ଓଡିଶା

odisha

ETV Bharat / state

'ସମସ୍ତ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରସ୍ତୁତ ଏନଡିଆରଏଫ' - ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ପ୍ରସ୍ତୁତ ଏନଡିଆରଏଫ

ସମସ୍ତ ପ୍ରକାର ପ୍ରାକୃତିକ ବିପର୍ଯ୍ୟୟକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତ ଏନଡିଆରଏଫ । ସେମାନଙ୍କୁ ସଠିକ୍ ଭାବରେ ତାମିଲ ପ୍ରଦାନ କରାଯାଉଛୁ ତେଣୁ ଏହା ସମ୍ଭବ ହୋଇଥିବା କହିଛନ୍ତି ଏନଡିଆରଏଫ ଡିଜି ।

'ସମସ୍ତ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରସ୍ତୁତ ଏନଡିଆରଏଫ'

By

Published : Nov 17, 2019, 12:57 AM IST

Updated : Nov 17, 2019, 1:16 AM IST

କଟକ: ଏନଡିଆରଏଫ ବିଶ୍ବର ଏକ ମାତ୍ର ଫୋର୍ସ ଯାହାକି ସମସ୍ତ ପ୍ରକାର ପ୍ରାକୃତିକ ବିପର୍ଯ୍ୟୟକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତ । କେମିକାଲ, ବାଇଓଲୋଜିକାଲ, ରେଡ଼ିଓଲୋଜିକାଲ, ନିୟୁକ୍ଲିଅର ଆଦି ବିପର୍ଯ୍ୟୟର ମୁକାବିଲା ପାଇଁ ଏନଡିଆରଏଫ ପ୍ରସ୍ତୁତ ।

'ସମସ୍ତ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରସ୍ତୁତ ଏନଡିଆରଏଫ'

2011 ମସିହାରେ ଜାପାନରେ ଏକାସଙ୍ଗେ ତିନୋଟି ପ୍ରାକୃତିକ ବିପର୍ଯ୍ୟୟ ହୋଇଥିବାବେଳେ ଏନଡିଆରଏଫ ଏହାକୁ ସଫଳ ଭାବରେ ମୁକାବିଲା କରିବାରେ ସଫଳ ହୋଇଥିଲା । ଏନେଇ ଜାପାନ ପ୍ରଧାନମନ୍ତ୍ରୀ ବ୍ୟକ୍ତିଗତ ଭାବେ ଏନଡିଆରଏଫକୁ ପ୍ରଶଂସାପତ୍ର ପ୍ରଦାନ କରିଥିଲେ । ତେବେ ସେମାନଙ୍କୁ ସଠିକ୍ ଭାବରେ ତାମିଲ ପ୍ରଦାନ କରାଯାଉଛୁ ତେଣୁ ଏହା ସମ୍ଭବ ହୋଇଥିବା କହିଛନ୍ତି ଏନଡିଆରଏଫ ଡିଜି ସତ୍ୟନାରାୟଣ ପ୍ରଧାନ ।

ଏହାସହ ଯେକୌଣସି ପ୍ରକାର ବିପର୍ଯ୍ୟୟ ଆସିଲେ ସମାଜ ପ୍ରଥମେ ଏହାର ମୁକାବିଲା କରିବା ଆବଶ୍ୟକ । ଏନେଇ ସମସ୍ତ ସ୍ବେଚ୍ଛାସେବୀଙ୍କୁ ସ୍ବତନ୍ତ୍ର ତାଲିମ ପ୍ରଦାନ କରାଯାଉଛି। ତେବେ ଆସନ୍ତା 2ବର୍ଷ ଏନଡିଆରଏଫ ଡିଜି ଥିବା ପର୍ଯ୍ୟନ୍ତ ସେ ଏହାକୁ ବ୍ୟାପକ ଭାବରେ ସଚେତନ କରାଇବେ ବୋଲି ଗଣ ମାଧ୍ୟମ ସାମ୍ନାରେ ସେ ପ୍ରତିକ୍ରିୟା ରଖିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Nov 17, 2019, 1:16 AM IST

ABOUT THE AUTHOR

...view details