ଓଡିଶା

odisha

ଘରେ ବସି ମା'ଙ୍କ ପୂଜାର ଦେଖନ୍ତୁ ସିଧାପ୍ରସାରଣ, ସ୍ବତନ୍ତ୍ର ବ୍ୟବସ୍ଥା କଲା ମଣ୍ଡପ

By

Published : Oct 12, 2021, 7:30 AM IST

Updated : Oct 12, 2021, 8:03 AM IST

ସୋସିଆଲ ମିଡିଆରେ ସିଧାପ୍ରସାରଣ ହେବ ମା'ଙ୍କ ଦୁର୍ଗାଙ୍କ ପୂଜା । ପୂଜା ମଣ୍ଡପକୁ ନଯାଇ ଘରେ ଦର୍ଶନ କରିବା ପାଇଁ ହୋଇଛି ଏହି ସ୍ବତନ୍ତ୍ର ବ୍ୟବସ୍ଥା । ଅଧିକ ପଢନ୍ତୁ...

ଶେଖବଜାର ପୂଜା କମିଟିର ସ୍ବତନ୍ତ୍ର ବ୍ୟବସ୍ଥା, ଶ୍ରଦ୍ଧାଳୁଙ୍କ ପାଇଁ ସୋସିଆଲ ମିଡ଼ିଆରେ ପ୍ରସାରଣ ହେବ ମା'ଙ୍କ ପୂଜା
ଶେଖବଜାର ପୂଜା କମିଟିର ସ୍ବତନ୍ତ୍ର ବ୍ୟବସ୍ଥା, ଶ୍ରଦ୍ଧାଳୁଙ୍କ ପାଇଁ ସୋସିଆଲ ମିଡ଼ିଆରେ ପ୍ରସାରଣ ହେବ ମା'ଙ୍କ ପୂଜା

କଟକ:ଆରମ୍ଭ ହେଇଗଲାଣି ପୂଜା । ଏବେ ନବରାତ୍ରି ଅବସରରେ କଟକର ବିଭିନ୍ନ ପୂଜା ମଣ୍ଡପରେ ବିଭିନ୍ନ ରୂପରେ ପୂଜା ପାଉଛନ୍ତି ମା' । ହେଲେ ଭକ୍ତଙ୍କ ସମାଗମ ନାହିଁ । କାହିଁକି ନା ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ପୂଜା ମଣ୍ଡପ ଗୁଡିକରେ ଲାଗିଛି କୋରୋନା କଟକଣା । କଟକଣା ଅନୁଯାୟୀ ମା'ଙ୍କ ୪ ଫୁଟର ମୂର୍ତ୍ତି ମଧ୍ୟ କରାଯାଇଛି ।

ଶେଖବଜାର ପୂଜା କମିଟିର ସ୍ବତନ୍ତ୍ର ବ୍ୟବସ୍ଥା, ଶ୍ରଦ୍ଧାଳୁଙ୍କ ପାଇଁ ସୋସିଆଲ ମିଡ଼ିଆରେ ପ୍ରସାରଣ ହେବ ମା'ଙ୍କ ପୂଜାଶେଖବଜାର ପୂଜା କମିଟିର ସ୍ବତନ୍ତ୍ର ବ୍ୟବସ୍ଥା, ଶ୍ରଦ୍ଧାଳୁଙ୍କ ପାଇଁ ସୋସିଆଲ ମିଡ଼ିଆରେ ପ୍ରସାରଣ ହେବ ମା'ଙ୍କ ପୂଜା

ତେବେ ଘରେ ରହି ଶ୍ରଦ୍ଧାଳୁ ମାନେ କିପରି ମାଙ୍କ ଦର୍ଶନ କରିବେ,ସେନେଇ ସହରର ବିଭିନ୍ନ ମଣ୍ଡପ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ବିଶେଷକରି ସୋସିଆଲ ମିଡ଼ିଆ ମାଧ୍ୟମରେ ମାଙ୍କ ଦର୍ଶନ ପାଇଁ ମଣ୍ଡପ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ମା'ଙ୍କ ପୂଜା ସମୟରେ ୟୁଟ୍ୟୁବ ଓ ଫେସବୁକ ମଧ୍ୟରେ ମଣ୍ଡପ ପକ୍ଷରୁ ସିଧାପ୍ରାସରଣ କାର୍ଯ୍ୟକ୍ରମ କରାଯିବ। ଫଳରେ ମଣ୍ଡପ ନଯାଇ ସହଜରେ ମାଙ୍କୁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ ।

ସେହିପରି ଚଳିତବର୍ଷ ପୂଜା ବଜେଟ ବି କମାଇ ଦିଆଯାଇଛି । ପୂର୍ବରୁ ପୂଜା ମଣ୍ଡପ ପକ୍ଷରୁ ୩୦ ଲକ୍ଷରୁ ୪୦ ଲକ୍ଷ ଖର୍ଚ୍ଚ କରାଯାଉଥିବା ବେଳେ ,ଚଳିତବର୍ଷ ଏହି ବଜେଟ ୩ ଲକ୍ଷରେ ସୀମିତ ରଖାଯାଇଛି । କୋରୋନାର କୋପ କମିଲେ ଆସନ୍ତା ବର୍ଷ ଧୁମଧାମରେ ପୂଜା କରାଯିବ ବୋଲି ଶେଖବଜାର ପୂଜା କମିଟି ସାଧାରଣ ସମ୍ପାଦକ କହିଛନ୍ତି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Oct 12, 2021, 8:03 AM IST

ABOUT THE AUTHOR

...view details