ଓଡିଶା

odisha

ETV Bharat / state

ଶିଶୁକନ୍ୟାକୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଗିରଫ - ଶିଶୁକନ୍ୟାକୁ ଦୁଷ୍କର୍ମ ଉଦ୍ୟମ

କଟକରେ ଶିଶୁକନ୍ୟାକୁ ଅସଦାଚରଣ ଅଭିଯୋଗ । ଅଭିଯୁକ୍ତକୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

man arrested for attempts to rape a minor girl
man arrested for attempts to rape a minor girl

By

Published : May 18, 2023, 11:37 AM IST

man arrested for attempts to rape a minor girl

କଟକ: କଟକରେ ଲଜ୍ଜା । 5 ବର୍ଷର ଶିଶୁକନ୍ୟାକୁ ଅସଦାଚରଣ କରିବା ସହ ଦୁଷ୍କର୍ମ ଉଦ୍ୟମ । ଯୁବକଙ୍କୁ ଗିରଫ କଲା ମଧୁପାଟଣା ଥାନା ପୋଲିସ । ଅଭିଯୁକ୍ତ ଜଣଙ୍କ ବିହାରର ହୋଇଥିବା ବେଳେ ମଧୁପାଟଣା ଥାନା ଅଞ୍ଚଳର ଏକ କବାଡ଼ିଆ ଦୋକାନରେ କାମ କରୁଥିଲା। ପୋଲିସ ଅଭିଯୁକ୍ତକୁ ଗିରଫ ପରେ କୋର୍ଟ ଚାଲାଣ କରିଛି ।

ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ସନ୍ଧ୍ୟା ସମୟରେ ନୂଆପଡା ଅଞ୍ଚଳରେ ଥିବା ଏକ ପାନ ଦୋକାନକୁ ଶିଶୁ କନ୍ୟା ଜଣଙ୍କ ତାଙ୍କ ବାପାଙ୍କ ସହ ଆସିଥିଲେ । ଝିଅକୁ ପାନ ଦୋକାନ ପାଖରେ ବସେଇ ଅନ୍ୟ ଦୋକାନକୁ ଯାଇଥିଲେ ତାଙ୍କ ବାପା । ଏହି ସମୟରେ ଅଭିଯୁକ୍ତ ଜଣକ ସେଠାକୁ ସିଗାରେଟ ଟାଣିବା ପାଇଁ ଆସି କୁନି ଝିଅଟିକୁ ଅସଦାଚରଣ କରିବା ସହ ଦୁଷ୍କର୍ମ କରିବା ପାଇଁ ଉଦ୍ୟମ କରିଥିଲା । ଏହାପରେ ଶିଶୁକନ୍ୟାଟିର ବାପା ଏହା ଦେଖି ଝିଅକୁ ଅଭିଯୁକ୍ତର କବଳରୁ ଉଦ୍ଧାର କରି ମଧୁପାଟଣା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହି ଘଟଣା ନେଇ ଅତିରିକ୍ତ ଡିସିପି ଏସକେ ସରିଫ ଉଦ୍ଦିନ କହିଛନ୍ତି, ''ନାବାଳିକାକୁ ଅସଦାଚରଣ ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇ ପରେ କୋର୍ଟ ଚାଲାଣ କରାଯାଇଛି ।'' ଏହି ଘଟଣା ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ସାମାନ୍ୟ ଉତ୍ତେଜନା ଦେଖିବାକୁ ମିଳିଥିଲା।

ଏହା ମଧ୍ୟ ପଢନ୍ତୁ- ନାବାଳିକା ଅପହରଣ ଦୁଷ୍କର୍ମ ମାମଲା, ଅଭିଯୁକ୍ତକୁ ୨୦ବର୍ଷ ଜେଲ ଦଣ୍ଡାଦେଶ

ତେବେ କଟକରେ ଦିନକୁ ଦିନ ଅପରାଧିକଙ୍କ ସଂଖ୍ୟା ବୃଦ୍ଧି ପାଉଥିଲା ବେଳେ ଏହାକୁ ନଜରରେ ରଖି କମିଶନରେଟ ପୋଲିସ ଦୃଢ଼ ପଦକ୍ଷେପ ଗ୍ରହଣ କରୁଛି । ପୂର୍ବରୁ ଅନେକ ଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଥିଲା ବେଳେ ଶିଶୁକନ୍ୟାକୁ ଦୁଷ୍କର୍ମ ଉଦ୍ୟମ ଘଟଣା ସମସ୍ତଙ୍କୁ ଚକିତ କରିଛି । ଅଭିଯୁକ୍ତକୁ କଠୋରରୁ କଠୋର ଦଣ୍ଡ ଦେବା ଆବଶ୍ୟକ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା ।

ଗତ ମାର୍ଚ୍ଚ ମାସରେ କଟକରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ଖବର ସାମ୍ନାକୁ ଆସିଥିଲା । ମୃଦୁ ପାନୀୟରେ ନିଶା ପଦାର୍ଥ ମିଶାଇ ପିଇବାକୁ ଦେବା ପରେ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲା ଜିମ୍ ମାଲିକ । ଏପରିକି ଦୁଷ୍କର୍ମ ସମୟର ଫଟୋ ଓ ଭିଡିଓ ଉତ୍ତୋଳନ କରି ଅଭିଯୁକ୍ତ ବ୍ଲାକମେଲିଂ କରୁଥିଲା ଏବଂ ଶାରିରୀକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିବା ଅଭିଯୋଗ ହୋଇଥିଲା । କଟକ ସିଡିଏ ସେକ୍ଟର ୯ରେ ଥିବା ଏକ ଜିମ୍‌ରେ ଯୁବତୀଙ୍କୁ ଦୁଷ୍କର୍ମ ହୋଇଥିବା ଥାନାରେ ଅଭିଯୋଗ ହୋଇଥିଲା ।

ଇଟିଭି ଭାରତ,କଟକ

ABOUT THE AUTHOR

...view details