କଟକ:କଟକରେ ଯୁବତୀଙ୍କୁ ଛୁରାମାଡ । ଆହତ ଅବସ୍ଥାରେ ଯୁବତୀଙ୍କୁ କଟକ ଏସସିବିରେ ଭର୍ତ୍ତି କରାଯାଇଛି । ଯୁବତୀଙ୍କ ପେଟ, ହାତ ସମେତ ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିବା ଜଣା ପଡିଛି । ଯୁବତୀ ଜଣକ ଏକ କସମେଟିକ୍ ଦୋକାନର କର୍ମଚାରୀ ବୋଲି ଜଣାପଡିଛି । ଅନ୍ୟପଟେ ଏହି ଘଟଣାରେ ଅଭିଯୁକ୍ତ ଯୁବକ ଏନ.ସନ୍ତୋଷ ଗିରଫ ।
ସୂଚନା ମୁତାବକ, ଗତକାଲି ରାତିରେ କାମ ସାରି ଦୋକାନରୁ ବାହାରୁଥିବା ବେଳେ ଜଣେ ଯୁବକ ହଠାତ୍ ଯୁବତୀଙ୍କୁ ଆକ୍ରମଣ କରିଥିଲେ । ଛୁରା ସାହାଯ୍ୟରେ ଯୁବତୀଙ୍କୁ ଆକ୍ରମଣ କରିଥିଲେ ଯୁବକ ଜଣକ । ଛୁରାମାଡ଼ର କାରଣ ଅସ୍ପଷ୍ଟ ରହିଥିବା ବେଳେ ପ୍ରେମ ବ୍ୟାପାରକୁ ନେଇ ଏହି ଘଟଣା ଘଟିଥାଇ ପାରେ ବୋଲି କୁହାଯାଉଛି । ଘଟଣାର ତଦନ୍ତ ଜାରି ରହିଥିବା କହିଛନ୍ତି କଟକ ଡିସିପି ।
ପ୍ରକାଶ ଥାଉକି, କିଛିଦିନ ପୂର୍ବେ ପୁରୀ ଜିଲ୍ଲା କୁମ୍ଭାରପଡା ଥାନା ଅନ୍ତର୍ଗତ ଦରଜିପୋଖରୀ ଛକ ନିକଟରେ ଜଣେ ଯୁବକଙ୍କୁ ଛୁରୀରେ ଦୁଇ ଜଣ ଯୁବକ ଆକ୍ରମଣ କରିଥିଲେ ।ତଳମାଳି ସାହିର ଶୁଭମ ବାରିକ୍ ଆହତ ହୋଇଥିଲେ। ଗୋପାଳପୁରଠାରେ ଏକ ନିଶା ନିବାରଣ କେନ୍ଦ୍ରରେ ସେ କାର୍ଯ୍ୟ କରନ୍ତି । ରାତି ପ୍ରାୟ ୧୦ଟା ୩୦ ମିନଟ୍ ସମୟରେ ଆହତ ହୋଇଥିବା ଶୁଭମ ଦରଜିପୋଖରୀ ଛକ ନିକଟରେ ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ ବିରିୟାନୀ ଆଣିବା ପାଇଁ ଯାଇଥିଲେ । ହଠାତ ଦୁଇଜଣ ଯୁବକ ଆସି ଏକ ମାରଣାସ୍ତ୍ରରେ ତାଙ୍କୁ ଆକ୍ରମଣ କରିଥିଲେ। ଶୁଭମ ତାଙ୍କ ଜୀବନ ବଞ୍ଚାଇ ସେଠାରୁ ଖସି ପଳାଇଥିଲେ । ଚିକିତ୍ସା ପାଇଁ ତାଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।