କଟକ: ମହାନଦୀରେ ବନ୍ୟା ପରିସ୍ଥିତି ଓ ବନ୍ୟାଜଳ ନିଷ୍କାସନ ନେଇ ଆଜି (ଗୁରୁବାର) ମୁଣ୍ଡଳି ଓ ନରାଜରେ ସ୍ଥିତିର ସମୀକ୍ଷା କରିଛନ୍ତି ଜଳସମ୍ପଦ ସଚିବ ଅନୁ ଗର୍ଗଙ୍କ ସମେତ ଇଆଇସି ଧୀରେନ ସାମଲ ଓ ଅନ୍ୟ ବରିଷ୍ଠ ଅଧିକାରୀ । ସଚିବ ଏବଂ ଅଧିକାରୀ ଗ୍ରାଉଣ୍ଡ ଜିରୋରେ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରିଛନ୍ତି । ମହାନଦୀରେ ବନ୍ୟାଜଳ ବିପଦ ସଂକେତ ତଳେ ରହିଛି । ଆଜି ଓ ଆସନ୍ତାକାଲି ସୁଦ୍ଧା ପ୍ରାୟ 6ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ ବୋଲି କହିଛନ୍ତି ସଚିବ ।
ମୁଣ୍ଡଳି ନରାଜରେ ସ୍ଥିତି ସମୀକ୍ଷା କଲେ ଜଳ ସମ୍ପଦ ସଚିବ - ମହାନଦୀରେ ବନ୍ୟା ପରିସ୍ଥିତି
ମହାନଦୀରେ ବନ୍ୟା ପରିସ୍ଥିତି ଓ ବନ୍ୟାଜଳ ନିଷ୍କାସନ ନେଇ ଗୁରୁବାର ମୁଣ୍ଡଳି ଓ ନରାଜରେ ସ୍ଥିତିର ସମୀକ୍ଷା କରିଛନ୍ତି ଜଳସମ୍ପଦ ସଚିବ । ଅଧିକ ପଢନ୍ତୁ...
ମୁଣ୍ଡୁଲି ନରାଜରେ ସ୍ଥିତି ସମୀକ୍ଷା କଲେ ଜଳ ସମ୍ପଦ ସଚିବ
ବୈତରଣୀ ସାମନ୍ୟ ବିପଦ ସଂକେତ ଉପରେ ରହିଛି । ତେବେ ଏହା ଅଧିକ ବିପଦ କରିବ ନାହିଁ। ଲଘୁଚାପର ବିଶେଷ ପ୍ରଭାବ ପଡିବ ନାହିଁ। ତେବେ ବିଭାଗର ସମସ୍ତ ଅଫିସରଙ୍କୁ ଗ୍ରାଉଣ୍ଡକୁ ଯାଇ ସ୍ଥିତି ସମ୍ପର୍କରେ ସୂଚନା ଦେବା ସହିତ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଥିବା ଇଆଇସି ଧୀରେନ ସାମଲ କହିଛନ୍ତି ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ