ନିଆଳି:କଟକ ଜିଲ୍ଲା ଆଠଗଡ ମୁଣ୍ଡଳି ବ୍ରିଜରୁ ଜଣେ ଯୁବକ ମହାନଦୀକୁ ଡେଇଁ ପଡିଛନ୍ତି । ଗତକାଲି(ଗୁରୁବାର) ରାତିରେ ବ୍ରିଜ ଉପରେ ନିଜର ମୋଟର ସାଇକେଲ ରଖି ସେ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ସନ୍ଦେହ କରାଯାଉଛି । ଯୁବକ ଜଣକ ହେଲେ ନିଆଳି ବ୍ଲକ କର୍ସଦା ଗ୍ରାମର ସାରଦା ପ୍ରସନ୍ନ ଷଡଙ୍ଗୀଙ୍କ ପୁଅ ଶାଶ୍ବତ ଷଡ଼ଙ୍ଗୀ । ଆଜି ସକାଳୁ ଅଗ୍ନିଶମ କର୍ମଚାରୀ ଓ ଓଡ୍ରାଫ ଟିମ୍ ତାଙ୍କୁ ଖୋଜାଖୋଜି ଜାରି ରଖିଛନ୍ତି । ହେଲେ ଏ ଯାଏଁ ତାଙ୍କର କିଛି ପତ୍ତା ମିଳିନି । ତେବେ କାହିଁକି ଶ୍ବାଶତ ମହାନଦୀକୁ ଡେଇଁଲେ ସେନେଇ କିଛି ଜଣାପଡିନଥିବା ବେଳେ ପୁଅର ଏଭଳି ଚରମ ନିଷ୍ପତ୍ତିକୁ ପରିବାର ଲୋକେ ସହଜରେ ଗ୍ରହଣ କରିପାରୁନାହାନ୍ତି ।
ମିଳିଥିବା ସୂଚନା ଅନୁସାରେ, ଗତ ରାତିରେ ଶାଶ୍ବତ ଆଠଗଡ଼ ମୁଣ୍ଡଳୀ ବ୍ରିଜ ଉପରେ ନିଜର ମୋଟର ସାଇକେଲ ରଖି ମହାନଦୀକୁ ଡେଇଁ ପଡିଥିବା ସନ୍ଦେହ କରାଯାଉଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି । ଆଜି ସକାଳୁ ଆଠଗଡ଼ ଅଗ୍ନିଶମ ବାହିନୀ ପହଞ୍ଚି ମହାନଦୀରେ ସର୍ଚ୍ଚ ଅପରେସନ ଚଳାଇଛି । ଅଗ୍ନିଶମ କର୍ମଚାରୀ ଓ ଓଡ୍ରାଫ ଟିମ୍ ଖୋଜାଖୋଜି ଜାରି ରଖିଛନ୍ତି । ତେବେ ଯୁବକ ଜଣଙ୍କ କାହିଁକି ଓ କେଉଁଥିପାଇଁ ପାଇଁ ଏଭଳି ନିଷ୍ପତ୍ତି ନେଲେ ତାହା ଜଣା ପଡ଼ିନାହିଁ । ଘଟଣାସ୍ଥଳରେ ଶାଶ୍ବତ ଷଡ଼ଙ୍ଗୀଙ୍କ ପରିବାର ଲୋକେ ପହଞ୍ଚି ଖୋଜାଖୋଜିରେ ସହଯୋଗ କରୁଛନ୍ତି । ଶାଶ୍ବତ ଜଣେ ଭଦ୍ର ଓ ନମ୍ର ସ୍ବଭାବର ପିଲା, ତେଣୁ ସେ ଆତ୍ମହତ୍ୟା ଭଳି ପଦକ୍ଷେପ ନେବାକୁ ସହଜରେ ଗ୍ରହଣ କରି ପାରୁନାହାଁନ୍ତି ପରିବାର ଲୋକ ।