କଟକ: ଅନୁଭବଙ୍କ ନାଁରେ ପୁରୀ ଘାଟ ଥାନାରେ ଏତଲା । ଏତଲା ଦେଲେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ(Varsha filed another case against Husband Anubhav) । ସୋସିଆଲ ମିଡ଼ିଆରେ ବର୍ଷାଙ୍କ ଚରିତ୍ର ସଂହାର କରିଥିବା ଏତଲାରେ ଉଲ୍ସେଖ ହୋଇଛି । ସୋସିଆଲ ମିଡ଼ିଆରେ ଗୋଟିଏ ପରେ ଗୋଟିଏ ଭିଡିଓ ସେୟାର କରି ଫ୍ୟାନ୍ସଙ୍କୁ ନିଜର ମନର କଥା ଜଣାଇଥିଲେ ସାଂସଦ ଅନୁଭବ ମହାନ୍ତି । ସେ ନିଜ ବୈବାହିକ ଜୀବନ ସମ୍ପର୍କରେ(Anubhav Varsha Marital Discord) ଫ୍ୟାନ୍ସଙ୍କ ସହିତ ଅନେକ କଥା ସେୟାର କରିଥିଲେ । ଏହି ଭିଡ଼ିଓ ସିରିଜର ୨ୟ ଭିଡ଼ିଓ ଅନୁଭବ ସେୟାର କରିବାର ଗୋଟିଏ ଦିନ ପରେ ସେ ଏତଲା ଦାଏର କହିଛନ୍ତି ।
ଏହା ବି ପଢନ୍ତୁ- ପାର୍ଟ-୨ ଭିଡିଓ ସେୟାର କଲେ ଅନୁଭବ, ହାତ ଯୋଡି କହିଲେ ମତେ ବଞ୍ଚିବାକୁ ଦିଅ
ଏତଲାରେ ବର୍ଷା ଅଭିଯୋଗ କରିଛନ୍ତି ଯେ, ମନଗଢ଼ା ଭିଡ଼ିଓ କରି ଅନୁଭବ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି । ଯେଉଁଥିରେ ବର୍ଷାଙ୍କୁ ଆକ୍ଷେପ କରି ଅନେକ କିଛି କହିଛନ୍ତି । ଏପରିକି ବର୍ଷାଙ୍କ ନାରୀତ୍ବକୁ ଅପମାନ ମଧ୍ୟ କରିଛନ୍ତି । ସୋସିଆଲ ମିଡିଆ ମାଧ୍ୟମରେ ଚରିତ୍ର ସଂହାର କରି ବିରୋଧରେ ଷଡଯନ୍ତ୍ର କରୁଛନ୍ତି । ଭିତ୍ତିହୀନ କାହାଣୀ ସଜେଇ ସମାଜରେ ମର୍ଯ୍ୟାଦାର ସହିତ ବଞ୍ଚିବାର ଅଧିକାର ଛଡାଇ ନେଉଛନ୍ତି । ପୂର୍ବରୁ ବର୍ଷା ଅନେକ ଥର ପୁରୀଘାଟ ଥାନାରେ ଏତଲା ଦେଇଥିବା ବେଳେ ଅନୁଭବ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିବା ଭିଡ଼ିଓ ଯାହାକି ବର୍ଷାଙ୍କୁ ଆକ୍ଷେପ କରି ଅନେକ କିଛି କହିଥିବା ସେ ଅଭିଯୋଗ କରିଛନ୍ତି ।