ଓଡିଶା

odisha

ETV Bharat / state

ଆସନ୍ତା 23ରେ ଭୋଟ ଦେବ ସିଲଭରସିଟି, ମତଦାନକୁ ନେଇ ସଜାଗ ପ୍ରଶାସନ - cp

ନିର୍ବାଚନକୁ ଦୃଷ୍ଟିରେ ରଖି ତିନି ପ୍ରମୁଖ ଦଳ ସେମାନଙ୍କ ପ୍ରାର୍ଥୀ ଘୋଷଣା କରି ସାରିଛନ୍ତି। ଏଥର କଟକ ବାରବାଟୀ ଆସନରେ ତ୍ରିକୋଣୀୟ ମୁକାବିଲା ଦେଖିବାକୁ ମିଳିବ। ନିର୍ବାଚନଖୁ ଶାନ୍ତିଶୃଙ୍ଖଳାର ସହ ପରିଚାଳନା କରିବା ପାଇଁ ପ୍ରସ୍ତୁତ ରହିଛି କମିଶନରେଟ ପୋଲିସ।

ଡିଜାଇନ ଫଟୋ

By

Published : Apr 12, 2019, 5:08 PM IST


କଟକ: ନିର୍ବାଚନକୁ ନେଇ ସରଗରମ ସିଲଭର ସିଟି କଟକ ରାଜନୀତି। ସାଧାରଣ ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କର ସମର୍ଥନ ହାତେଇବା ଲାଗି ବିଭିନ୍ନ ଦଳର ପ୍ରାର୍ଥୀ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି । ଏଥିରୁ ବାଦ ପଡିନାହିଁ ସହରରେ ଅବସ୍ଥିତ ଥିବା କଟକ ବାରବାଟି ବିଧାନସଭା ଆସନ। ଆସନ୍ତା 23 ତାରିଖରେ ଏହି ଆସନ ପାଇଁ ହେବାକୁ ଯାଉଛି ଭୋଟଗ୍ରହଣ। ଏଥିପାଇଁ ପ୍ରଶାସନିକ ସ୍ତରରେ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ନିର୍ବାଚନକୁ ଦୃଷ୍ଟିରେ ରଖି ତିନି ପ୍ରମୁଖ ଦଳ ସେମାନଙ୍କ ପ୍ରାର୍ଥୀ ଘୋଷଣା କରି ସାରିଛନ୍ତି। ବିଜେଡିରୁ ଦେବାଶିଷ ସାମନ୍ତରାୟ, କଂଗ୍ରେସରୁ ମହମ୍ମଦ ମୋକିମ ଏବଂ ବିଜେପିରୁ ସମୀର ଦେ ପ୍ରାର୍ଥୀ ଭାବେ ନିର୍ବାଚନରେ ଅବତୀର୍ଣ୍ଣ ହୋଇଛନ୍ତି। ସବୁ ଦଳ ସ୍ଥାନୀୟ ସମସ୍ୟାକୁ ପ୍ରମୁଖ ନିର୍ବାଚନୀ ପ୍ରସଙ୍ଗ ଭାବେ ଗ୍ରହଣ କରି ଭୋଟରଙ୍କ ସମର୍ଥନ ହାତେଇବାରେ ଲାଗି ପଡିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦତାତା , କଟକ
ସହରରେ ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା ପାଈଁ ପ୍ରସ୍ତୁତ ରହିଛି କମିଶନରେଟ ପୋଲିସ । ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ନିର୍ବାଚନ ପୂର୍ବରୁ ଅନେକ ଅପରାଧୀଙ୍କ ସମେତ ପାଖାପାଖି ୪୫୦ ୱାରେଣ୍ଟୀ ମଧ୍ୟ ଗିରଫ କରାଯାଇଛି । ନିର୍ବାଚନ ପରିଚାଳନା ପାଈଁ ବିଭିନ୍ନ ସ୍କ୍ୱାର୍ଡର ଗଠନ କରାଯାଇଛି । ସେହିପରି ପୋଲିଂ ବୁଥରେ ସିସିଟିଭି ଲଗାଯିବ । ନିର୍ବାଚନ ଦିନ ସହର ମଧ୍ୟରେ ୪ କମ୍ପାନୀ ସିଏଏଫ ଫୋର୍ସ ମୃତୟନ ସହ ସମସ୍ତ ଅଫିସରଙ୍କୁ ନିୟୋଜିତ କରାଯିବ।

କଟକରୁ ନାରାୟଣ ସାହୁ, ଈଟିଭି ଭାରତ

ABOUT THE AUTHOR

...view details