କଟକ:ଭିଜିଲାନ୍ସ ଜାଲରେ ସବ୍ ଇନ୍ସପେକ୍ଟର । ଡିଜିଟାଲ ପେମେଣ୍ଟ୍ ଜରିଆରେ ନେଉଥିଲେ ଲାଞ୍ଚ । ଲାଞ୍ଚ ନେଇ ଫସିଗଲେ ପୋଲିସ ବାବୁ । ଜଣେ ବ୍ୟକ୍ତିଙ୍କ ଜବତ ଗାଡିକୁ ରିଲିଜ କରିବା ପାଇଁ ମାଗିଥିଲେ 15 ହଜାର ଟଙ୍କା ଲାଞ୍ଚ । ଏନେଇ ସମ୍ପୃକ୍ତ ବ୍ୟକ୍ତି ଜଣକ ଭିଜିଲାନ୍ସରେ ଅଭିଯୋଗ କରିବା ପରେ କାର୍ଯ୍ୟାନୁଷ୍ଠାନ ନେଇଛି ଭିଜିଲାନ୍ସ । ଗତକାଲି ଏହି ଘଟଣା ଘଟିଥିବା ବେଳେ ଫୁଲବାଣୀ ବାଉଁଶୁଣୀ ଥାନା ସବଇନିସପେକ୍ଟର ଡିଜିଟାଲ ଆପରେ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ଏନେଇ ଆଜି ଭିଜିଲାନ୍ସ ଏସ୍ପି ସୂଚନା ଦେଇଛନ୍ତି ।
ତେବେ ଗତକାଲି ଲାଞ୍ଚ ନେଇ ଧରା ପଡ଼ିଥିବା ବୌଦ୍ଧ ବାଉଁଶୁଣୀ ଥାନା ସବ୍ ଇନ୍ସପେକ୍ଟର ହେଉଛନ୍ତି ବିକ୍ରମ କୁମାର ଦେହୁରୀ । ଡିଜିଟାଲ ଆପରେ ଟଙ୍କା ନେଇ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । କୋର୍ଟର ଅନୁମତି ଥିବା ସତ୍ତ୍ବେ ଗାଡି଼ ଛାଡିବାକୁ ଟଙ୍କା ମାଗୁଥିଲେ । ଜଣେ ବ୍ୟକ୍ତିଙ୍କ ଠାରୁ ଥାନାରୁ ତାଙ୍କ ମଟୋର ସାଇକେଲ ରିଲିଜ୍ କରିବାକୁ ୧୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଟଙ୍କା ନଦେଲେ କୋର୍ଟ ନିର୍ଦ୍ଦେଶ ମଧ୍ୟ ପାଳନ କରିବେ ନାହିଁ କି ଗାଡ଼ି ଛାଡିବେ ନାହିଁ ବୋଲି କହିଥିଲେ । ଏହାସହ ଏକ ଆକାଉଣ୍ଟ ନମ୍ବର ଦେଇ ଲାଞ୍ଚ ଟଙ୍କା ଫୋନ୍ ପେ ଜରିଆରେ ଦେବାକୁ ପୋଲିସ ବାବୁ ଜଣକ କହିଥିଲେ । ଏହାକୁ ବ୍ୟକ୍ତି ଜଣକ କଲ ରେକର୍ଡ କରି ଭିଜିଲାନ୍ସ ଅଧିକାରୀଙ୍କୁ ଜଣାଇଥିଲେ । ସେପଟେ ବ୍ୟକ୍ତି ଜଣଙ୍କ ଥାନା ଅଧିକାରୀଙ୍କୁ ଫୋନ୍ ପେରେ ପେମେଣ୍ଟ କରିଥିବା ଟଙ୍କାର ସ୍କ୍ରିନସଟ୍ ମଧ୍ୟ ଭିଜିଲାନ୍ସ ଅଧିକାରୀଙ୍କୁ ଦେଇଥିଲେ । ତେବେ ପୂର୍ବରୁ ପୋଲସ ବାବୁ ଜଣଙ୍କ 20 ହଜାର ଟଙ୍କା ନେଇଥିବା ସୂଚନା ରହିଛି ।