ଓଡିଶା

odisha

ETV Bharat / state

ଜଳାର୍ଣ୍ଣବ ଭଟ୍ଟାରିକା ମନ୍ଦିର - ଜଳବନ୍ଦୀ ଭଟ୍ଟାରିକା ମନ୍ଦିର

ବନ୍ୟା ବିତ୍ପାତରେ ଅର୍ଦ୍ଧାଧିକ ଓଡିଶା ଜଳମଗ୍ନ ଥିବାବେଳେ ଏଥିରୁ ବର୍ତି ପାରିନାହାନ୍ତି ମା’। ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକା ମନ୍ଦିରରେ ପ୍ରବାହିତ ହେଉଛି ବନ୍ୟାଜଳ । ମନ୍ଦିରରେ 5 ଫୁଟର ବନ୍ୟାଜଳ ପ୍ରବାହିତ ହେଉଥିବାରୁ ମା’ଙ୍କ ବିଜେ ପ୍ରତିମା ଓ ସୁନା ଅଳଙ୍କାରକୁ ପାହାଡ ଉପରେ ଥିବା ମା’ଙ୍କ ବନ୍ୟା ଆଶ୍ରୟସ୍ଥଳୀକୁ ନିଆଯାଇଛି ।

ଡିଜାଇନ ଫଟୋ

By

Published : Aug 14, 2019, 12:43 PM IST

କଟକ: ବନ୍ୟା ଜଳରେ ଫୁଲୁଛି ମହାନଦୀ । ଅତି ପ୍ରବଳ ବର୍ଷାରେ କୂଳ ଲଙ୍ଘୁଛି ନଦୀ । ବନ୍ୟା ବିତ୍ପାତରେ ଅର୍ଦ୍ଧାଧିକ ଓଡିଶା ଜଳମଗ୍ନ ଥିବାବେଳେ ଏଥିରୁ ବର୍ତି ପାରିନାହାନ୍ତି ମା’। ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକା ମନ୍ଦିରରେ ପ୍ରବାହିତ ହେଉଛି ବନ୍ୟାଜଳ । ମନ୍ଦିରରେ 5 ଫୁଟର ବନ୍ୟାଜଳ ପ୍ରବାହିତ ହେଉଥିବାରୁ ମା’ଙ୍କ ବିଜେ ପ୍ରତିମା ଓ ସୁନା ଅଳଙ୍କାରକୁ ପାହାଡ ଉପରେ ଥିବା ମା’ଙ୍କ ବନ୍ୟା ଆଶ୍ରୟସ୍ଥଳୀକୁ ନିଆଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ଆଜି(ବୁଧବାର) ସକାଳ 4 ଟା ସମୟରେ ମନ୍ଦିରରେ ପ୍ରବେଶ କରିଥିଲା ବନ୍ୟାଜଳ । ପରେ ମା’ଙ୍କ ବିଜେ ପ୍ରତିମାକୁ ପାହାଡ ଉପରକୁ ନିଆଯାଇ ସେଠାରେ ଠାକୁରାଣୀଙ୍କର ସମସ୍ତ ନୀତିକାନ୍ତି କରାଯାଇଛି । ତେବେ ମା’ଙ୍କ ପଥର ମୂର୍ତ୍ତି ବର୍ତ୍ତମାନ ମନ୍ଦିର ମଧ୍ୟରେ ଥିବାବେଳେ ମା ଗଙ୍ଗା ଭଟ୍ଟାରିକାଙ୍କୁ ସ୍ନାନ କରାଉଥିବା ପୂଜକ କହିଛନ୍ତି ।

ସେପଟେ କଟକ ଜିଲ୍ଲା ମହାନଦୀ ଅବବାହିକାରେ ଥିବା ବାଙ୍କୀ ବ୍ଲକ ରତାଗଡ ପଞ୍ଚାୟତର ହୁଳୁହୁଳା ନାଳ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି । ଫଳରେ ବାଙ୍କୀ ବ୍ଲକର ୭ ଟି ପଞ୍ଚାୟତ, ତିଗିରିଆ ବ୍ଲକର ୭ ଟି ପଞ୍ଚାୟତକୁ ଯୋଗାଯୋଗ ବିଛିନ୍ନ ହୋଇପଡିଛି । ବାଙ୍କୀ ଡମପଡା ବ୍ଲକର ଶିମିଳିପୁର ପଞ୍ଚାୟତର କଇଁଆ ନାଳ ଉପରେ ତିନିଫୁଟ ଉଚ୍ଚର ବନ୍ୟାପାଣି ପ୍ରବାହିତ ହେଉଥିବାବେଳେ ଯୋଗାଯୋଗ ଠପ ହୋଇଯାଇଛି ।

ମହାନଦୀରେ ବନ୍ୟା ପାଣି ପ୍ରଭାବିତ ହେଉଥିବାବେଳେ ଡମପଡା ବ୍ଲକର ଶହଶହ ହେକ୍ଟର ଚାଷଜମି ଜଳମଗ୍ନ ଅବସ୍ଥାରେ ରହିଛି । ଅନ୍ୟପଟେ କଇଆ ନାଳରେ ପାଣି ଆସି ବିଲିପଡା, ତାଳବସ୍ତ ଓ ଖୋର୍ଦ୍ଧାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ୩ ଫୁଟର ବନ୍ୟାଜଳ ପ୍ରଭାବିତ ହେଉଛି । ଫଳରେ ଯୋଗଯୋଗ ବିଛିନ୍ନ ହୋଇଛି ।

ଲଘୁଚାପ ଜନିତ ଲଗାଣ ବର୍ଷା ପାଣି ଏବେ ମହାନଦୀରେ ପ୍ରଭାବିତ ହେଉଥିବା ବେଳେ ହୀରାକୁଦ ଡ୍ୟାମ ଗୋଟିଏ ଗେଟ ଖୋଲିଛି । ଆଗକୁ ଆହୁରି ଗେଟ୍‌ ଖୋଲିବାକୁଥିବାବେଳେ ପରିସ୍ଥିତି କଣ ହେବ ତାକୁ ନେଇ ଆତଙ୍କିତ ଅବସ୍ଥାରେ ଅଛନ୍ତି ଅଞ୍ଚଳବାସୀ । ଅପରପଟେ ବାଙ୍କୀ ଉପଖଣ୍ଡରେ ମହାନଦୀର ବିପଦ ସଙ୍କେତ ୧୯ ମିଟର ଥିବାବେଳେ ଏବେ ୭ ମିଟରରୁ ଉପରେ ବନ୍ୟାଜଳ ପ୍ରଭାବିତ ହେଉଛି ।


କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details