କଟକ:ଥମୁନି ହାତୀ ଉପଦ୍ରବ । ଆଠଗଡ ରେଞ୍ଜରେ ଅନେକ ସମୟରେ ହାତୀ ଆକ୍ରମଣରେ ଜୀବନ ଯାଉଥିବା ବେଳେ ଆଜି ପୁଣି ଜଣଙ୍କୁ ଦଳି ମାରିଛି ଦନ୍ତା । ତିଗିରିଆ ଥାନା ଅଚଳକୋଟ ଗାଁର ଜଣେ ମହିଳା ବିଲରୁ ଜହ୍ନି ତୋଳିବାକୁ ଯାଉଥିବା ବେଳେ ବାଟରେ ତାଙ୍କୁ ଦନ୍ତା ଦଳିଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ମହିଳାଙ୍କ ମୃତ୍ୟୁ ହୋଇଛି ।
ଜହ୍ନି ତୋଳିଯିବା ହେଲା କାଳ, ମହିଳାଙ୍କୁ ଦଳି ଦେଲା ଦନ୍ତା - କଟକ ନ୍ୟୁଜ
ବିଲରୁ ଜହ୍ନି ତୋଳିବାକୁ ଯାଉଥିବା ବେଳେ ବାଟରେ ମହିଳାଙ୍କୁ ଦଳିଦେଲା ଦନ୍ତା । ଆଠଗଡ ରେଞ୍ଜ ତିଗିରିଆ ଥାନା ଅଚଳକୋଟ ଗ୍ରାମରେ ଘଟିଛି ଏହି ଦୁଃଖଦ ଘଟଣା । ଅଧିକ ପଢନ୍ତୁ
ଜହ୍ନି ତୋଳିଯିବା ହେଲା କାଳ, ମହିଳାଙ୍କୁ ମାରିଲା ଦନ୍ତା
ଜହ୍ନି ତୋଳିଯିବା ହେଲା କାଳ, ମହିଳାଙ୍କୁ ମାରିଲା ଦନ୍ତା
ମୃତ ମହିଳା ହେଲେ ସେହି ଗାଁର ନିଆଶା ରାଉତ ବୋଲି ଜଣାପଡିଛି । ସେପଟେ ଘଟଣାସ୍ଥଳରେ ବନବିଭାଗ ଅଧିକାରୀ ନ ପହଞ୍ଚିବାରୁ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି । ତେବେ ସ୍ଥାନୀୟ ଅଞ୍ଚଳରେ ହାତୀ ଆକ୍ରମଣ ବୃଦ୍ଧି ପାଉଥିବା ବେଳେ ଏ ଦିଗରେ ବନବିଭାଗ ଧ୍ୟାନ ଦେବା ଆବଶ୍ୟକତା ରହିଛି ।
ଇଟିଭି ଭାରତ, କଟକ