ଓଡିଶା

odisha

ETV Bharat / state

ନିର୍ମାଣ ସରିଛି କିନ୍ତୁ କାମରେ ଆସୁନି 100 ଶଯ୍ୟା ବିଶିଷ୍ଟ ହଷ୍ଟେଲ - 100 ଶଯ୍ୟା ବିଶିଷ୍ଟ ଅନୁସୁଚିତ ଜାତି ଓ ଜନଜାତି ବାଳିକା ହଷ୍ଟେଲ ଖବର

ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଆଦିବାସୀ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଉଦ୍ଦିଷ୍ଟ ହଷ୍ଟେଲ ନିର୍ମାଣ କରାଯାଇଛି ହେଲେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଚରମ ଅବହେଳା ଯୋଗୁଁ ଭୂତ କୋଠିରେ ପରିଣତ ହୋଇଛି । ଅଧିକ ପଢନ୍ତୁ...

Tribe Girls Hostel  neglected in deogarh
ଅବହେଳିତ ହୋଇପଡିଛି 100 ଶଯ୍ୟା ବିଶିଷ୍ଟ ଅନୁସୁଚିତ ଜାତି ଓ ଜନଜାତି ବାଳିକା ହଷ୍ଟେଲ

By

Published : Jan 24, 2021, 5:02 PM IST

ଦେବଗଡ:'ସରକାର କା ମାଲ, ଦରିଆ ମେ ଡାଲ' ଏହି ଲୋକପ୍ରିୟ ଉକ୍ତିର ଯଥାର୍ଥତା ପରିଲକ୍ଷିତ ହୋଇଛି ଦେବଗଡ଼ ଜିଲ୍ଲା କଣ୍ଟାବାହାଳ ଗାଁରେ ନିର୍ମିତ 100 ଶଯ୍ୟା ବିଶିଷ୍ଟ ଆଦିବାସୀ ହଷ୍ଟେଲ । ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ ଏହି ହଷ୍ଟେଲ ଦୀର୍ଘ ଦଶବର୍ଷ ହେଲା ବ୍ୟବହାରରେ ନଆସି ଭୂତକୋଠିରେ ପରିଣତ ହୋଇଛି ।

ଅବହେଳିତ ହୋଇପଡିଛି 100 ଶଯ୍ୟା ବିଶିଷ୍ଟ ଅନୁସୁଚିତ ଜାତି ଓ ଜନଜାତି ବାଳିକା ହଷ୍ଟେଲ

ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକର କଣ୍ଟାବାହାଳ ଗାଁରେ ଗତ 2011-12 ମସିହାରେ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରୀ ମାନଙ୍କୁ ହଷ୍ଟେଲ ସୁବିଧା ଯୋଗାଇ ଦେଇ ଶିକ୍ଷାର ବିକାଶ କରାଯିବା ଲକ୍ଷ୍ୟରେ ଏକ 100 ଶଯ୍ୟା ବିଶିଷ୍ଟ ଗାର୍ଲସ ହଷ୍ଟେଲ ନିର୍ମାଣ କରାଯାଇଥିଲା । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷରୁ ନିର୍ମାଣ କରାଯାଇଥିବା ଏହି ହଷ୍ଟେଲ କୋଠାରେ ବ୍ୟୟ ହୋଇଥିଲା ପ୍ରାୟ 50 ଲକ୍ଷ ଟଙ୍କା ।

ମାତ୍ର ପରିତାପର ବିଷୟ ଯେ ଇତି ମଧ୍ୟରେ ଦୀର୍ଘ ଦଶବର୍ଷ ବିତିଯାଇଥିଲେ ସୁଦ୍ଧା ବିଭାଗୀୟ କର୍ତ୍ତୃପକ୍ଷଙ୍କ ଚରମ ଅବହେଳା ଯୋଗୁଁ ଏହି ହଷ୍ଟେଲ କୋଠାଟି ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରିନାହିଁ । ନବନିର୍ମିତ କୋଠାଟି ଦୀର୍ଘବର୍ଷ ହେଲା ପରିତ୍ୟକ୍ତ ଭାବେ ପଡିରହି ଭୂତକୋଠିରେ ପରିଣତ ହେବାକୁ ବସିଛି । ଏଠାରେ ଲାଗିଥିବା ଗୃହ ଉପକରଣ ସବୁ ନଷ୍ଟ ହେବାକୁ ବସିଲାଣି । ଆଖପାଖ ଅଞ୍ଚଳର ଅସାମାଜିକ ତତ୍ତ୍ବ ମାନେ ଏହି କୋଠାକୁ ନିଜ ଆଡ୍ଡାସ୍ଥଳୀ ଭାବେ ବ୍ୟବହାର କରି ଆସୁଛନ୍ତି ।

ସେପଟେ ଏଠାରେ ନାନା ଅନୈତିକ କାର୍ଯ୍ୟ ଚାଲିଥିବା ଅଭିଯୋଗ ହେଉଛି । ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ ଏହି କୋଠାଟି ଦୀର୍ଘବର୍ଷ ହେଲା ପରିତ୍ୟକ୍ତ ଭାବେ ପଡିରହି ମାଟିରେ ମିଶିଯିବା ପୂର୍ବରୁ ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷ ଏହାକୁ କାର୍ଯ୍ୟକ୍ଷମ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।

ଦେବଗଡରୁ ସରୋଜ ଶତପଥି,ଇଟିଭି ଭାରତ

For All Latest Updates

ABOUT THE AUTHOR

...view details