ଓଡିଶା

odisha

ETV Bharat / state

ମୁଣ୍ଡଳୀରେ ବଢୁଛି ଜଳସ୍ତର, ୯ ଲକ୍ଷରୁ ଅଧିକ କ୍ୟୁସେକ ବନ୍ୟାଜଳ ପ୍ରବାହିତ - flood situation of odisha

ଚଳିତ ବର୍ଷ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଲଘୁଚାପ ଜନିତ ବର୍ଷାରେ ମହାନଦୀ ମହାରୂପ ନେଇଛି । ପ୍ରଳୟଙ୍କାରୀ ହୋଇ ମାଡି ଆସୁଛି ବନ୍ୟା ଜଳ । ଅଧିକ ପଢନ୍ତୁ...

ମୁଣ୍ଡଳୀରେ ବଢୁଛି ଜଳସ୍ତର
ମୁଣ୍ଡଳୀରେ ବଢୁଛି ଜଳସ୍ତର

By

Published : Aug 30, 2020, 7:54 AM IST

କଟକ: ପ୍ରବଳ ବର୍ଷାରେ ଭୟଙ୍କର ହୋଇଛି ମହାନଦୀ । ପ୍ରଳୟଙ୍କାରୀ ହୋଇ ମାଡି ଆସୁଛି ବନ୍ୟା ଜଳ । ରବିବାର ସକାଳ 6ଟା ସୁଦ୍ଧା ମୁଣ୍ଡଳୀ ଦେଇ 9 ଲକ୍ଷ 76 ହଜାର 715 କ୍ୟୁସେକ ବନ୍ୟା ଜଳ ପ୍ରବାହିତ ହେଉଛି । ନରାଜରେ 4 ଲକ୍ଷ 86 ହଜାର 771 କ୍ୟୁସେକ ବନ୍ୟାଜଳ କାଠଯୋଡିକୁ ନିଷ୍କାସିତ ହେଉଛି । ଅବଶିଷ୍ଟ ଯୋବ୍ରୋ ଆନିକଟରେ ମହାନଦୀକୁ ନିଷ୍କାସିତ ହେଉଛି । ଯାହାକି ଚଳିତବର୍ଷ ଏସବୁ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି ।

ଅନେକ ସ୍ଥାନରେ ବନ୍ୟାଜଳ ପହଁଞ୍ଚି ସାରିଲାଣି। ମଧ୍ୟମରୁ ବଡ ବନ୍ୟାର ସମ୍ଭାବନା ମଧ୍ୟ ରହିଛି। ବିଶେଷକରି ତଳିଆ ଅଞ୍ଚଳ ପାଇଁ ବିପଦ ବଢି ବଢିବାରେ ଲାଗିଛି। ସବୁଠାରୁ ବଡ କଥା ହେଉଛି ଏହି ବନ୍ୟାଜଳ ଆହୁରି ବଢିବାର ସମ୍ଭାବନା ମଧ୍ୟ ରହିଥିବା ନରାଜ ବ୍ୟାରେଜ ଯନ୍ତ୍ରୀ କହିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details