କଟକ: କାଠଯୋଡ଼ି ପୋଲ ଉପରୁ ନଦୀକୁ ଡେଇଁ ଯୁବକ ମୃତ । ଯୁବକ ଜଣକ ଭୁବନେଶ୍ବର ଖାରବେଳ ନଗର ଅଞ୍ଚଳର ସପନ କୁମାର ବେହେରା ବୋଲି ଜଣାପଡିଛି। ଯୁବକ ଜଣକ ବ୍ରିଜ ଉପରେ ନିଜ ସ୍କୁଟି ରଖି ନଦୀକୁ ଡେଇଁ ପଡିଥିବା ସ୍ଥାନୀୟ ଲୋକଙ୍କ ନଜରକୁ ଆସିଥିଲା। ଏହାପରେ ସେମାନେ ପୋଲିସକୁ ଖବର ଦେଇଥିଲେ । ତେବେ ସୂଚନା ପାଇ ଓଡ୍ରାଫ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଯୁବକ ଜଣଙ୍କୁ ଖୋଜାଖୋଜି ଆରମ୍ଭ କରିଥିବା ବେଳେ, ଏବେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି ।
କାଠଯୋଡ଼ି ପୋଲ ଉପରୁ ଡେଇଁ ଯୁବକ ମୃତ, କାଲିଠୁ ଥିଲେ ନିଖୋଜ - a young man died in jumped into kathajodi river
କାଠଯୋଡ଼ି ପୋଲ ଉପରୁ ନଦୀକୁ ଡେଇଁ ଯୁବକ ମୃତ । ଯୁବକ ଜଣକ ଭୁବନେଶ୍ବର ଖାରବେଳ ନଗର ଅଞ୍ଚଳର ସପନ କୁମାର ବେହେରା ବୋଲି ଜଣାପଡିଛି। ଅଧିକ ପଢନ୍ତୁ...
![କାଠଯୋଡ଼ି ପୋଲ ଉପରୁ ଡେଇଁ ଯୁବକ ମୃତ, କାଲିଠୁ ଥିଲେ ନିଖୋଜ କାଠଯୋଡ଼ି ପୋଲ ଉପରୁ ନଦୀକୁ ଡେଇଁଲେ ଯୁବକ](https://etvbharatimages.akamaized.net/etvbharat/prod-images/768-512-13403241-thumbnail-3x2-ctc-6.jpg)
କାଠଯୋଡ଼ି ପୋଲ ଉପରୁ ନଦୀକୁ ଡେଇଁଲେ ଯୁବକ
କାଠଯୋଡ଼ି ପୋଲ ଉପରୁ ଡେଇଁ ଯୁବକ ମୃତ, କାଲିଠୁ ଥିଲେ ନିଖୋଜ
ସେପଟେ ଗତକାଲି ରାତିରୁ ଯୁବକ ଜଣକ ମଦ୍ୟପାନ କରି ନିଖୋଜ ଥିବା ନେଇ ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକେ । ତେବେ ଆଜି ସକାଳୁ କାଠଯୋଡି ପୋଲ ଉପରୁ ତାଙ୍କ ସ୍କୁଟି ମିଳିଥିଲା । ତେବେ କେଉଁ କାରଣରୁ ଯୁବକ ଜଣକ ନଦୀକୁ ଡେଇଁଲେ, ତାହାର ତଦନ୍ତ ଜାରି ରଖିଛି ପୋଲିସ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ
Last Updated : Oct 20, 2021, 10:21 AM IST