କଟକ:ମୋବାଇଲ ଟାୱାର ଉପରେ ଚଢି ଯୁବକଙ୍କ ଆତ୍ମହତ୍ୟା ଧମକ । କଟକ ଜିଲ୍ଲା ବାଙ୍କୀ ଡମପଡାରେ ଦେଖିବାକୁ ମିଳିଛି ଏହି ଘଟଣା । ମୋବାଇଲ ଟାୱାରର ଶିଖରରେ ଚଢି କିଛି ଦାବି ରଖି ଆତ୍ମହତ୍ୟା ପାଇଁ ଧମକପୂର୍ଣ୍ଣ ଚିଠି ମଧ୍ୟ ଦେଖାଇଛନ୍ତି।
ଯୁବକ ଜଣକ ରାମଚନ୍ଦ୍ରପୁର ଗାଁର ମଳୟ ରଞ୍ଜନ ଗୋଛି ହୋଇଥିବା ଜଣାପଡ଼ିଛି। ସମାଜରେ ହେଉଥିବା ଦୁର୍ନୀତିକୁ ନେଇ ସେ ଏଭଳି ପଦକ୍ଷେପ ନେଇଥିବା ଚିଠିରେ ଉଲ୍ଲେଖ ରହିଛି। ସମାଜରୁ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ହଟାଇବା ଏବଂ ବେକାରୀ ଯୁବକଙ୍କୁ ନିଯୁକ୍ତି ଦେବା ଭଳି ଅନେକ ସମସ୍ୟା ସହ ସମାଜର ଉନ୍ନତି ଦାବି ରଖିଛନ୍ତି ଯୁବକ ।