ଓଡିଶା

odisha

ETV Bharat / state

ଧର୍ମମାସରେ ଆକାଶ ଛୁଆଁ ପରିବା ଦର - vegetable price hike

ବେଲଗାମ ପରିବା ଦର । ପରିବା ଦର ବୃଦ୍ଧି ପ୍ରଭାବିତ କରିଛି ହାଣ୍ଡିଶାଳକୁ । ଦୋହଲାଇ ଦେଇଛି ମାସିକ ବଜେଟ । ଯାହାକୁ ନେଇ ଚିନ୍ତରେ ଖାଉଟି ।

ଧର୍ମ ମାସରେ ଆକାଶ ଛୁଆଁ ପରିବା ଦର

By

Published : Oct 22, 2019, 8:54 PM IST

କଟକ: ଆକାଶ ଛୁଆଁ ପରିବା ଦର । ପ୍ରତ୍ୟେକ ପରିବାର ଦର 50 ଟପିଲାଣି । ଯାହାକୁ ନେଇ ଚିନ୍ତାରେ ଖାଉଟି । କାର୍ତ୍ତିକ ମାସରେ ପରିବା ଦର ପ୍ରାୟ ଦୁଇଗୁଣ ବୃଦ୍ଧି ପାଇଛି । ଅଧିକାଂଶ ପରିବା କିଲୋ ପିଛା ୫୦ଟଙ୍କାରୁ ଊର୍ଦ୍ଧ୍ବ ରହିଛି । ଛତ୍ରବଜାର ମାର୍କେଟରେ ପରିବା ଦର ବୃଦ୍ଧି ଫଳରେ ଖାଉଟିଙ୍କ ଭିଡ଼ କମୁଛି ।

ଧର୍ମ ମାସରେ ଆକାଶ ଛୁଆଁ ପରିବା ଦର

ବଜାରରେ ଟମାଟୋ କିଲୋ ପ୍ରତି ୬୦ ରୁ ୭୦ ଟଙ୍କା, ବିନ୍ସ ୮୦ଟଙ୍କା, ଝୁଡଙ୍ଗ ୬୦ ଟଙ୍କା, ଭେଣ୍ଡି ୫୦ଟଙ୍କା,ବାଇଗଣ 4୦,ପୋଟଳ ୮୦ଟଙ୍କା, ଅମୃତଭଣ୍ଡା ୩୦ଟଙ୍କା ଓ କାଙ୍କଡ଼ କିଲୋପ୍ରତି ୫୦ ଟଙ୍କାରେ ବିକ୍ରି ହେଉଛି । ପରିବା ଦର ବୃଦ୍ଧି ଫଳରେ ଖାଉଟି ମାନେ ବାଧ୍ୟ ହୋଇ ଏକ କିଲୋ ବଦଳରେ ଅଧାକିଲୋ କିଣୁଛନ୍ତି । ପରିବା ବ୍ୟାଗ୍‌ ଫୁଲ କରିବା ପାଇଁ ହେଲେ ଅତିକମ୍‌ରେ ପକେଟରୁ ୫ ଶହଟଙ୍କା କାଢ଼ିବାକୁ ପଡୁଛି ।

ସାଧାରଣତଃ କାର୍ତ୍ତିକ ମାସରେ ପରିବା ଦର ଅଧିକ ରହିଥାଏ । ଚଳିତ ବର୍ଷ କିନ୍ତୁ ପୂର୍ବବର୍ଷ ଅପେକ୍ଷା ଦର ଅଧିକ ରହିଛି । ଲଗାଣ ବର୍ଷା ଯୋଗୁଁ ଅମଳ ସମୟରେ ପରିବା ନଷ୍ଟ ହୋଇଯାଇଛି । ଯେଉଁ ପରିବା ସ୍ଥାନୀୟ ଅଞ୍ଚଳରୁ ଆସିଥାଏ,ତାହା ବର୍ଷାରେ ନଷ୍ଟ ହେବା ଫଳରେ, ପରିବା ମାର୍କେଟରେ ପରିବା ଅଭାବ ଦେଖା ଦେଇଛି ବୋଲି କହିଛନ୍ତି ଛତ୍ର ବଜାର ପରିବା ମାର୍କେଟର ସମ୍ପାଦକ । ସ୍ଥାନୀୟ ଅଞ୍ଚଳରେ ପରିବା ଅମଳ ପର୍ଯ୍ୟନ୍ତ ଦର ଅଧିକ ରହିବ ବୋଲି ସେ କହିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details