ଓଡିଶା

odisha

ETV Bharat / state

ଯୁବ ଭୋଟରଙ୍କୁ ପଢାଗଲା ମତଦାନ ପାଠ - କଟକରେ ଜାତୀୟ ମତଦାନ ଦିବସ

ମତଦାନ ହିଁ ଭାରତୀୟ ଗଣତନ୍ତ୍ରକୁ ସଦୃଢ କରିବ। ଯୁବ ଭୋଟର ମାନେ ଏନେଇ ସଚେତନ ହେବାର ଆବଶ୍ୟକତା ରହିଛି। ଏନେଇ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

voter
voter

By

Published : Jan 26, 2020, 10:12 AM IST

କଟକ: ପ୍ରତିବର୍ଷ 25 ଜାନୁଆରୀରେ ଦେଶ ପାଳିଥାଏ ଜାତୀୟ ମତଦାନ ଦିବସ । ଚଳିତ ବର୍ଷ ଏହି ଅବସରରେ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା ।

ଯୁବ ଭୋଟରଙ୍କୁ ପଢାଗଲା ମତଦାନ ପାଠ

ପ୍ରତ୍ୟେକ ନାଗରିକଙ୍କ ମତଦାନ ଅଧିକାର ରହିଛି। ମତଦାନ ହିଁ ଭାରତୀୟ ଗଣତନ୍ତ୍ରକୁ ସଦୃଢ କରିବ। ଯୁବ ଭୋଟର ମାନେ ଏନେଇ ସଚେତନ ହେବାର ଆବଶ୍ୟକତା ରହିଛି। ଆଗାମୀ ଦିନରେ କିଭଳି ଅଧିକ ମତଦାନ ହେବ ସେ ନେଇ, 10ମ ଜାତୀୟ ମତଦାନ ଦିବସ ଅବସରରେ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ସଚେତନତା କାର୍ଯ୍ୟକ୍ରମ କରାଯାଇଛି ।

ଏହି ଅବସରରେ ଛାତ୍ରୀମାନଙ୍କ ମଧ୍ୟରେ ଝୋଟି ପ୍ରତିଯୋଗିତା ସହ ବିଭିନ୍ନ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବକ୍ତୃତା ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ଉପସ୍ଥିତ ଯୁବ ଭୋଟର ତଥା ଅଫିସର ମାନଙ୍କୁ କଟକ ଜିଲ୍ଲାପାଳ ଶପଥ ପାଠ କରାଇଥିଲେ। ତେବେ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ପ୍ରତିଯୋଗୀମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details