ଓଡିଶା

odisha

ରଶ୍ମି ରଂଜନ ବିଶ୍ବାଳ ଭିଡିଓ ଭାଇରାଲ ହେବା ଘଟଣା, ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କଲା ପୋଲିସ

By

Published : Apr 1, 2023, 11:08 PM IST

ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି ଭାଇରାଲ ଭିଡିଓ । ଭିଡିଓ ଭାଇରାଲ ହେବା ପରେ ଯୁବକଙ୍କ ଘଟିଛି ମୃତ୍ୟୁ । ରଶ୍ମି ରଞ୍ଜନ ବିଶ୍ବାଳଙ୍କ ଏକ ଭିଡିଓ ଭାଇରାଲ ହେବା ପରେ ସବୁଆଡେ ଚାଞ୍ଚଲ୍ୟ । ଅଧିକ ପଢ଼ନ୍ତୁ

ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି ଭାଇରାଲ ଭିଡିଓ
ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି ଭାଇରାଲ ଭିଡିଓ

ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି ଭାଇରାଲ ଭିଡିଓ

ନିଆଳି: ମୋବାଇଲରୁ ମୋବାଇଲ ଘୁରି ବୁଲୁଛି ଏକ ଭିଡିଓ । ଭିଡିଓରେ ଜଣେ ଯୁବକ ତାଙ୍କୁ ହତ୍ୟା କରିବାକୁ କିଛି ବ୍ୟକ୍ତି ଉଦ୍ୟମ କରୁଥିବା ପ୍ରକାଶ କରିଛନ୍ତି । ଆଉ ଭିଡିଓ ଭାଇରାଲ ହେବା ପରେ ଯୁବକଙ୍କ ମୃତ୍ୟୁ ଘଟିଛି । ପୋଲିସ ଜାଣିବା ପୂର୍ବରୁ ଯୁବକଙ୍କ ମୃତଦେହକୁ ପୋଡି ଦିଆଯାଇଥିବା ଅଭିଯୋଗ ହେଉଛି । ତେବେ ଭାଇରାଲ ହେଉଥିବା ମୃତ ଯୁବକ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ବିଶ୍ବାଳ ସାହି ଗ୍ରାମର ରଶ୍ମି ରଞ୍ଜନ ବିଶ୍ବାଳ । ସେ ବନମାଳିପୁର ବଜାରରେ ଜିମ୍‌ ସେଣ୍ଟର କରିଥିବା ସୂଚନା ରହିଛି ।

ଗତ କିଛି ଦିନ ତଳେ ରଶ୍ମି ରଞ୍ଜନ ବିଶ୍ବାଳଙ୍କ ଏକ ଭିଡିଓ ଭାଇରାଲ ହେବା ପରେ ସବୁଆଡେ ଚାଞ୍ଚଲ୍ୟ ଖେଳିଯାଇଥିଲା । ଏହି ଭାଇରାଲ ଭିଡିଓରେ ରଶ୍ମି ରଞ୍ଜନ କିଛି ବ୍ୟକ୍ତି ଏବଂ ଏକ ଘରୋଇ ବ୍ୟାଙ୍କ କର୍ମଚାରୀଙ୍କ ନାମ ନେଇଛନ୍ତି । ସେମାନେ ତାଙ୍କୁ ମାରିଦେବା ପାଇଁ ଚକ୍ରାନ୍ତ କରୁଥିବା ସେ ଭିଡିଓରେ ପ୍ରକାଶ କରିଥିଲେ । ତେବେ ସୋସିଆଲ ମିଡଆ ଓ ଗଣମାଧ୍ୟମରେ ଭାଇରାଲ ଭିଡିଓ ସମ୍ପର୍ତରେ ସୂଚନା ପାଇ ନିଜ ଆଡୁ ତଦନ୍ତ ଆରମ୍ଭ କରିଛି ଭୁବନେଶ୍ୱର କମିଶନରେଟ ପୋଲିସ । ଭୁବନେଶ୍ୱର ଜୋନ୍‌ ଚାରିର ଏସିପି ଏସ.ଏନ ମୁଦୁଲିଙ୍କ ନେତୃତ୍ୱରେ ପୋଲିସର ଏକ ଟିମ୍‌ ଏବଂ ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ ମୃତ୍ୟୁ ରଶ୍ମି ତଦନ୍ତି କରୁଛି ପୋଲିସ ।

ଯୁବକଙ୍କ ମୃତଦେହକୁ ପୋଡି ଦିଆ ଯାଇଥିବରୁ ପୋଲିସ ରଶ୍ମିଙ୍କ ଘର ଏବଂ ମଶାଣି ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତଦନ୍ତ ସମୟରେ ରଶ୍ମି ରଞ୍ଜନ ବିଶ୍ବାଳଙ୍କ ପରିବାର ଲୋକେ ସାହାଯ୍ୟ କରୁନଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି ରଶ୍ମି ରଞ୍ଜନ ବିଶ୍ବାଳଙ୍କ ମୃତ୍ୟୁ ପରେ ମୃତଦେହକୁ ପରିବାର ଲୋକେ ପୋଡ଼ି ଦେଇଛନ୍ତି । ମୃତଦେହ ସତ୍କାର ସ୍ଥାନରେ କୌଣସି ଚିହ୍ନ ବର୍ଣ୍ଣ କିମ୍ବା ପାଉଁଶ ଏବଂ ହାଡ ନଥିବା ପୋଲିସ କହିବା ସହ ଘଟଣାଟି ସନ୍ଦେହ ସୃଷ୍ଟି ହୋଇଛି ବୋଲି ପୋଲିସ କହିଛି ।

ତେବେ ପୋଲିସ ରଶ୍ମି ରଂଜନ ବିଶ୍ବାଳଙ୍କ ମୃତ୍ୟୁ ପରେ ନିଜ ପଟୁ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବ ବୋଲି ଏସିପି ସୂଚନା ଦେଇଛି । ତଦନ୍ତ ସମୟରେ ଯାହା ଘଟଣା ଘଟିଛି ତାହାକୁ ତଦନ୍ତ ପରିସରଭୁକ୍ତ କରାଯିବ ବୋଲି ପୋଲିସ ସୂଚନା ଦେଇଛି । ଭାଇରାଲ ଭିଡ଼ିଓ ଏବଂ ରଶ୍ମି ରଞ୍ଜନଙ୍କ ମୃତ୍ୟୁ ଏବଂ ପରେ ପରିବାର ଲୋକେ ମୃତ୍ୟୁ ଦେହକୁ ଅତି ତରବରିଆ ଭାବରେ ପୋଡ଼ି ଦେବା ଏବଂ ତଦନ୍ତ ସମୟରେ ରଶ୍ମି ରଞ୍ଜନଙ୍କ ପରିବାର ଲୋକେ ସହଯୋଗ ନକରିବା ଘଟଣାରେ ପୋଲିସ ଏବେ ସନ୍ଦେହ ଜନକ ସ୍ଥିତିରେ ରହିଛି ।

ଇଟିଭି ଭାରତ, ନିଆଳି

ABOUT THE AUTHOR

...view details