋକସଭା ସଦସ୍ୟ ନିତିଶ ଗଙ୍ଗଦେଵ ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ । ଆଶାଥିଲା ଇନ୍ଦିରାଗାନ୍ଧୀ ଷ୍ଟାଡିୟମରେ ବହୁ ପ୍ରତୀକ୍ଷିତ ଦର୍ଶକ ଗ୍ୟାଲେରୀ ନିର୍ମାଣ ହେବ ।