କଟକ/ଭୁବନେଶ୍ବର:ଜିଲ୍ଲାର ବଡ଼ SCB ମେଡିକାଲ ପାଥୋଲେଜି ବିଭାଗ ବିରୋଧରେ ସାଙ୍ଘାତିକ ଅଭିଯୋଗ । କ୍ୟାନସର ହୋଇନି ହେଲେ ଡାକ୍ତର ରୋଗୀଙ୍କ ଅଙ୍ଗ କାଟିବା ସହ କେମୋ ଦେଇଥିବା ନେଇ ଆସିଛି ସଙ୍ଗୀନ ଅଭିଯୋଗ । ଭୁଲ କ୍ୟାନସର ରିପୋର୍ଟ ପାଇଁ ଅଙ୍ଗ ହରାଇଛନ୍ତି ରୋଗୀ । ଏବେ ତାଙ୍କର ଅବସ୍ଥା ଶୋଚନୀୟ ରହିଥିବା ଜଣାପଡ଼ିଛି ।
SCB ମେଡିକାଲ ପାଥୋଲେଜି ବିଭାଗ ପକ୍ଷରୁ ଜଣେ ରୋଗୀଙ୍କୁ ଦିଆଯାଇଥିବା ବାୟପ୍ସି ରିପୋର୍ଟକୁ ଏହି ଚର୍ଚ୍ଚା ହେଉଛି । ପ୍ରଥମ ବାୟପ୍ସି ରିପୋର୍ଟରେ ରୋଗୀ କ୍ୟାନସରରେ ଆକ୍ରାନ୍ତ ହୋଇଥିବା ଦର୍ଶାଯାଇଥିବା ବେଳେ ଦ୍ବିତୀୟ ରିପୋର୍ଟରେ କ୍ୟାନସର ନଥିବା ଦର୍ଶାଯାଇଛି । ଫଳସ୍ବରୂପ ପୂର୍ବ ରିପୋର୍ଟ ଆଧାରେ ସମ୍ପୃକ୍ତ ରୋଗୀଙ୍କ କର୍କଟ ରୋଗର ଚିକିତ୍ସା ଆରମ୍ଭ ହୋଇ ଯାଇଥିବା ବେଳେ ଏବେ ଦ୍ବିତୀୟ ରିପୋର୍ଟକୁ ନେଇ ଚିନ୍ତାରେ ପଡ଼ିଛନ୍ତି ରୋଗୀଙ୍କ ପରିବାର ଲୋକେ ।
ସମ୍ପୃକ୍ତ ରୋଗୀଙ୍କ ବାୟପ୍ସି ରିପୋର୍ଟରେ କ୍ୟାନସର ଚିହ୍ନଟ ହୋଇଛି କିନ୍ତୁ ଦ୍ବିତୀୟ ରିପୋର୍ଟଟି ତୃଟିପୂର୍ଣ୍ଣ ବୋଲି କହିବା ସହ ଏହାକୁ ଟାଇପୋଗ୍ରାଫିକାଲ ଏରର ବୋଲି କହିଛନ୍ତି ଏସସିବି ପାଥେଲୋଜି ବିଭାଗ ମୁଖ୍ୟ । ତେବେ ଏହି ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବାସିନ୍ଦା ପ୍ରଦୀପ୍ତା ଶତପଥୀ । ମହିଳାଙ୍କ ଛାତିରେ ମାଂସ ବଢିବା ପରେ ସେ ଏସସିବି ମେଡିକାଲରେ ଭର୍ତ୍ତି ହୋଇଥିଲେ । ତାଙ୍କର ସର୍ଜରୀ ବିଭାଗରେ ଅପରେସନ ମଧ୍ୟ ହୋଇଥିଲା । ଅପରେସନ ପରେ ମାଂସ ପରୀକ୍ଷା ପାଇଁ ପାଥୋଲୋଜିକୁ ପଠାଯାଇଥିଲା ।