ଓଡିଶା

odisha

ETV Bharat / state

Vijay Hazare Trophy: ଟିମ ଓଡିଶାର ବିଜୟ ରଥ ରୋକିଲା ଜମ୍ମୁ-କାଶ୍ମୀର - ବିଜୟ ହଜାରେ ଟ୍ରଫିରେ ଓଡିଶାର ପରାଜୟ

କ୍ରମାଗତ ୩ଟି ମ୍ୟାଚ୍‌ରେ ବିଜୟ ପରେ ଚଳିତ ବିଜୟ ହଜାରେ ଟ୍ରଫିରେ ରବିବାର ପରାଜୟର ମୁହଁ ଦେଖିଛି ଓଡିଶା । ଜମ୍ମୁ-କାଶ୍ମୀର ବିପକ୍ଷରେ ୯୫ ରନ୍‌ରେ ହାରିଲା ଓଡିଶା । ଅଧିକ ପଢନ୍ତୁ

Vijay Hazare Trophy: Jammu & Kashmir beat odisha by 95 runs
Vijay Hazare Trophy: ଓଡିଶା ବିଜୟ ରଥ ରୋକିଲା ଜମ୍ମୁ-କାଶ୍ମୀର

By

Published : Dec 12, 2021, 11:00 PM IST

ଥାନେ:ଚଳିତ ବିଜୟ ହଜାରେ ଟ୍ରଫି(Vijay Hazare Trophy)ରେ ଟିମ ଓଡିଶାର ବିଜୟ ରଥ ରୋକିଲା ଜମ୍ମୁ-କାଶ୍ମୀର । କ୍ରମାଗତ ୩ଟି ମ୍ୟାଚ୍‌ରେ ବିଜୟ ପରେ ରବିବାର ପରାଜୟର ମୁହଁ ଦେଖିଛି ଓଡିଶା । ଜମ୍ମୁ-କାଶ୍ମୀର ବିପକ୍ଷରେ ୯୫ ରନ୍‌ରେ ହାରିଲା ଓଡିଶା ।

ଟସ୍‌ ଜିତି ଓଡିଶା କ୍ୟାପଟେନ ଶୁଭ୍ରାଂଶୁ ସେନାପତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ । ଫଳରେ ପ୍ରଥମ ବ୍ୟାଟିଂ କରି ଜମ୍ମୁ-କାଶ୍ମୀର ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ ହରାଇ ୨୭୮ ରନ୍‌ ସଂଗ୍ରହ କରିଥିଲା । ଟିମ ପକ୍ଷରୁ ହେନାଲ ନାଜିର ସର୍ବାଧିକ ୭୯ ରନ୍‌ର ଅର୍ଦ୍ଧଶତକୀୟ ଇଂନିସ ଖେଳିଥିଲେ । ଶୁଭମ କାଜୁରିୟା ୩୮ ଓ ପର୍ଭେସ ରସୁଲ ୩୦ ରନ୍‌ର ଇଂନିସ ଖେଳିଥିଲେ ।

ଏହାମଧ୍ୟ ପଢନ୍ତୁ: ODI ଅଧିନାୟକ ହେବାପରେ ରୋହିତଙ୍କ ବଡ ବୟାନ, କହିଲେ ବାହାର ଚର୍ଚ୍ଚା ଭିତ୍ତିହୀନ

ପରେ ୨୭୯ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଟିମ ଓଡିଶା ମାତ୍ର ୧୮୩ ରନ୍ କରିବାକୁ ସମର୍ଥ ହୋଇଥିଲା । ୪୫ ଓଭରରେ ସମସ୍ତ ୱିକେଟ ହରାଇଥିଲା । ଟିମ ପକ୍ଷରୁ ଅଭିଶେକ ରାଉତ ସର୍ବାଧିକ ୪୦ ଓ ଗୋବିନ୍ଦ ପୋଦ୍ଦାର ୩୭ ରନ୍‌ର ଇଂନିସ ଖେଳିଥିଲେ । ବିପ୍ଳବ ସାମନ୍ତରାୟ ୨୧ ଓ ଶୁଭ୍ରାଂଶୁ ମିଶ୍ର ୨୮ ରନ୍‌ କରିଥିଲେ । ମାତ୍ର ଏହା ବିଜୟ ପାଇଁ ଯଥେଷ୍ଟ ହୋଇନଥିଲା । ୯୫ ରନ୍‌ର ମ୍ୟାଚ୍‌ ଜିତିବା ସହ ଗୁରୁତ୍ବପୂର୍ଣ୍ଣ ୪ ପଏଣ୍ଟ ହାତେଇଥିଲା ଜମ୍ମୁ-କାଶ୍ମୀର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details