କଟକ: ବିଦ୍ୟୁତ ଦର ବୃଦ୍ଧି ନେଇ ତେଜୁଛି ରାଜନୈତିକ ଆନ୍ଦୋଳନ । କୋଭିଡ ମହାମାରୀ ସମୟରେ ବିଦ୍ୟୁତ ଦରବୃଦ୍ଧିକୁ ବିରୋଧ କରିଛି କଂଗ୍ରେସ । ଏନେଇ ଆଜି(ମଙ୍ଗଳବାର) କଟକ ରାଣୀହାଟ ନିକଟସ୍ଥ ଇଲେକ୍ଟ୍ରି ଅଫିସ ସାମ୍ନାରେ ଜୋରଦାର ଆନ୍ଦୋଳନ କରିଛନ୍ତି କଂଗ୍ରେସ କର୍ମୀ ।
ବିଦ୍ୟୁତ ଦର ବୃଦ୍ଧି ନେଇ ଗର୍ଜିଲା ଯୁବ କଂଗ୍ରେସ - electricity prices
ଆଜି(ମଙ୍ଗଳବାର) କଟକ ରାଣୀହାଟ ନିକଟସ୍ଥ ଇଲେକ୍ଟ୍ରି ଅଫିସ ସାମ୍ନାରେ ଜୋରଦାର ଆନ୍ଦୋଳନ କରିଛନ୍ତି କଂଗ୍ରେସ କର୍ମୀ । ଅଧିକ ପଢନ୍ତୁ...
ବିଦ୍ୟୁତ ଦର ବୃଦ୍ଧି ନେଇ ଗର୍ଜିଲା ଯୁବ କଂଗ୍ରେସ
ବିଦ୍ୟୁତ ଦର ବୃଦ୍ଧି ନେଇ ଗର୍ଜିଲା ଯୁବ କଂଗ୍ରେସ
କୋରୋନା ମହାମାରୀ ସମୟରେ ପେଟ୍ରୋଲ ଡିଜେଲ ଦର ବୃଦ୍ଧି, ରନ୍ଧା ତେଲର ଦରବୃଦ୍ଧି ଲୋକଙ୍କୁ ସିଧାସଳଖ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ଏବେ ବିଦ୍ୟୁତ 30 ପଇସା ଦର ବୃଦ୍ଧିକୁ ବିରୋଧ କରିଛି ଯୁବ କଂଗ୍ରେସ । ଯାହାକୁ ବିରୋଧ କରି ଅଫିସ ଫାଟକକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ କର୍ମୀ । ତେବେ ଘଟଣାସ୍ଥଳରେ ମଙ୍ଗଳାବାଗ ଥାନା ପୋଲିସ ପହଞ୍ଚି ସ୍ଥିତି ଆୟତ୍ତକୁ ଆଣିଛି ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ