ନିଆଳି:ଆସନ୍ତାକାଲି(ରବିବାର) ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ । ୨୯ ଜିଲ୍ଲାର ୬୩ ବ୍ଲକର ୧୭୧ ଜିଲ୍ଲା ପରିଷଦ ଆସନ ପାଇଁ ହେବ ମତଦାନ । ଏହି ପରିପ୍ରେକ୍ଷୀରେ ନିଆଳିରେ ମଧ୍ୟ ହେବ ଭୋଟ ଗ୍ରହଣ ପ୍ରକ୍ରିୟା । କଣ୍ଟାପଡ଼ା ବ୍ଲକର ୨୧୨ ବୁଥରେ ହେବ ମତଦାନ ।
୧୪ ପଞ୍ଚାୟତ ବିଶିଷ୍ଟ ଏହି ବ୍ଲକରେ ୨ ଟି ଜୋନରେ ୨ ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ, ୧୪ ସରପଞ୍ଚ, ୧୪ ସମିତିସଭ୍ୟ ଓ ୨୧୨ ଟି ୱାର୍ଡରେ ଥିବା ପ୍ରାର୍ଥୀମାନଙ୍କ ଭାଗ୍ୟ ପରୀକ୍ଷା ହେବା କଣ୍ଟାପଡ଼ା ବ୍ଲକରେ ୧୪ ଟି ପଞ୍ଚାୟତ ପାଇଁ ୨୧୨ ଟି ବୁଥ କରାଯାଇଛି। ମତଦାନ ପାଇଁ ପ୍ରସ୍ତୁତି ମଧ୍ୟ ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ନେଇ କଣ୍ଟାପଡା ବିଡିଓ ସନ୍ତୋଷ କୁମାର ପତି ସୂଚନା ଦେଇଛନ୍ତି ।