ଓଡିଶା

odisha

ଜଗତପୁରରେ ମହିଳାଙ୍କୁ ବୀଭତ୍ସ ହତ୍ୟା, ସ୍ବାମୀ ଆଣିଲେ ସଙ୍ଗୀନ ଅଭିଯୋଗ

By

Published : Feb 8, 2023, 12:06 PM IST

ଜଗତପୁରରେ ମର୍ଡର । ଦୁଷ୍କର୍ମ ପରେ ମହିଳାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କଲେ ମୃତ ମହିଳାଙ୍କ ସ୍ବାମୀ ।

murder in jagatpur
murder in jagatpur

murder in jagatpur

କଟକ:ଜଗତପୁରରେ ବୀଭତ୍ସ ହତ୍ୟାକାଣ୍ଡ । ବସ ଟର୍ମିନାଲରୁ ମିଳିଲା ମହିଳାଙ୍କ ମୃତଦେହ । ରାତିରେ ଏହି ହତ୍ୟାକାଣ୍ଡ ହୋଇଥିବା ବେଳେ ଦୁଷ୍କର୍ମ ସହ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିଛନ୍ତି ମୃତ ମହିଳାଙ୍କ ସ୍ବାମୀ । ମୃତ ମହିଳା ହେଲେ ଜଗତପୁର ଅଞ୍ଚଳର କୁନି ସାହୁ । ଖବରପାଇ ଜଗତପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁଯାୟୀ, ସ୍ଥାନୀୟ ଅଞ୍ଚଳର କୁନି ସାହୁ ନାମକ ମହିଳା ଗତକାଲି(ମଙ୍ଗଳବାର) ସନ୍ଧ୍ୟା ସମୟରେ ଘରୁ କୁଆଡେ ବାହାରକୁ ଯାଇଥିଲେ । କିନ୍ତୁ ରାତି ଯାଏଁ ଆଉ ଘରକୁ ଫେରି ନଥିଲେ । ଏହାପରେ ପରିବାର ଲୋକେ ଅନେକ ଖୋଜାଖୋଜି କରିବା ପରେ ନପାଇବାରୁ ଥାନାରେ ଏତଲା ଦେଇଥିଲେ । ଅଭିଯୋଗ ଅନୁସାରେ ପୋଲିସ ଖୋଜାଖିଜି କରିବା ପରେ ଆଜି ସକାଳୁ ଜଗତପୁର ସ୍ଥିତ ବସ ଟର୍ମିନାଲ ନିକଟରୁ ତାଙ୍କର ମୃତଦେହ ଉଦ୍ଧାର କରିଛି । ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ସ୍ଥାନୀୟ ହସ୍ପିଟାଲକୁ ପଠାଇଥିବା ବେଳେ ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ମୃତ କୁନି ସାହୁଙ୍କ ସ୍ବାମୀ ମଦନ ସାହୁ ଦୁଷ୍କର୍ମ କରାଯାଇ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: Rani Panda In Khandagiri Jatra: ରାଣୀଙ୍କ ଆଚରଣ ନୁହେଁ ଉଚ୍ଚାରଣ, ବିଏମସି SOPକୁ କଲା ଫୁ

ମୃତ କୁନି ସାହୁଙ୍କ ସ୍ବାମୀ ଅଭିଯୋଗ କରି କହିଛନ୍ତି, " ପ୍ରତିଦିନ ମୋ ସ୍ତ୍ରୀ ରାତି ୯ଟା ସୁଦ୍ଧା କାମ ସାରି ଘରକୁ ଫେରେ । କିନ୍ତୁ ରାତି ୧୦ ଯାଏଁ ଆଉ ଫେରିନଥିଲେ । ପରେ ଅନେକ ଖୋଜାଖୋଜି ପରେ ଥାନାରେ ଏତଲା ଦେଇଥିଲୁ । ଆଜି ମୃତଦେହ ମିଳିଛି । ଦୁଷ୍କର୍ମ କରାଯାଇ ହତ୍ୟା କରାଯାଇଥିବା ମୁଁ ଭାବୁଛି । ଆମର କାହାସହ ସମ୍ପର୍କ ଖରାପ ନଥିଲା । ତେଣୁ ମୁଁ କାହାରିକୁ ସନ୍ଦେହ କରୁନାହିଁ ।"

ଅନ୍ୟପଟେ ଜଗତପୁର ଥାନା ଏସିପି ଅରୁଣ ସ୍ୱାଇଁଙ୍କ କହିବାନୁସାରେ, "ଏହି ଘଟଣାକୁ ନେଇ ନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି। ସାଇଣ୍ଟିଫିକ ଟିମ ଘଟଣା ସ୍ଥଳ ବୁଲି ଅନେକ ତଥ୍ୟ ହାସଲ କରିଛି । ସ୍ତ୍ରୀକୁ ଦୁଷ୍କର୍ମ ପରେ ହତ୍ୟା କରଯାଇଥିବା ନେଇ କୁନିଙ୍କ ସ୍ବାମୀ ମଦନ ସାହୁ ଅଭିଯୋଗ କରିଛନ୍ତି । ଲୁଗାରେ ଗଳାକୁ ଚିପି ହତ୍ୟା କରାଯାଇଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡିଛି । ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ରହସ୍ୟ ଉପରୁ ପରଦା ହଟିବ । ତଦନ୍ତ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।"

ଇଟିଭି ଭାରତ, କଟକ

ABOUT THE AUTHOR

...view details