ଓଡିଶା

odisha

ETV Bharat / state

ଆରମ୍ଭ ହେଲାଣି ହାଡଭଙ୍ଗା ଶୀତ, ବଢୁଛି ଶୀତ ବସ୍ତ୍ରର ଚାହିଦା

ଶୀତ ଲହରିରେ ଥରୁଛି ଓଡିଶା । ଆଉ ଶୀତ ବଢିବା ସହ ତାଳ ଦେଇ କଟକରେ ଜମିଲାଣି ଶୀତ ବସ୍ତ୍ରର ଆସର । କିନ୍ତୁ ଦିଲ୍ଲୀରେ କୋରୋନା ଯେପରି ତାହାର ଦ୍ୱିତୀୟ ୱେଭ ଆରମ୍ଭ କଲାଣି ଏହାକୁ ଆଖି ଆଗରେ ରଖି ଶୀତ ବସ୍ତ୍ର ଉପରେ ଏବେ ଲୋକଙ୍କ ନଜର । ଦାମ ନ ଦେଖି ଶୀତବସ୍ତ୍ର କିଣିବା ପାଇଁ ବ୍ୟସ୍ତ ଗ୍ରାହକ । ଅଧିକ ପଢନ୍ତୁ...

By

Published : Nov 28, 2020, 9:08 PM IST

_winter vs corona, demand for winter clothes is heating up
ଆସୁଛି କୋରୋନା ସେକେଣ୍ଡ ଓ୍ବେଭ, ବଢୁଛି ଶୀତ ବସ୍ତ୍ରର ଚାହିଦା

କଟକ: ଖସୁଛି ପାରଦ । ଶୀତ ଲହରିରେ ଥରୁଛି ଓଡିଶା । ଆଉ ଶୀତ ବଢିବା ସହ ତାଳ ଦେଇ କଟକରେ ଜମିଲାଣି ଶୀତ ବସ୍ତ୍ରର ଆସର । ଭଳିକି ଭଳି ଶୀତବସ୍ତ୍ର ସହିତ ଗ୍ରାହକଙ୍କ ଅପେକ୍ଷାରେ ଦୋକାନୀ । କିନ୍ତୁ ଶୀତ ବଢିବା ସହ ରାଜ୍ୟରେ କୋରୋନା ପୁନଃ ସଂକ୍ରମଣ ନେଇ ଚିନ୍ତା ବଢିଛି । କାରଣ ଶୀତ ଋତୁରେ କୋରୋନା କେସ୍ ବଢିବା ନେଇ ପୂର୍ବରୁ ଆଶଙ୍କା ପ୍ରକାଶ କରିଛନ୍ତି ଗବେଷକ । ଆଉ ବର୍ତ୍ତମାନର ପରିବେଶ ସଂକ୍ରମଣ ପାଇଁ ଉପଯୁକ୍ତ ସାବ୍ୟସ୍ତ ହୋଇଛି । ଏପଟେ ଦିଲ୍ଲୀରେ କୋରୋନା ଯେପରି ତାହାର ଦ୍ୱିତୀୟ ୱେଭ ଆରମ୍ଭ କରିଛି ତାହା ବେଶ ଭୟାନକ ରୂପ ନେଇଛି । କେଉଁ ମୁହୂର୍ତ୍ତରେ ଓଡିଶାରେ ସ୍ଥିତି ମଧ୍ୟ ବଦଳିପାରେ । ତେବେ ଏହାକୁ ଆଖି ଆଗରେ ରଖି ଶୀତ ବସ୍ତ୍ର ଉପରେ ଏବେ ଲୋକଙ୍କ ନଜର । ଦାମକୁ ନ ଦେଖି ବସ୍ତ୍ର ଘରକୁ ନେବା ପାଇଁ ବ୍ୟସ୍ତ ଗ୍ରାହକ ।

ଆସୁଛି କୋରୋନା ସେକେଣ୍ଡ ଓ୍ବେଭ, ବଢୁଛି ଶୀତ ବସ୍ତ୍ରର ଚାହିଦା

ଅନ୍ୟପଟେ କୋରୋନା କଟକଣା ପାଇଁ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି ଲୋକେ । ଆଉ ଏହାକୁ ଆଖି ଆଗରେ ରଖି ଶୀତ ବସ୍ତ୍ର ଦାମ ମଧ୍ୟ କମ ରହିଛି । ବଜାରରେ ବିଭିନ୍ନ ଭେରାଇଟର ବସ୍ତ୍ର ଉପଲବ୍ଧ ରହିଛି। ସବୁ ବୟସ ଵର୍ଗ ଙ୍କ ପାଇଁ ବଜାରରେ ରହିଛି ଶୀତ ବସ୍ତ୍ର । ପୂର୍ବରୁ ଯେଉଁ ମାଲ ଆସିଥିଲା ତାହା ସରିବା ଉପରେ । ଆଉ ନୂଆ ଆଣିବା ପାଇଁ ଅର୍ଡର ମଧ୍ୟ ସରିଛି । ଏହାଛଡା ଲୋକମାନେ ଯେପରି କୋରୋନାରୁ ବଞ୍ଚିବେ ଓ ବ୍ୟବସାୟ ମଧ୍ୟ କିଛି ମାତ୍ରାରେ ସ୍ବଚ୍ଛଳ ହେବ ତାହା ଉପରେ ଧ୍ୟାନ ଦେଉଛନ୍ତି ବ୍ୟବସାୟୀ ।


ଦେଶରେ ଶୀତର ଲହରୀ ଆରମ୍ଭ ହୋଇଥିବାବେଳେ ପୁଣି ଟ୍ରାକକୁ ଫେରୁଛି ସଂକ୍ରମଣ । କିନ୍ତୁ ଚଳିତ ବର୍ଷ ଶୀତବସ୍ତ୍ର ବ୍ୟବସାୟ ସୁଚାରୁ ରୂପେ ହେବ ବୋଲି ଆଶା କରିଛି ବ୍ୟବସାୟୀ । କାରଣ ଗୋଟିଏ ପଟେ କୋରୋନା ଓ ଅନ୍ୟପଟେ ହାଡ଼ଭଙ୍ଗା ଶୀତ ।


କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details