କଟକ: ଫନି ବାତ୍ୟାରେ ଢେର ପ୍ରଭାବିତ ହୋଇଛି କଟକ ଏସସିବି ମେଡିକାଲ । ତେବେ ଏସସିବି ମେଡିକାଲର ବିଭିନ୍ନ ବିଭାଗ 'ଫନି'ର କୋପରୁ ବର୍ତ୍ତି ପାରିନାହିଁ । ବାତ୍ୟା ପବନ ମାଡରେ ଅନେକ କ୍ଷୟକ୍ଷତି ହୋଇଛି । ତେବେ ଏହାର ସ୍ଥିତି ସମୀକ୍ଷା କରିବା ପାଇଁ ଆଜି ଏସସିବି ମେଡିକାଲରେ ପହଞ୍ଚିଥିଲେ ବିଶ୍ବବ୍ୟାଙ୍କ ଟିମ ।
ଦୁଇ ଜଣିଆ ଟିମ ସର୍ଜରୀ, ମେଡିସିନ, କାର୍ଡିଓଲୋଜି ଆଦି ବିଭାଗ ବୁଲି ସ୍ଥିତି ଅନୁଧ୍ୟାନ କରିଥିଲେ ଟିମ । ଟିମଙ୍କ ସହ ମେଡିକାଲର ସୁପରିଟେଣ୍ଡେଣ୍ଟ ଓ ଅନ୍ୟାନ୍ୟ ଅଧିକାରୀମାନେ ମଧ୍ୟ ବିଭିନ୍ନ ବିଭାଗ ବୁଲି ଦେଖିଥିଲେ । ବାତ୍ୟା ସମୟରେ ଯାହା ବି କିଛି କ୍ଷତି ଘଟିଛି, ସେ ବାବଦୀୟ ବିସ୍ତୃତ ରିର୍ପୋଟ ବିଶ୍ବବ୍ୟାଙ୍କ ଟିମକୁ ପ୍ରଦାନ କରାଯାଇଛି ।