ନିଆଳି:୫ ଦିନ ହେଲାଣି ଗାଁକୁ ଆସୁନି ବିଜୁଳି । ଗତ ଶୁକ୍ରବାର ଦିନ ଗାଁରେ ବଜ୍ରପାତ ଯୋଗୁଁ ଟ୍ରାନ୍ସଫର୍ମର ପୋଡ଼ି ଯାଇଥିଲା । ହେଲେ ଆଜି ଯାଏଁ ନୂଆ ଟ୍ରାନ୍ସଫର୍ମର ଲାଗି ନପାରିବାରୁ ଅନ୍ଧାରରେ ଦିନ କାଟୁଛନ୍ତି ଲୋକେ । କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ ବ୍ରାହ୍ମଣବାଟି ପଞ୍ଚାୟତ ବଡ଼ବିଲ ଦୁର୍ଗାମଣ୍ଡପ ସାହିରୁ ଏଭଳି ବିଜୁଳି ସମସ୍ୟା ସାମ୍ନାକୁ ଆସିଛି । ଏ ସମ୍ପର୍କରେ ଗାଁ ଲୋକେ ଅଭିଯୋଗ କରିଥିଲେ ହେଁ ସମସ୍ୟାର ସମାଧାନ ହେଉନି । ଯାହାର ପ୍ରତିବାଦରେ ଦୁର୍ଗାମଣ୍ଡପ ସାହି ବାସିନ୍ଦା ସୋମବାର ସନ୍ଧ୍ୟାରେ ନିଆଳି ସ୍ଥିତ ବିଦ୍ୟୁତ ବିଭାଗ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଧାରଣାରେ ବସିଛନ୍ତି ।
ସୂଚନା ଅନୁସାରେ, ବ୍ରାହ୍ମଣବାଟି ପଞ୍ଚାୟତ ଅନ୍ତର୍ଗତ ବଡ଼ବିଲ ଦୁର୍ଗାମଣ୍ଡପ ସାହିଠାରେ ଟାଟା କମ୍ପାନି ପକ୍ଷରୁ ଏକ ଟ୍ରାନ୍ସଫର୍ମ ବସିଥିଲା । ଗତ ଶୁକ୍ରବାର ଦିନ ପ୍ରବଳ ବର୍ଷା ଓ ବଜ୍ରପାତ ଯୋଗୁଁ ଏହି ଟ୍ରାନ୍ସପୋର୍ଟଟି ପୋଡ଼ି ଯାଇଥିଲା । ଏ ସମ୍ପର୍କରେ ବଡ଼ବିଲ ଦୁର୍ଗାମଣ୍ଡପ ସାହିର ବିଦ୍ୟୁତ ଉପଭୋକ୍ତାମାନେ ଡିମିରି ସ୍ଥିତ ଟାଟା କମ୍ପାନୀ ବିଦ୍ୟୁତ ବିଭାଗର ଯନ୍ତ୍ରୀଙ୍କୁ ଜଣାଇଥିଲେ । ବିଦ୍ୟୁତ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳକୁ ଯାଇ ଅନୁସନ୍ଧାନ କରିବା ପରେ ବ୍ରଜପାତ ଯୋଗୁଁ ଟ୍ରାନ୍ସଫର୍ମଟି ପୋଡ଼ି ଯାଇଥିବା ଜାଣିବାକୁ ପାଇଥିଲେ । ହେଲେ ଗାଁରେ ନୂଆ ଟ୍ରାନ୍ସଫର୍ମର ବସାଇବା ବଦଳରେ କମ୍ପାନି ଦିନ ଗଡ଼ାଉଥିବାରୁ ବଡ଼ବିଲ ଦୁର୍ଗାମଣ୍ଡପ ସାହି ଚାରି ଦିନ ଅନ୍ଧାରରେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି । ପିଲାମାନଙ୍କ ପାଠପଢା ପ୍ରଭାବିତ ହେବା ସହିତ ପାଣି ସମସ୍ୟା ସୃଷ୍ଟି ହୋଇଛି ।
ଏହାମଧ୍ୟ ପଢନ୍ତୁ: ବଦଳି ପାରୁନି ଟ୍ରାନ୍ସଫର୍ମର, ୩ ମାସ ହେଲାଣି ଅନ୍ଧାରରେ ଗ୍ରାମବାସୀ