ଓଡିଶା

odisha

ETV Bharat / state

ପାରିବାରିକ ଅଦାଲତରେ ବର୍ଷା-ଅନୁଭବ ବିବାହ ବିଚ୍ଛେଦ ମାମଲା, ବର୍ଷାଙ୍କୁ ଅପ୍ରାସଙ୍ଗିକତା ପ୍ରଶ୍ନ ପଚାରିଲେ ଅନୁଭବଙ୍କ ଓକିଲ !

ସାଂସଦ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାହ ବିଚ୍ଛେଦ ମାମଲାରେ କଟକ ଫାମିଲି କୋର୍ଟରେ ହାଜର ହୋଇଛନ୍ତି ଉଭୟ। ଅଧିକ ପଢନ୍ତୁ

barsha anubhav marital discord
barsha anubhav marital discord

By

Published : Apr 11, 2023, 11:04 PM IST

barsha anubhav marital discord

କଟକ:ସାଂସଦ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାହ ବିଚ୍ଛେଦ ମାମଲା। ଏନେଇ କଟକ ଫାମିଲି କୋର୍ଟରେ ଆଜି ହାଜର ହୋଇଛନ୍ତି ଉଭୟ। ଏହି ମାମଲା ରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଜେରା କରିଛନ୍ତି ଅନୁଭବଙ୍କ ଓକିଲ। ତେବେ ଆଜି ଜେରା ସମୟରେ ଅଭିନେତ୍ରୀ ବର୍ଷା ସମସ୍ତ ପ୍ରକାରର ସହଯୋଗ କରିଥିବା ନେଇ ଜେରା ସରିବା ପରେ ବର୍ଷାଙ୍କ ଓକିଲ କହିଛନ୍ତି। ମାତ୍ର ଅନୁଭବଙ୍କ ଓକିଲ କିଛି ଅପ୍ରାସଙ୍ଗିକ ପ୍ରଶ୍ନ କରିଥିବା ନେଇ ବର୍ଷାଙ୍କ ଓକିଲ କହିଛନ୍ତି। ଯାହାକୁ ବର୍ଷାଙ୍କ ଓକିଲ ବିରୋଧ କରିଥିଲେ।

ସେହିପରି ଅନ୍ୟପଟେ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଅନୁଭଵଙ୍କ ଓକିଲ। ତେବେ ପରବର୍ତ୍ତୀ ଶୁଣାଣୀ କେବେ ହେବ ସେ ନେଇ କୋର୍ଟ ଦିନ ଧାର୍ଯ୍ୟ କରିବେ। କୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ମୁତାବକ ଆଜି କଟକ ଫାମିଲି କୋର୍ଟରେ ଉଭୟ ପତି ପତ୍ନୀ ହାଜର ହୋଇଥିଲେ। ଉଭୟଙ୍କ ପାରିବାରିକ ବିବାଦ ମାମଲାର ଶୁଣାଣି ମଧ୍ୟ ହାଇକୋର୍ଟ ରେ ଜାରି ରହିଛି। ବିଶେଷକରି ସୋସିଆଲ ମିଡିଆରେ ପରସ୍ପର ବିରୋଧରେ ଆକ୍ଷେପ ଘଟଣାରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପକ୍ଷରୁ ହାଇକୋର୍ଟରେ ଦାୟର କରାଯାଇଥିଲା।

ସୋସିଆଲ ମିଡିଆରେ ବର୍ଷା ପ୍ରିୟଦର୍ଶିନୀଙ୍କ ବିରୋଧରେ ସ୍ବାମୀ ତଥା ସାଂସଦ ଅନୁଭବ ମହାନ୍ତି ବାରମ୍ବାର ଆକ୍ଷେପ କରୁଥିବା ନେଇ ବର୍ଷା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ମାମଲାର ପ୍ରାରମ୍ଭିକ ଶୁଣାଣୀରେ ପରସ୍ପର ବିରୋଧରେ କେହି ସୋସିଆଲ ମିଡିଆରେ ଆକ୍ଷେପ କରିବେ ନାହିଁ ବୋଲି କୋର୍ଟ ପୂର୍ବରୁ ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ। ମିଡିଆରେ ଅନୁଭବ ମହାନ୍ତି ଭିଡିଓ ଛାଡି ବିଭିନ୍ନ କଥା କହୁଥିବା ବେଳେ ବର୍ଷା ପ୍ରିୟଦର୍ଶିନୀ ଏହି ପ୍ରସଙ୍ଗକୁ ନେଇ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

ତେବେ ୨୦୨୨ ମେ ୨୭ରେ ହାଇକୋର୍ଟ ଏ ସଂପର୍କିତ ମାମଲାର ଶୁଣାଣି କରି ବର୍ଷାଙ୍କ ବ୍ୟକ୍ତିଗତ ପ୍ରସଙ୍ଗକୁ ନେଇ ଅନୁଭବ ମହାନ୍ତି ଆଉ କୌଣସି ମନ୍ତବ୍ୟ ସୋସିଆଲ ମିଡିଆରେ ଦେଇ ପାରିବେ ନାହିଁ ବୋଲି ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ। ଏଥି ସହିତ ପରସ୍ପରକୁ ଆକ୍ଷେପ କରି ଆବେଦନକାରୀ ବର୍ଷା ଓ ପ୍ରତିପକ୍ଷ ଅନୁଭବ କୌଣସି ମନ୍ତବ୍ୟ ସୋସିଆଲ ମିଡିଆରେ ଦେଇ ପାରିବେ ନାହିଁ ବୋଲି ହାଇକୋର୍ଟ କହିଥିଲେ।ସେହିପରି ପ୍ରକାଶ ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାହ ବିଚ୍ଛେଦ ଓ ଅନ୍ୟ କେତେକ ମାମଲା ଅଦାଲତରେ ବିଚାରାଧୀନ ଥିବା ବେଳେ ଏବେ ସୋସିଆଲ ମିଡିଆରେ ନାନା କଥା ଚର୍ଚ୍ଚା କରାଯାଉଛି।

ସୋସିଆଲ ମିଡିଆରେ ତାଙ୍କ ବିରୋଧରେ ବିଭିନ୍ନ କଥା ଚର୍ଚ୍ଚା ଦ୍ବାରା ମାନ ମର୍ଯ୍ୟାଦା ହାନି ହେଉଛି ବୋଲି ବର୍ଷା ଦର୍ଶାଇ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଅନୁଭବ ଭିଡିଓ ମାଧ୍ୟମରେ ନିଜ ମତ ରଖୁଥିବା ବେଳେ ଏ ସବୁ ବର୍ଷାଙ୍କ ଜୀବନ ସହିତ ଜଡିତ। ପରିବାର ଅଦାଲତରେ ମାମଲା ବିଚାରାଧୀନ ଥିବା ବେଳେ ସୋସିଆଲ ମିଡିଆରେ ବିଭିନ୍ନ କଥା ଏହି ପ୍ରସଙ୍ଗରେ ଚର୍ଚ୍ଚା କରିବା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ। କୌଣସି ସତ୍ୟତା ନ ଥିବା ଓ ଭିତ୍ତିହୀନ କଥା ସବୁ ସୋସିଆଲ ମିଡିଆରେ ତାଙ୍କ ବିରୋଧରେ କୁହାଯାଉଛି। ଏପରି ସୋସିଆଲ ମିଡିଆ ପୋଷ୍ଟ ଉପରେ ଅଙ୍କୁଶ ଜାରି କରାଯିବା ଆବଶ୍ୟକ ବୋଲି ବର୍ଷାଙ୍କ ଆବେଦନରେ ଦର୍ଶାଯାଇଥିଲା।

ଇଟିଭି ଭାରତ, କଟକ

ABOUT THE AUTHOR

...view details