ଓଡିଶା

odisha

ETV Bharat / state

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଆତ୍ମୀୟଙ୍କୁ ହରାଇ ମାନସିକ ଭାରସାମ୍ୟ ହରାଇଥିଲେ

ମାନସିକ ଭାରସାମ୍ୟ ହରାଇ ଜୀବନ ହାରିଲେ ଯୁବକ। ଆତ୍ମୀୟଙ୍କୁ ହରାଇ ମାନସିକ ଭାରସାମ୍ୟ ହରାଇଥିଲେ ଯୁବକ। ଅଧିକ ପଢନ୍ତୁ

Etv Bharat
Etv Bharat

By ETV Bharat Odisha Team

Published : Aug 28, 2023, 12:15 PM IST

Updated : Aug 28, 2023, 1:10 PM IST

ଆତ୍ମୀୟଙ୍କୁ ହରାଇ ମାନସିକ ଭାରସାମ୍ୟ ହରାଇଥିଲେ

ନିଆଳି: ଉଜୁଡି ଗଲା ପୁରା ପରିବାର। ଭାଇ, ବାପା ଓ ସ୍ତ୍ରୀକୁ ହରାଇବା ପରେ ମାନସିକ ଭାରସାମ୍ୟ ହରାଇ ଜୀବନ ହାରିଲେ ଯୁବକ। ଏକା ହୋଇଗଲେ ବୃଦ୍ଧ ମହିଳା । ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲାର ବାଲିପାଟଣା ଥାନା ନୂଆସାହି ଗ୍ରାମରେ। ମୃତକ ଜଣଙ୍କ ହେଉଛନ୍ତି ତପନ କୁମାର ସାହୁ ଓରଫ ବାପୁ। ରବିବାର ରାତିରେ ସେ ଘର ଭିତରେ ଜୀବନ ହାରିଥିବା କୁହାଯାଉଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି ।

ଏହା ମଧ୍ୟ ପଢନ୍ତୁ-ପୋଲିସ କନେଷ୍ଟବଳଙ୍କ ସନ୍ଦେହଜନକ ମୃତ୍ୟୁ, ସରକାରୀ ବାସଭବନରୁ ମୃତଦେହ ଉଦ୍ଧାର

ପୂର୍ବରୁ ତପନଙ୍କ ଦୁଇ ଭାଇଙ୍କର ଆତ୍ମହତ୍ୟା ଜନିତ ମୃତ୍ୟୁ ହୋଇଥିବା ବେଳେ ପରେ ବାପାଙ୍କ ମୃତ୍ୟୁ ଘଟିଥିଲା । ଏହାପରେ କିଛି ମାସ ତଳେ ତାଙ୍କ ସ୍ତ୍ରୀ କୌଣସି ଏକ ରୋଗରେ ଆକ୍ରାନ୍ତ ହେବାରୁ ତାଙ୍କର ମୃତ୍ୟୁ ହୋଇଥିଲା । ନିଜ ଆତ୍ମୀୟଙ୍କ ମୃତ୍ୟ ପରେ ଶେଷରେ ମାନସିକ ଭାରସାମ୍ୟ ହରାଇ ଯୁବକ ଜଣଙ୍କ ଜୀବନ ହାରିଥିବା କୁହାଯାଉଛି। ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

ଏହା ମଧ୍ୟ ପଢନ୍ତୁ-ମହିଳା ହୋମଗାର୍ଡ ଆତ୍ମହତ୍ୟା ଉଦ୍ୟମ ଘଟଣା: କାର୍ଯ୍ୟାନୁଷ୍ଠାନ ଦାବିରେ ପୋଲିସ ଡିଜିଙ୍କୁ ଭେଟିଲା ବିଜେପି

ପଡୋଶୀଙ୍କ କହିବା ଅନୁଯାୟୀ, ବାପୁ ପୂର୍ବରୁ ଦୁଇ ଭାଇଙ୍କୁ ହରାଇଛନ୍ତି, ଏହାପରେ ବାପାଙ୍କୁ ହରାଇଲା ପରେ ତାଙ୍କ ସ୍ତ୍ରୀଙ୍କର କିଛି ମାସ ତଳେ ମୃତ୍ୟୁ ହୋଇଥିଲା ।‌ ଏହା ପରେ ସେ ସବୁବେଳେ ମାନସିକ ଚାପରେ ରହୁଥିଲେ।‌ କିଛି ଦିନ ତଳେ ଆତ୍ମହତ୍ୟା ଉଦ୍ୟମ ବି କରିଥିଲେ, କିନ୍ତୁ ଅଳ୍ପକେ ବର୍ତ୍ତି ଯାଇଥିଲେ । କିଛିଦିନ ତଳେ‌ ତାଙ୍କ ବିଧବା ମାଆଙ୍କ ସହ କୌଣସି କାରଣକୁ ନେଇ ଗଣ୍ଡଗୋଳ ହୋଇଥିଲା ଏବଂ ବାପୁ ମାଆଙ୍କୁ ମାଡ ମାରିଥିଲେ । ଏହି ଘଟଣା ବାଲିପାଟଣା ଥାନାରେ ପହଞ୍ଚି ଥିଲା । ପରେ ସମାଧାନ ହୋଇ ଘରକୁ ଫେରି ଥିଲେ। ମାନସିକ ଭାରସାମ୍ୟ ହରାଇ ସେ ଜୀବନ ହାରିଥିବା ସ୍ଥାନୀୟ ଲୋକେ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ- କୁରାଢିଆ ସରପଞ୍ଚଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ଅନୁରୂପ ଭାବରେ ଗତ ରବିବାର ଭଦ୍ରକରେ ଜଣେ ପୋଲିସ କନେଷ୍ଟବଳଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ସରକାରୀ ବାସଭବନରୁ କନେଷ୍ଟବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଥିଲା ପୋଲିସ । ତିହିଡି ଥାନା ଅଞ୍ଚଳରେ ଏହି ଘଟଣା ଘଟିଥିଲା । ପାରିବାରିକ କଳହରୁ ପୋଲିସ କର୍ମୀ ଜଣକ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ପୋଲିସ ସନ୍ଦେହ କରିଛି ।

ଇଟିଭି ଭାରତ, ନିଆଳି

Last Updated : Aug 28, 2023, 1:10 PM IST

ABOUT THE AUTHOR

...view details