କଟକ: ଲକଡାଉନ ନିୟମ ଉଲଙ୍ଘନ ଅଭିଯୋଗରେ ରାଜ୍ୟର ବିଭିନ୍ନ ଥାନାରେ ଏବେ ସୁଦ୍ଧା ମୋଟ ୫୩୭୭ ଟି ମାମଲା ରୁଜୁ ହୋଇଛି। ଏପ୍ରିଲ 19 ସକାଳ ଠାରୁ ଏପ୍ରିଲ 20 ସକାଳ ଅର୍ଥାତ 24 ଘଣ୍ଟାରେ କେବଳ ୫୪ ଟି ମାମଲା ରୁଜୁ କରାଯାଇଛି ।
24 ଘଣ୍ଟାରେ ରୁଜୁ ୫୪ଟି ମାମଲା ମଧ୍ୟରୁ ୫୦ଟି ମାମଲା ଲକଡାଉନ ନିୟମ ଉଲଙ୍ଘନ ଅଭିଯୋଗରେ ଓ 3 ଟି ମାମଲା ଗୁଜବ ସୃଷ୍ଟି ଅଭିଯୋଗରେ ଓ ଗୋଟିଏ ମାମଲା ଅନ୍ୟାନ୍ୟ କାରଣ ପାଇଁ ରୁଜୁ ହୋଇଛି । ତେବେ ହୋମକ୍ବାରେଣ୍ଟାଇନ ଉଲଙ୍ଘନ ନେଇ କୌଣସି ମାମଲା ରୁଜୁ ହୋଇନାହିଁ ।