ଓଡିଶା

odisha

ETV Bharat / state

ପୁଣି ଜଳବନ୍ଦୀ କଟକ

ଲଘୁଚାପ ଜନିତ ବର୍ଷାରେ କଟକରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି । ଅନେକ ସ୍ଥାନରେ ଜଳବନ୍ଦୀ ସମସ୍ୟା । ବର୍ଷାପାଣି ନିଷ୍କାସନର ସଠିକ ବ୍ୟବସ୍ଥା ନଥିବାରୁ ଏଭଳି ଅବସ୍ଥା ପ୍ରତିବର୍ଷ ଦେଖାଯାଉଛି ।

By

Published : Sep 25, 2019, 11:27 PM IST

ଫଟୋ ସୌଜନ୍ୟ : ସମ୍ବାଦଦାତା, କଟକ

କଟକ: ବେହାଲ ସିଲଭରସିଟି । ଲଘୁଚାପ ଜନିତ ବର୍ଷାରେ କଟକରେ ପୁଣି ଦୃଶ୍ୟ ହେଲା କୃତ୍ରିମ ବନ୍ୟା । ସହରର ଅନେକ ସ୍ଥାନରେ ଜଳବନ୍ଦୀ ସମସ୍ୟା । ଯାହାକୁ ନେଇ ଚିନ୍ତାରେ ସହର ବାସୀ । ରାସ୍ତା ଉପରେ ଆଣ୍ଠୁଏ ଲେଖାଏଁ ପାଣି । ଘରୁ ବାହାରିବା ଏକ ପ୍ରକାର କଷ୍ଟସାଧ୍ୟ ହୋଇ ପଡିଛି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, କଟକ

ବର୍ଷାପାଣି ନିଷ୍କାସନର ସଠିକ ବ୍ୟବସ୍ଥା ନଥିବାରୁ ବର୍ଷା ହେଲା ମାତ୍ରେ ସହରର ରାସ୍ତା ଉପରେ ପାଣି ଚାଲୁଛି । ତେବେ କହିବାକୁ ଗଲେ ଗଳି କନ୍ଦି ଅବସ୍ଥା ଯାହା ନକହିବା ଭଲ ବିଶେକରି ବାଦାମବାଡ଼ି ମୁଖ୍ୟ ରାସ୍ତାରେ କୁଳ ଖାଉଛି ବର୍ଷା ଜଳ । ଗୋଟେ ପଟେ ରାସ୍ତାରେ ଯାଇକା କାମ ହେତୁ ରାସ୍ତା ନିମ୍ନ ମାନର ଅନ୍ୟପଟେ ଆଣ୍ଠୁଏରୁ ଊର୍ଦ୍ଧ୍ଵ ପାଣି ତେବେ ଏହାରି ଭିତରେ ଯାତ୍ରୀ କେତେ ସୁରକ୍ଷିତ ବୋଲି ମନରେ ପ୍ରଶ୍ନ ଉଙ୍କି ମାରୁଛି ।

ତେବେ ଦୀର୍ଘଦିନ ଧରି ଚାଲିଥିବା ସରକାରୀ ଯୋଜନା ଏବେ ଆଖି ସାମ୍ନାରେ । ମନ୍ତ୍ରୀ ବିଧାୟକ ଜଳବନ୍ଦୀ ନ ହେବାର ଅଭୟ ବର ପ୍ରଦାନ କରିଥିଲେ ସୁଦ୍ଧା ସ୍ଥିତି ଯେଉଁ ଅବସ୍ଥାକୁ ସେହି ଅବସ୍ଥା ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details