ଓଡିଶା

odisha

ETV Bharat / state

ସଫଳ ଚାଷୀ ସୁଶାନ୍ତ: ୩୦୦ ଟଙ୍କାରେ ଆରମ୍ଭ କରିଥିଲେ ଛତୁ ଚାଷ, ବର୍ଷକୁ ରୋଜଗାର ୫ ଲକ୍ଷ - ଛତୁ ଚାଷ କରି ଲକ୍ଷପତି

ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଇଥିଲେ । ଓଡ଼ିଶା ଫେରି ମାତ୍ର ୩ ଶହ ଟଙ୍କାରେ ଛତୁଚାଷ ଆରମ୍ଭ କରିଥିଲେ । ବର୍ତ୍ତମାନ ବର୍ଷକୁ ୫ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି କଟକ ଜିଲ୍ଲା ନିଆଳି ବ୍ଲକର ମାଧବ ଗାଁର ସୁଶାନ୍ତ ପରିଡ଼ା । ଅଧିକ ପଢ଼ନ୍ତୁ

youth get success through mushroom cultivation
ରୋଜଗାର ଦେଲା ଛତୁ

By

Published : Apr 26, 2023, 1:33 PM IST

ସଫଳ ଚାଷୀ ସୁଶାନ୍ତ

ନିଆଳି: ଛତୁ ଚାଷ କରି ରୋଜଗାର କରୁଛନ୍ତି ଲକ୍ଷାଧିକ ଟଙ୍କା । ନିଜେ ସ୍ବାବଲମ୍ବୀ ହେବା ସହ ଅନ୍ୟକୁ ଦେଉଛନ୍ତି ରୋଜଗାର । ୩ଶହ ଟଙ୍କାରୁ ବ୍ୟବସାୟ ଆରମ୍ଭ କରି ଜଣେ ସଫଳ ଛତୁ ଚାଷୀ ଭାବେ ପରିଣତ ହୋଇଛନ୍ତି କଟକ ଜିଲ୍ଲା ନିଆଳି ବ୍ଲକର ମାଧବ ଗାଁର ପିତବାସ ପରିଡ଼ାଙ୍କ ପୁଅ ସୁଶାନ୍ତ ପରିଡ଼ା । କଠିନ ପରିଶ୍ରମ ଆଉ ଇଚ୍ଛାଶକ୍ତି ବଳରେ ତାଙ୍କୁ ଏହି ସଫଳତା ମିଳିଛି ।

ସୁଶାନ୍ତ ପରିଡ଼ା ଦାଦନ ଶ୍ରମିକ ଭାବରେ ଗୁଜୁରାଟ ଚାଲିଯାଇଥିଲେ । ନିଜ କାର୍ଯ୍ୟରେ ସନ୍ତୁଷ୍ଟି ନହେବା ପରେ ପୁଣି ଓଡ଼ିଶା ଚାଲିଆସିଥିଲେ । ବ୍ୟବସାୟ କରିବା ପାଇଁ ମନସ୍ଥ କରିଥିଲେ । 2014 ମସିହାରେ ନିଜ ବାଡ଼ିରେ 3 ଶହ ଟଙ୍କାରୁ ଛତୁ ଚାଷ ଆରମ୍ଭ କରିଥିଲେ । ସେଥିରୁ ହିଁ ତାଙ୍କୁ ସଫଳତା ମିଳିଥିଲା । ଏହାପରେ ସୁଶାନ୍ତ ଲିଜ ସୂତ୍ରରେ ଚାରୋଟି ସ୍ଥାନରେ ଆଠ ଏକର ଜମିରେ ଛତୁ ଚାଷ କରିବା ଆରମ୍ଭ କଲେ । କଠିନ ପରିଶ୍ରମ କଲେ ସଫଳତା ନିଶ୍ଚିତ ମିଳିଥାଏ । ଯାହା ପ୍ରମାଣିତ କରିଛନ୍ତି ନିଆଳି ମାଧବ ସୁଶାନ୍ତ ପରିଡ଼ା । ଅଳ୍ପ ପାଠପଢ଼ା କିନ୍ତୁ ଇଚ୍ଛାଶକ୍ତି କଠିନ ପରିଶ୍ରମ ବଳରେ ପାଲଟିଛନ୍ତି ସଫଳ ଛତୁ ଚାଷୀ । ମାଧବ ପଞ୍ଚାୟତର ଚନ୍ଦ୍ରମଉଳି, ଜନକ ଋଷି ମଠ, ସୁଦର୍ଶନ ଦାରୁ ପୀଠ, ମାଧବ ହାଇସ୍କୁଲର ଚାରୋଟି ସ୍ଥାନରେ ଆଠ ଏକର ଜମିରେ ଛତୁ ଚାଷ କରି ଦିନକୁ ପାଞ୍ଚ କ୍ବିଣ୍ଟାଲ ଛତୁ ଉତ୍ପାଦନ କରୁଛନ୍ତି । ନିଜେ ସ୍ବାବଲମ୍ବୀ ହେବା ସହ ଅନ୍ୟମାନଙ୍କୁ ମଧ୍ୟ ରୋଜଗାର ଦେବାରେ ସକ୍ଷମ ହୋଇପାରିଛନ୍ତି ସୁଶାନ୍ତ । ସେ 25 ଜଣଙ୍କୁ ରୋଜଗାର ଯୋଗାଇଛନ୍ତି ।

ଏନେଇ ସୁଶାନ୍ତ କହିଛନ୍ତି, "ବର୍ଷ ସାରା ଛତୁ ଚାଷ କରିବାରେ ସକ୍ଷମ ହୋଇଛି । 25 ଜଣ ଲୋକ ଚାରୋଟି ସ୍ଥାନରେ ଭାଗ ଭାଗ କରି କାର୍ଯ୍ୟ କରନ୍ତି ।‌ ଛତୁ ଦିନକୁ ଦୁଇ ଥର ସଂଗ୍ରହ କରାଯାଇଥାଏ । ଏହି ସବୁ ଛତୁ କଟକ, ଖୋର୍ଦ୍ଧା, ପୁରୀ ଜିଲ୍ଲାରୁ ବେପାରୀ ମାନଙ୍କୁ କିଲୋ ପ୍ରତି ଦୁଇ ଶହ ଟଙ୍କାରେ ବିକ୍ରି କରାଯାଏ । ବର୍ଷକୁ ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର ହେଉଛି ।" ଅନ୍ୟପଟେ ପୁଅର ଏହି ସଫଳତା ଦେଖି ବାପା ମଧ୍ୟ ବେଶ ଖୁସି ଥିବା କହିଛନ୍ତି । ନିଆଳି ମାଧବ ଗାଁର ସୁଶାନ୍ତ ପରିଡ଼ା ଛତୁଚାଷ କରି ନିଜେ ଲାଭବାନ ହେବା ସହ ଅନ୍ଯମାନଙ୍କ ପାଇଁ ମାଗଦର୍ଶକ ପାଲଟିଛନ୍ତି ।‌

ଇଟିଭି ଭାରତ, ନିଆଳି

ABOUT THE AUTHOR

...view details