କଟକ: ପାରିବାରିକ କହଳର କରୁଣ ପରିଣତି । ସ୍ବାମୀର ଛୁରାମାଡରେ ସ୍ତ୍ରୀ ଗୁରୁତର । ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ପେତାପୋଖରୀ ମୁଣ୍ଡା ସାହି ବସ୍ତିରେ । ତେବେ ଆହତ ମହିଳା ଜଣଙ୍କ ହେଲେ ମୁଣ୍ଡା ସାହି ବସ୍ତିର ଜୁଳି ସାମଲ ବୋଲି ଜଣାପଡିଛି । ତେବେ ଗୁରୁତର ଆହତ ମହିଳାଙ୍କୁ କଟକ ଏସସିବିରେ ଭର୍ତ୍ତି କରାଯାଇଛି ।
ସୂଚନା ମୁତାବକ, ଜୁଲି ସାମଲଙ୍କ ସ୍ବାମୀ ସୁବାସ ସାମଲ ଗତକାଲି ରାତିରେ ପାରିବାରିକ କଳହରୁ ତାଙ୍କୁ ଛୁରୀରେ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ CRRI ଥାନା ପୋଲିସ ପହଞ୍ଚି ତଦନ୍ତ କରୁଥିବା ବେଳେ ଆକ୍ରମଣ କରିଥିବା ସ୍ୱାମୀ ସୁବାସକୁ ଅଟକ ରଖିଛି । ତେବେ ମହିଳାଙ୍କ ଦେହରେ ଅଧିକ କ୍ଷତ ରହଥିବାରୁ ମେଡିକାଲରେ ଚିକିତ୍ସା ଜାରି ରହିଛି । ଘଟଣାସ୍ଥଳରେ ପୋଲିସ ଉକ୍ତ ବ୍ୟକ୍ତିଙ୍କୁ ପୋଲିସ ହେପାଜତକୁ ନେଇ ପଚରାଉଚରା ଆରମ୍ଭ କରିଛି । ତେବେ ଏହି ଘଟଣା ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ପାରିପାରିକ କଳହ ନା ଛୁରାମାଡ ପଛରେ ରହିଛି ଅନ୍ୟ କିଛି କାରଣ । ତାହା ବର୍ତ୍ତମାନ ସୁଧା ସ୍ପଷ୍ଟ ହୋଇନାହିଁ ।
ଏହା ମଧ୍ୟ ପଢନ୍ତୁ- ନବରଙ୍ଗପୁରରେ ଚାଞ୍ଚଲ୍ୟ: ନିଶାଶକ୍ତ ଅବସ୍ଥାରେ ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ବାମୀ