ଓଡିଶା

odisha

ETV Bharat / state

ବନ୍ଧୁ ଘର ବୁଲି ଆସିଥିଲେ, ମୁକୁଳା ଡ୍ରେନରେ ପଡି ଚାଲିଗଲା ଯୁବକଙ୍କ ଜୀବନ

ମୁକୁଳା ଡ୍ରେନରେ ପଡି ଜଣେ ଯୁବଙ୍କର ମୃତ୍ୟୁ ହୋଇଛି । କଟକ ବନ୍ଧୁ ଘର ବୁଲି ଆସିଥିଲେ ହେଲେ ସବୁ ଦିନ ପାଇଁ ଅଫେରା ରାଇଜକୁ ଚାଲିଗଲେ 22 ବର୍ଷୀୟ ଯୁବକ ରାହୁଲ । ଅଧିକ ପଢନ୍ତୁ

youth falls to death in open drain
ମୁକୁଳା ଡ୍ରେନରେ ପଡି ଚାଲିଗଲା ଯୁବକଙ୍କ ଜୀବନ

By

Published : Jul 16, 2023, 2:05 PM IST

ମୁକୁଳା ଡ୍ରେନରେ ପଡି ଚାଲିଗଲା ଯୁବକଙ୍କ ଜୀବନ

କଟକ:ପୁଣି ମୁଣ୍ଡ ନେଲା ମୁକୁଳା ଡ୍ରେନ । ସିଲଭର ସିଟିରେ ମୁକୁଳା ଡ୍ରେନରେ ପଡି ଜଣେ ଯୁବଙ୍କର ମୃତ୍ୟୁ ହୋଇଛି । କଟକ ବନ୍ଧୁ ଘର ବୁଲି ଆସିଥିଲେ ହେଲେ ଡ୍ରେନରେ ପଡିଯିବାରୁ ଯୁବକଙ୍କ ମୃତ୍ୟୁ ହୋଇଛି । ପୁରୀଘାଟ ଥାନାରେ ଏତଲା ଦିଆଯାଇଛି ପୋଲିସ ତଦନ୍ତ ଆରମ୍ଭ କରିଛି ।

କଟକରେ ଲଘୁଚାପଜନିତ ବର୍ଷା ଲାଗି ରହିଥିଲା ବେଳେ ଗତକାଲି (ଶନିବାର) ଏହି ଅଭାବନୀୟ ଘଟଣା ଘଟିଛି । ଡ୍ରେନରେ ପଡି 22 ବର୍ଷୀୟ ଯୁବକଙ୍କ ଜୀବନ ଯାଇଛି । ଗତକାଲି 26 ନମ୍ବର ୱାର୍ଡ ଅନ୍ତର୍ଗତ ଝୋଲାସାହିରେ ରହୁଥିବା ରାହୁଲ କାମ ସାରିକି ଘରକୁ ଫେରୁଥିବା ବେଳେ ହଠାତ ଫୋର କେୟାର ହସ୍ପିଟାଲ ନିକଟରେ ଥିବା ଏକ ମୁକୁଳା ଡ୍ରେନରେ ପଡିଯାଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଏସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଘଟଣା ଘଟିବା ପରେ ଏନେଇ ପୁରୀଘାଟ ଥାନାରେ ଏତଲା ଦେଇଛନ୍ତି ପରିବାର ।

22 ବର୍ଷୀୟ ଯୁବକ ରାହୁଲଙ୍କ ପରିବାର ରାଜସ୍ଥାନରେ ରୁହନ୍ତି । ତାଙ୍କ ବାପା ପୁରୀରେ ଏକ ଚାହା ଦୋକାନ କରି ପରିବାର ପ୍ରତିପୋଷଣ କରନ୍ତି । ବୁଧବାର ରାହୁଲ ରାଜସ୍ଥାନରୁ ଆସି ପୁରୀରେ ବାପାଙ୍କୁ ଦେଖା କରିଥିଲେ । ଗତକାଲି (ଶନିବାର) ସେ କଟକ ଝୋଲାସାହିରେ ତାଙ୍କ ବନ୍ଧୁଙ୍କ ଘରକୁ ବୁଲି ଆସିଥିଲେ । ଲଗାଣ ବର୍ଷାରେ କଟକରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଥିଲା । ଡ୍ରେନ ପାଣି ଓ ବର୍ଷା ଜଳରେ ରାସ୍ତା ସମାନ ହୋଇଯାଇଥିଲା । କିଛି କାମ ସାରି ଫେରୁଥିବା ବେଳେ ମୁକୁଳା ଡ୍ରେନରେ ପଡି ଯାଇଥିଲେ ରାହୁଲ । ଫଳରେ ତାଙ୍କର ମୃତ୍ୟୁ ହୋଇଛି । ଘଟଣାକୁ ନେଇ ପରିବାର ଥାନାରେ ଏତଲା ଦେଇଛନ୍ତି ।

ଏହା ବି ପଢନ୍ତୁ...ମୁକୁଳା ଡ୍ରେନରେ ପଡି ନାବାଳକ ମୃତ୍ୟୁ ଘଟଣା, ସରକାରଙ୍କୁ ଘେରିଲା ବିଜେପି

ଏହାକୁ ନେଇ କଟକ ମହାନଗର ନିଗମର କାର୍ଯ୍ୟ କାରିତା ଉପରେ ଉଠିଛି ବଡ଼ ପ୍ରଶ୍ନ । ଡ୍ରେନରୁ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇ ଏସସିବିକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ବ୍ୟବଚ୍ଛେଦ ପରେ ରାଜସ୍ଥାନ ପଠାଯିବା ନେଇ ସୂଚନା ଦେଇଛନ୍ତି ସ୍ଥାନୀୟ କର୍ପୋରେଟର ଗଗନ ଓଝା । ସିଏମସିର ବେପରୁଆ ନୀତି ପାଇଁ ଏଭଳି ଘଟଣା ଘଟିଛି । ଗତ ଜାନୁଆରୀ 18 ତାରିଖରେ କଟକ ବିଡାନାସୀ ଅଞ୍ଚଳରେ ମଧ୍ୟ ଏଭଳି ଅଭବୀୟ ଘଟଣା ଘଟିଥିଲା । ଯେଉଁଥିରେ ଏକ ଛୋଟ ପିଲାର ମୃତ୍ୟୁ ଘଟିଥିଲା । ବର୍ତ୍ତମାନ ରାହୁଲଙ୍କ ମୃତ୍ୟୁ ସିଏମସି କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ସୃଷ୍ଟି ହୋଇଛି । ଏ ଦିଗରେ ସିଏମସି ଶୀଘ୍ର ପଦକ୍ଷେପ ଗ୍ରହଣ କରିବା ପାଇଁ ପରିବାର ସମେତ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।

ଇଟିଭି ଭାରତ, କଟକ

ABOUT THE AUTHOR

...view details