ଓଡିଶା

odisha

ETV Bharat / state

ଶାଶୁ ଘରେ ବୋହୂର ସନ୍ଦେହଜନକ ମୃତ୍ୟୁ: ହତ୍ୟା ଅଭିଯୋଗ ଆଣିଲେ ଝିଅର ବାପା - କଟକ ଖବର

କଟକ ନିଆଳିରେ ଘଟିଛି ଅଭାବନୀୟ ଘଟଣା । ଶାଶୁ ଘରେ ବୋହୂର ସନ୍ଦେହ ଜନକ ମୃତ୍ୟୁ ପରେ ହତ୍ୟା ଅଭିଯୋଗ ଆଣିଲେ ବାପଘର ଲୋକ । ଅଭିଯୋଗ କ୍ରମେ ମୃତକର ସ୍ବାମୀକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ପୋଲିସ । ଅଧିକ ପଢ଼ନ୍ତୁ

ଶାଶୁ ଘରେ ବୋହୂର ସନ୍ଦେହ ଜନକ ମୃତ୍ୟୁ: ହତ୍ୟା ଅଭିଯୋଗ ଆଣିଲେ ଝିଅର ବାପା
ଶାଶୁ ଘରେ ବୋହୂର ସନ୍ଦେହ ଜନକ ମୃତ୍ୟୁ: ହତ୍ୟା ଅଭିଯୋଗ ଆଣିଲେ ଝିଅର ବାପା

By

Published : Jun 27, 2022, 9:16 PM IST

ନିଆଳି: ଶାଶୁ ଘରେ ବୋହୂର ସନ୍ଦେହ ଜନକ ମୃତ୍ୟୁ । ହତ୍ୟା ଅଭିଯୋଗ ଆଣିଲେ ବାପଘର ଲୋକ । ୧ ଲକ୍ଷ ଟଙ୍କା ଯୌତୁକ ଦେବା ପରେ ମଧ୍ୟ ଝିଅକୁ ନିର୍ଯାତନା ଦିଆଯାଇଥିବା ଅଭିଯୋଗ । ମୃତକଙ୍କର ଗୋଟିଏ ଅଢେଇ ମାସର ପୁଅ ରହିଥିବାବେଳେ ସ୍ବାମୀକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ପୋଲିସ ।

ଶାଶୁ ଘରେ ବୋହୂର ସନ୍ଦେହ ଜନକ ମୃତ୍ୟୁ: ହତ୍ୟା ଅଭିଯୋଗ ଆଣିଲେ ଝିଅର ବାପା

ସୂଚନା ଅନୁସାରେ ୨୦୨୧ ଜୁନ ୨୦ରେ ପୁରୀ ଜିଲ୍ଲା ନିମାପଡ଼ା ଥାନା ଅନ୍ତର୍ଗତ ଚାଉଳବସ୍ତ ଗ୍ରାମର ଅଚ୍ୟୁତ ପରିଡ଼ାଙ୍କ ଝିଅ ଇନ୍ଦୁରେଖା(୨୮) ସହିତ ନିଆଳି ଥାନା ରାଣିଓଳା ପଞ୍ଚାୟତ ଅନ୍ତର୍ଗତ ରାଇଚାନ୍ଦୋଳ ଗ୍ରାମର ଦିବାକର ଜେନାଙ୍କ ପୁଅ ରଶ୍ମିରଞ୍ଜନଙ୍କର ବୈଦିକ ରୀତିରେ ବିବାହ ହୋଇଥିଲା । ସେହି ସମୟରେ ବରପକ୍ଷର ଦାବି ମୁତାବକ ୧ ଲକ୍ଷ ଟଙ୍କା ଯୌତୁକ ଦିଆଯାଇଥିଲା । ତେବେ ପରବର୍ତ୍ତୀ ସମୟରେ ଶାଶୁଘର ଲୋକେ ଝିଅକୁ ମାରଧର କରିବା ସହ ନାନା ଅତ୍ୟାଚାର କରୁଥିବା ଅଭିଯୋଗ କରିଥିଲେ ଅଚ୍ୟୁତ । ଗତକାଲି ରାତିରେ ସେମାନେ ଝିଅକୁ ନେଇଯିବାକୁ ଖବର ଦେଇଥିଲେ । କିନ୍ତୁ ସକାଳେ ଝିଅର ମୃତ୍ୟୁ ଖବର ପାଇ ପରିବାର ଲୋକ ନିଆଳି ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ କ୍ରମେ ଜ୍ବାଇଁ ରଶ୍ମିରଞ୍ଜନଙ୍କୁ ଅଟକ ରଖିଛି ପୋଲିସ ।

ଇଟିଭି ଭାରତ, ନିଆଳି

ABOUT THE AUTHOR

...view details