କଟକ: ବେଆଇନ ରେଳ ରିଜରଭେସନ ଟିକେଟ କାଟିବା ପଡିଲା ମହଙ୍ଗା । ଗିରଫ ହେଲେ ଅଭିଯୁକ୍ତ ଶେଖ ଗୁଫରାନ ଉଦିନ । ଅଭିଯୁକ୍ତକୁ ମଙ୍ଗଳବାର ସାଲେପୁର ଅଞ୍ଚଳରୁ ଗିରଫ କରିଛି କଟକ ଆରପିଏଫ ପୋଲିସ ।
ବେଆଇନ ଟ୍ରେନ ଟିକେଟ କାଟି ଯୁବକ ଗିରଫ - ବେଆଇନ ଟ୍ରେନ ଟିକେଟ
ବେଆଇନ ରେଳ ରିଜରଭେସନ ଟିକେଟ କାଟିବା ପଡିଲା ମହଙ୍ଗା । ଏହି ମାମଲାରେ ଅଭିଯୁକ୍ତ ଶେଖ ଗୁଫରାନ ଉଦିନ ଗିରଫ ହୋଇଛନ୍ତି । ଅଧିକ ପଢନ୍ତୁ..
ଆଇଅରସିଟିସି ୱେବ ସାଇଟ ମାଧ୍ୟମରେ ରିୟଲ ମ୍ୟାନଗୋ ଅବା ରେୟାର ମ୍ୟାନଗୋରୁ ଅବୈଧ ଭାବରେ ରେଲୱେ ଟିକେଟ କିଣା ଯାଉଥିବା ଖବର ଉପରିସ୍ଥ ଅଧିକାରୀଙ୍କ ଠାରୁ ପାଇ କଟକ ଆରପିଏଫ ତତ୍ପର ହୋଇପଡିଥିଲା। ଏହାପରେ ତଦନ୍ତରୁ ନାମ, ଠିକଣା , ନମ୍ବର ଜାଣିବା ପରେ ସାଲେପୁର କଟିକଟା ଅଞ୍ଚଳରୁ ଶେଖ ଗୁଫରାନଙ୍କୁ ଗିରଫ କରିଥିଲା। ଆଉ ଏହାକୁ ମଧ୍ୟ ସେ ମାନି କହିଛନ୍ତି କି ତାଙ୍କର ଗୁଫ୍ରାନ କାମୁନିକେସନ ନାମକ ଏକ ଦୋକାନରେ ବିଭିନ୍ନ ୟୁଜର ଆଇଡି ମାଧ୍ୟମରେ ରେଲୱେ ଟିକେଟ ବାହାର କରି ଲୋକମାନଙ୍କର ଠାରୁ କମିଶନ ରଖି ବ୍ୟବସାୟ କରୁଥିଲେ। ଗିରଫ ବ୍ୟକ୍ତି ଜଣକ ଘର ନିଶ୍ଚିନ୍ତ କୋଇଲିର ସୁନା ଲୁଣ୍ଡା ଅଞ୍ଚଳରେ।
କଟକରୁ ପ୍ରଭୁ କଲ୍ୟାଣ ପାଳ , ଇଟିଭି ଭାରତ