ETV Bharat Odisha

ଓଡିଶା

odisha

ETV Bharat / state

ଦୁଇ ଦୁର୍ନୀତି ଗ୍ରସ୍ତ ଅଧିକାରୀଙ୍କୁ ଗିରଫ କଲା ଭିଜିଲାନ୍ସ - ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ଯନ୍ତ୍ରୀ ଓ କୋ-ଅପରେଟିଭ ବ୍ୟାଙ୍କ କର୍ମଚାରୀ ଗିରଫ । ଅଧିକ ପଢନ୍ତୁ

vigilance arrested two corrupt officers
vigilance arrested two corrupt officers
author img

By

Published : Jun 13, 2023, 11:18 AM IST

କଟକ:ଦୁଇ ଦୁର୍ନୀତି ଗ୍ରସ୍ତ ଅଧିକାରୀଙ୍କୁ ଗିରଫ କଲା ଭିଜିଲାନ୍ସ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ନେଇ ପ୍ରମାଣ ମିଳିବା ପରେ ସହକାରୀ ଯନ୍ତ୍ରୀ ବିକାଶ ଭୁୟାଁ ଓ ବ୍ୟାଙ୍କିଙ୍ଗ ଆସିଷ୍ଟାଣ୍ଟ ପ୍ରଦୀପ ଚନ୍ଦ୍ରକାରଙ୍କୁ ଗିରଫ କରିଛି ଭିଜିଲାନ୍ସ । ଆଜି ଉଭୟଙ୍କୁ କୋର୍ଟ ଚାଲାଣ କରାଯିବ। ପ୍ରଦୀପଙ୍କଠାରୁ କୋଟି କୋଟି ଟଙ୍କାର ସମ୍ପତ୍ତି ମିଳିଥିବା ଭିଜିଲାନ୍ସ ବିଭାଗ ସୂଚନା ଦେଇଛି ।

ଗତକାଲି କଟକ ସଦର ବ୍ଲକ ସହକାରୀ ଇଂଜିନିୟର ବିକାଶ ଚନ୍ଦ୍ର ଭୂୟାଁଙ୍କ ବାସଭବନରେ ଭିଜିଲାନ୍ସ ଚଢାଉ କରିଥିଲା । ତାଙ୍କ ନାଁରେ ପୂର୍ବରୁ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ ରହିଥିଲା । ଭୁବନେଶ୍ବର ଓ କଟକ ସମେତ ଚାରୋଟି ସ୍ଥାନରେ ଏକକାଳୀନ ରୋଡ କରିଥିଲା ଭିଜିଲାନ୍ସ । ଏହି ଚଢ଼ାଉରେ ଭିଜିଲାନ୍ସର ୩ ଜଣ ଡ଼ିଏସପି, ୪ ଇନିସ୍ପେକ୍ଟରଙ୍କ ସମେତ ଅନ୍ୟ ଭିଜିଲାନ୍ସ କର୍ମଚାରୀ ସାମିଲ ହୋଇଥିଲେ । କଟକ ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍‌ଙ୍କ ଅନୁମତି କ୍ରମେ ଏହି ଚଢ଼ାଉ ହୋଇଥିଲା । ନରସିଂହପୁର ପୈତୃକ ଘର, ସଦର ବ୍ଲକ କାର୍ଯ୍ୟାଳୟ, ଭୁବନେଶ୍ୱର ସୌଭାଗ୍ୟନଗର ଆବାସିକ ଘରେ ଓ ଚକେଇସିହାଣି ସମ୍ପର୍କୀୟଙ୍କ ଘରେ ଚଢାଉ କରାଯାଇଥିଲା।

ଏହା ମଧ୍ୟ ପଢନ୍ତୁ-ଭିଜିଲାନ୍ସ ପଞ୍ଝାରେ ସହକାରୀ ଯନ୍ତ୍ରୀ; ଏକକାଳୀନ ୪ଟି ସ୍ଥାନରେ ଚଢ଼ାଉ, କୋଟି କୋଟି ଟଙ୍କାର ସମ୍ପତ୍ତି ଜବତ

ଏହି ଚଢାଉରେ କୋଟିକୋଟି ଟଙ୍କାର ସମ୍ପତ୍ତି ଜବତ କରିଛି ଭିଜିଲାନ୍ସ ବିଭାଗ । ବାବୁ ଜଣଙ୍କ ଡିଜିଟାଲ କରେନ୍ସିରେ ଟଙ୍କା ନିବେଶ କରିଥିବା ସୂଚନା ପାଇଛି ଭିଜିଲାନ୍ସ । କ୍ରିପ୍ଟୋ କରେନ୍ସି ୧ ଲକ୍ଷ ୨୩ ହଜାର ଟଙ୍କା ବିନିଯୋଗ କରିଥିବା ସୁରାକ ପାଇଥିଲା ଭିଜିଲାନ୍ସ । ଏନେଇ ଡିଜିଟାଲ କରେନ୍ସି ଆଇଡି ଡିଟେଲ ଠାବ ହୋଇଛି । କଟକ ଭୁବନେଶ୍ୱରରେ 7ଟି ପ୍ଲଟ ସମେତ ୩୮ଲକ୍ଷ ଟଙ୍କାର ସୁନା ଓ ରୂପା ସମେତ ହୀରାର ଗହଣା ଠାବ ହୋଇଥିଲା । ବ୍ୟାଙ୍କରୁ ୧୨ଲକ୍ଷ ୬୨ହଜାର‌ ଟଙ୍କା ଜବତ ହୋଇଛି ।

ଅନ୍ୟପଟେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନୂଆପଡା କୋମନା ଭବାନୀପାଟଣା କେନ୍ଦ୍ର କୋ-ଅପରେଟିଭ ବ୍ୟାଙ୍କ କର୍ମଚାରୀ ପ୍ରଦୀପ କୁମାର ଚନ୍ଦ୍ରକାରଙ୍କ କାର୍ଯ୍ୟଳୟରେ ଭିଜିଲାନ୍ସ ଚଢ଼ାଉ କରିଥିଲା । ତିନି ଜଣ ଭିଜିଲାନ୍ସ DSP, 3 ଜଣ ଭିଜିଲାନ୍ସ ଇନ୍ସପେକ୍ଟରଙ୍କ ସହିତ ଅନ୍ୟାନ୍ୟ କର୍ମଚାରୀ ଏହି ଚଢ଼ାଉରେ ସାମିଲ ହୋଇଥିଲେ । ଚନ୍ଦ୍ରକାରଙ୍କ ଦ୍ଵିତୀୟ ମହଲା ବିଶିଷ୍ଟ ବିଲ୍ଡିଂ, 3000 ବର୍ଗଫୁଟର ଦୁଇଗୋଟି ବିଲ୍ଡିଂ ଓ କୋମନା ଶାଖା କାର୍ଯ୍ୟାଳୟ ଉପରେ ଚଢାଉ କରିଥିଲା ଭିଜିଲାନ୍ସ ।

ଇଟିଭି ଭାରତ, କଟକ

ABOUT THE AUTHOR

...view details