ଓଡିଶା

odisha

ଭର୍ଚୁଆଲରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ବର

By

Published : Nov 4, 2022, 9:26 AM IST

ପଞ୍ଚୁକ ପର୍ବରେ ଧବଳେଶ୍ବରଙ୍କ ପୀଠରେ ଆରମ୍ଭ ହେଲା ଭର୍ଚୁଆଲ ଦର୍ଶନ ବ୍ୟବସ୍ଥା । ଭର୍ଚୁଆଲରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ବର । ଅଧିକ ପଢନ୍ତୁ

ଭର୍ଚୁଆଲରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ବର
ଭର୍ଚୁଆଲରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ବର

କଟକ:ଆଜିଠାରୁ ଆରମ୍ଭ ହୋଇଛି ପଞ୍ଚୁକ ପର୍ବ । ଏହାସହିତ ଆଜିଠୁ ଧବଳେଶ୍ବର ପୀଠରେ ଭର୍ଚୁଆଲ ଦର୍ଶନ ବ୍ୟବସ୍ଥା(Virtual darshan of Dhabaleswar) ଆରମ୍ଭ ହୋଇଛି । ଭର୍ଚୁଆଲ ମୋଡ଼ରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ବର । ଝୁଲାପୋଲ ସ୍ଥିତି ଅତି ଦୁର୍ବଳ ହୋଇପଡିଥିବାରୁ ଭକ୍ତମାନଙ୍କୁ ପୀଠକୁ ଯିବାପାଇଁ ବାରଣ କରାଯାଇଛି । ଧବଳେଶ୍ବର ପୀଠରେ ୧୪୪ ଧାରା ଲାଗୁ କରାଯାଇଛି । ତେବେ ଭକ୍ତମାନେ ଯେପରି ଘରେ ରହି ବାବା ଧବଳେଶ୍ବରଙ୍କୁ ଦର୍ଶନ କରିପାରିବେ, ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଭର୍ଚୁଆଲ ବ୍ୟବସ୍ଥା କରାଯାଇଛି ।

ଗୁଜୁରାଟର ମୋର୍ବିରେ ଝୁଲାପୋଲ ଟ୍ରାଜେଡି(Morbi Hanging Bridge Tragedy) ପରେ ଧବଳେଶ୍ବର ପୀଠରେ ୧୪୪ ଧାରା ଲାଗୁ କରାଯାଇଛି । ବର୍ତ୍ତମାନ କାର୍ତ୍ତିକ ମାସ ଥିବାରୁ ମନ୍ଦିରକୁ ଅଧିକ ଭକ୍ତଙ୍କ ସମାଗମ ହେଉଛି । ତେଣୁ ପୀଠକୁ ସଂଯୋଗ କରିଥିବା ଝୁଲା ପୋଲଟି ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି । କିଛି ଅଘଟଣ ଘଟିବା ପୂର୍ବରୁ ପ୍ରଶାସନ ପକ୍ଷରୁ ପୋଲରେ ଯାତାୟତ ଉପରେ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ କଟକଣା ଜାରି କରାଯାଇଛି । ତେବେ ଆଗକୁ ବଡଓଷା ଆସୁଥିବାରୁ ଭକ୍ତଙ୍କ ଦର୍ଶନ ପାଇଁ ଏଲଇଡି ସ୍କ୍ରିନ ଲାଗିବ । ଯାହାଦ୍ବାରା ଭର୍ଚୁଆଲ ମୋଡରେ ଦର୍ଶନ କରିବେ ଭକ୍ତ ।

ଏହାମଧ୍ୟ ପଢନ୍ତୁ: ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧବଳେଶ୍ୱର ପୀଠରେ କଟକଣା, ଆଶା ଆଶଙ୍କାରେ ଭକ୍ତ

ଧବଳେଶ୍ବର ପୀଠକୁ କୌଣସି ଭକ୍ତଙ୍କ ପ୍ରବେଶ ଉପରେ କଟକଣା ବଳବତ୍ତର ରହିବ । କେବଳ ସେବାୟତଙ୍କୁ ହିଁ ମନ୍ଦିର ଭିତରକୁ ପ୍ରବେଶ ଅନୁମତି ଦିଆଯିବ । ସେପଟେ ବଡଓଷା ମେଳା ଆୟୋଜନ ନେଇ ତର୍ଜମା ଚାଲିଛି । ଇଭେଣ୍ଟ ମ୍ୟାନେଜର ସହ ଆଲୋଚନା କରାଗଲା ପରେ ଜାଗା ସ୍ଥିର କରି ମେଳା କରାଯିବ । କିନ୍ତୁ ଝୁଲନ୍ତା ପୋଲରେ ଯାତାୟତ ପାଇଁ 144 ଧାରା ବଳବତ୍ତର ରଖାଯାଇଥିବା କଟକ ଜିଲ୍ଳାପାଳ ଭବାନୀ ଶଙ୍କର ଚୟିନୀ କହିଛନ୍ତି ।

ଏହାମଧ୍ୟ ପଢନ୍ତୁ: ଆଜିଠୁ ପଞ୍ଚୁକ ବ୍ରତ: ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜୀଉ

ଇଟିଭି ଭାରତ, କଟକ

ABOUT THE AUTHOR

...view details