ଓଡିଶା

odisha

ETV Bharat / state

ବାହାଘରରେ ବନ୍ଧୁକ ଦେଖାଇ ଭୟଭୀତ କରୁଥିଲେ ଯୁବଗୋଷ୍ଠୀ, ପୋଲିସ ଜିମା ଦେଲେ ଗ୍ରାମବାସୀ - ନିଆଳିରେ ମାତିଲେ ଅପରାଧି

ମନ୍ଦିର ପରିସରରେ ବିବାହ ସମୟରେ ବନ୍ଧୁକ ଦେଖାଇ ଲୋକଙ୍କୁ ଭୟଭୀତ କରିବା ଘଟଣାରେ ଦୁଇ ଜଣଙ୍କୁ କାବୁ କରି ବାଲିପାଟଣା ପୋଲିସର ଜିମା ଦେଲେ ସ୍ଥାନୀୟ ଲୋକେ । ଅଧିକ ପଢନ୍ତୁ

ବାହାଘରରେ ବନ୍ଧୁକ ଦେଖାଇ ଭୟଭୀତ କରୁଥିଲେ ଯୁବକ, କାବୁକରି ପୋଲିସର ଜିମା ଦେଲେ ସ୍ଥାନୀୟ ଲୋକେ
ବାହାଘରରେ ବନ୍ଧୁକ ଦେଖାଇ ଭୟଭୀତ କରୁଥିଲେ ଯୁବକ, କାବୁକରି ପୋଲିସର ଜିମା ଦେଲେ ସ୍ଥାନୀୟ ଲୋକେ

By

Published : May 11, 2022, 12:27 PM IST

ନିଆଳି: ମନ୍ଦିର ପରିସରରେ ବିବାହ ସମୟରେ ବନ୍ଧୁକ ଦେଖାଇ ଲୋକଙ୍କୁ ଭୟଭୀତ କରିବା ଘଟଣାରେ ଦୁଇ ଜଣଙ୍କୁ କାବୁ କରି ବାଲିପାଟଣା ପୋଲିସର ଜିମା ଦେଲେ ସ୍ଥାନୀୟ ଲୋକେ । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତଙ୍କୁ ଗିରଫ କରିଛି ।

ବାହାଘରରେ ବନ୍ଧୁକ ଦେଖାଇ ଭୟଭୀତ କରୁଥିଲେ ଯୁବଗୋଷ୍ଠୀ, କାବୁକରି ପୋଲିସର ଜିମା ଦେଲେ ସ୍ଥାନୀୟ ଲୋକେ

କଟକ ଜିଲ୍ଲା ଓ ଖୋର୍ଦ୍ଧା ଜିଲ୍ଲା ସୀମାନ୍ତବର୍ତ୍ତୀ ପରିଡପାଟଣା ଆଖଣ୍ଡଳମଣି ମନ୍ଦିର ପରିସରରେ ଗତକାଲି ବିବାହ ସମୟରେ ଘଟିଥିଲା ଏକ ଅଭାବନୀୟ ଘଟଣା । ମନ୍ଦିର ପରିସରରେ ଧୁମ୍ ଧାମରେ ବାହାଘର ଭୋଜି ସାଙ୍ଗକୁ ନାଚ ଗୀତର ଆସର ଚାଲିଥିବା ସମୟରେ ତିନି ଜଣ ଯୁବକ ପହଞ୍ଚି ବନ୍ଧୁକ ଧରି ଉତ୍ପାତ କରିଥିଲେ। ଲୋକଙ୍କୁ ଗାଳିଗୁଲଜ କରିବା ସହ ବନ୍ଧୁକ ଦେଖାଇ ଧମକ ଦେଇଥିଲେ। ତେବେ କିଛି ଲୋକ ସାହାସ ଜୁଟାଇ ସେମାନଙ୍କ ମଧ୍ୟରୁ ଜଣଙ୍କୁ କାବୁ କରିନେଇଥିବା ବେଳେ ଅନ୍ୟ ଦୁଇ ଅପରାଧୀ ଖସି ପଳାଇଥିଲେ। ଏହି ଘଟଣାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା।

ସୂଚନା ମୁତାବକ, ଗତକାଲି ପରିଡ ପାଟଣାସ୍ଥିତ ଆଖଣ୍ଡଳମଣି ମନ୍ଦିର ପରିସରରେ ପ୍ରଧାନ ପାଟଣା ଗ୍ରାମର ସୋମନାଥଙ୍କ ବାହାଘର ହେଉଥିଲା। ସୋମନାଥଙ୍କ ଦାଦାଙ୍କ ପୁଅ ରଞ୍ଜନ ଓ ତାର ଦୁଇ ସହଯୋଗୀ ଚନ୍ଦନ ଏବଂ ଚକ ବେହେରା ଏବଂ ପରିଡ ପାଟଣା ଗାଁର କିଛି ଲୋକଙ୍କ ସହ ବଚସା ହୋଇଥିଲା। ଦୁଇ ଗୋଷ୍ଠୀ ମଧ୍ୟରେ ଗାଳିଗୁଲଜ ହେବା ସହ ଠେଲାପେଲା ହୋଇଥିଲା। ଏଥିରେ ରଞ୍ଜନ ଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ରଞ୍ଜନ ବନ୍ଧୁକ ଦେଖାଇ ଭୟଭୀତ କରିବାରୁ କିଛି ସମୟ ଯାଏଁ ଉତ୍ତେଜନା ଦେଖାଦେଇଥିଲା। ରାତିରେ ଏତଲା ପରେ ପୋଲିସ ବନମାଳିପୁର ଚନ୍ଦନଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଏହି ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିବ ବୋଲି ସୂଚନା ରହିଛି ।

ନିଆଳିରୁ ଉମେଶ ଚନ୍ଦ୍ର ମଲ୍ଲିକ, ଇଟିଭି ଭାରତ

ABOUT THE AUTHOR

...view details