କଟକ: ରାଜରାସ୍ତାରେ ଗୁଣ୍ଡାରାଜ । ଯୁବକଙ୍କୁ ରାସ୍ତାରେ ଆଣ୍ଠେଇ ନିର୍ଯାତନା ଦେଲେ ଅସାମାଜିକ ଯୁବକ । କଟକ ପ୍ରତାପ ନଗରୀ ଅଞ୍ଚଳରୁ ଏଭଳି ଅମାନୁଷିକ ଘଟଣା ସାମ୍ନାକୁ ଆସିଛି । ଯୁବକଙ୍କ ଉପରେ ନିର୍ଯାତନାକୁ ସ୍ଥାନୀୟ ଲୋକେ ପ୍ରତିବାଦ କରିବାରୁ ସେମାନଙ୍କୁ ମଧ୍ୟ ମାଡ଼ ମରାଯାଇଥିବା ସୂଚନା ମିଳିଛି । ଏହି ଘଟଣାରେ ୧୦ ଜଣ ଅଭିଯୁକ୍ତଙ୍କ ନାଁରେ ଥାନାରେ ଏତଲା ଦାୟର ହୋଇଛି । ସବୁଠୁ ବଡ କଥା ହେଲା ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ଶାସକ ଦଳର ମନ୍ତ୍ରୀଙ୍କ ପୁତୁରା ଥିବା ଚର୍ଚ୍ଚା ହେଉଛି ।
ରାଜରାସ୍ତାରେ ଗୁଣ୍ଡାରାଜ: ମାଡ଼ ମାରିଲେ, ଆଣ୍ଠେଇ ଦେଲେ - ଯୁବକଙ୍କୁ ରାଜରାସ୍ତାରେ ନିର୍ଯାତନା
ରାଜରାସ୍ତାରେ ଗୁଣ୍ଡାରାଜ । କାର ସାଇଡ ମାରିବାକୁ କେନ୍ଦ୍ରକରି ଯୁବକଙ୍କୁ ରାସ୍ତାରେ ଆଣ୍ଠେଇଲେ ଅସାମାଜିକ ଯୁବକ । ଅଧିକ ପଢନ୍ତୁ
![ରାଜରାସ୍ତାରେ ଗୁଣ୍ଡାରାଜ: ମାଡ଼ ମାରିଲେ, ଆଣ୍ଠେଇ ଦେଲେ ରାଜରାସ୍ତାରେ ଗୁଣ୍ଡାରାଜ: ମାଡ଼ ମାରିଲେ, ଆଣ୍ଠେଇ ଦେଲେ](https://etvbharatimages.akamaized.net/etvbharat/prod-images/768-512-16773931-thumbnail-3x2-ctc.jpg)
ରାଜରାସ୍ତାରେ ଗୁଣ୍ଡାରାଜ: ମାଡ଼ ମାରିଲେ, ଆଣ୍ଠେଇ ଦେଲେ
ରାଜରାସ୍ତାରେ ଗୁଣ୍ଡାରାଜ
ଯାହା ସୂଚନା ମିଳିଛି, କାର ସାଇଡ ମାରିବାକୁ ନେଇ ପ୍ରତାପ ନଗରୀ ଅଞ୍ଚଳରେ ଏହି ଉନ୍ମତ୍ତ କାଣ୍ଡ ଘଟିଛି । କିଛି ଅସାମାଜିକ ଯୁବକ ଅନ୍ୟ ଜଣେ ଯୁବକଙ୍କୁ ମାଡ ମାରିବା ସହ ରାଜରାସ୍ତାରେ ଆଣ୍ଠେଇ ଦେଇଛନ୍ତି । ସାମାଜିକ ଗଣମାଧ୍ୟମରେ ନିର୍ଯାତନାର ଭିଡିଓ ଭାଇରାଲ ହେବାରେ ଲାଗିଛି ।
ଇଟିିଭି ଭାରତ, କଟକ
Last Updated : Oct 29, 2022, 12:30 PM IST