ଓଡିଶା

odisha

ETV Bharat / state

ସାଥୀ ସାତଜନ୍ମର, କ୍ରୀଡାରୁ ଭାଲେଣ୍ଟାଇନ: ୟୁନୁସ-ନମିତା - 62 ବର୍ଷୀୟ ଶେଖ ୟୁନୁ

ଏକ ସ୍ବତନ୍ତ୍ର ପ୍ରେମକାହାଣୀ, 62 ବର୍ଷୀୟ ଶେଖ ୟୁନୁସ ଓ 60 ବର୍ଷୀୟ ନିୟାମାତୁନ ନିଶା ବେଗମଙ୍କର । ଅଧିକ ପଢନ୍ତୁ...

_Valentine Day Special: from teammate to become Valentine
ସାଥୀ ସାତଜନ୍ମର, କ୍ରୀଡାରୁ ଭାଲେଣ୍ଟାଇନ: ୟୁନୁସ-ନମିତା

By

Published : Feb 14, 2021, 7:14 PM IST

କଟକ: ପ୍ରେମ ହେଉଛି ଶାସ୍ବତ ଓ ଚିରନ୍ତନ । ପ୍ରେମ ଦେଖେନି ବର୍ଣ୍ଣ ଜାତି ସମ୍ପ୍ରଦାୟ । କେବଳ ମନକୁ ମନ ଜିଣିଲେ ଆରମ୍ଭ ହୋଇଯାଏ ଏହି ଅତୁଟ ବନ୍ଧନ । ଯାହା କେବଳ ଅଢେଇ ଅକ୍ଷରରେ ବର୍ଣ୍ଣିତ । ତେବେ ଏହି ପ୍ରେମକୁ ନେଇ ଅନେକ ଇତିହାସ ମଧ୍ୟ ରହିଛି । ଏମିତିକି ଅନେକ ପ୍ରେମୀଯୁଗଳ ସମାଜ ପାଇଁ ବଡ଼ ଉଦାହରଣ ସାଜିଛନ୍ତି ।

ସାଥୀ ସାତଜନ୍ମର, କ୍ରୀଡାରୁ ଭାଲେଣ୍ଟାଇନ: ୟୁନୁସ-ନମିତା

ସେମିତି ଏକ ସ୍ବତନ୍ତ୍ର ପ୍ରେମକାହାଣୀ ହେଉଛି 62 ବର୍ଷୀୟ ଶେଖ ୟୁନୁସ ଓ 60 ବର୍ଷୀୟ ନିୟାମାତୁନ ନିଶା ବେଗମଙ୍କର । ଆଶ୍ଚର୍ଯ୍ୟ ଲାଗିପାରେ, ମାତ୍ର ପ୍ରକୃତ ସତ୍ୟ ତ ପ୍ରେମ କାହାଣୀର ଭିତର କଥା ।

ଉଭୟ ହେଉଛନ୍ତି ସଫଳ କ୍ରୀଡ଼ାବିତ । ୟୁନୁସ ଫୁଟବଲକୁ ନେଇ ଗୌରବ ହାସଲ କରିଥିଲା ବେଳେ ନିଶା ବେଗମ ଜଣେ ସଫଳ ଆଥଲେଟ । କିନ୍ତୁ ତାଙ୍କ ପ୍ରେମ କାହାଣୀ ଟିକେ ନିଆରା । ୟୁନୁସ ଜଣେ ମୁସଲିମ ପରିବାରର ପୁଅ ହୋଇଥିବାବେଳେ, ନିୟାମାତୁନ ନିଶା ବେଗମ ବିବାହ ପୂର୍ବରୁ ଥିଲେ ହିନ୍ଦୁ ଘରର ଝିଅ । ନାମ ଥିଲା ନମିତା ମିଶ୍ର । ଏକ ବ୍ରାହ୍ମଣ ପରିବାରର ଝିଅ ହେଉଛନ୍ତି ନମିତା । ପୂର୍ବରୁ କ୍ରୀଡା ଅଭ୍ୟାସ ସମୟରେ ଉଭୟଙ୍କ ମଧ୍ୟରେ ହୋଇଥିଲା ଭେଟଘାଟ । କିନ୍ତୁ ଉଭୟଙ୍କ ମନରେ ପ୍ରେମ ଭାବ ଜାଗ୍ରତ ହୋଇଥିଲେ ସୁଦ୍ଧା କହିବାକୁ ଡରୁଥିଲେ । ହେଲେ ତେବେ 1972ରୁ ଉଭୟଙ୍କ ମଧ୍ୟରେ ଗଢି ଉଠିଥିବା ପ୍ରେମ ସମ୍ପର୍କ, 8 ବର୍ଷ ପରେ 1980 ମସିହାରେ ଉଭୟ ବୈବାହିକ ଜୀବନରେ ବାନ୍ଧି ହୋଇଥିଲେ ।

ୟୁନୁସ ଦେଖିନଥିଲେ ଜାତି ଭେଦ । ସେହି ଦିନଠୁ ବିତିଯାଇଛି 40 ବର୍ଷ । ଉଭୟ ଜେଜେ ବାପା ଓ ଜେଜେ ମାଆ ହୋଇସାରିଲେଣି । କିନ୍ତୁ ତାଙ୍କ ମଧ୍ୟରେ ଅତୁଟ ରହିଛି ସେହି ଭଲ ପାଇବା । ଅନ୍ୟପଟେ ବେଗମଙ୍କୁ ଖେଳ ଖେଳରେ ହୋଇଯାଇଥିଲା ପ୍ରେମ । ହେଲେ ସେ ଘରେ କହିବାକୁ ଡରୁଥିଲେ । କାରଣ ଶେଖ ୟୁନୁସ ହେଉଛନ୍ତି ଜଣେ ମୁସଲମାନ । କିନ୍ତୁ ନିଜ ପ୍ରେମ କୁ କେବେ ବି ହାତ ଛଡା କରିବେନି ବୋଲି ଲକ୍ଷ୍ୟ ରଖିଥିଲେ ମମତା ମିଶ୍ର ଓରଫ ନିୟାମାତୁନ ନିଶା ବେଗମ । ଶେଷରେ ୟୁନୁସଙ୍କ ହାତ ଧରି ଜୀବନ ସାଥି ପାଲଟି ଯାଇଥିଲେ ମମତା । ଆଉ ବାହାଘର ପରେପରେ ମମତାରୁ ପାଲଟି ଯାଇଥିଲେ ନିୟାମାତୁନ ନିଶା ବେଗମ । 40 ବର୍ଷର ଏହି ସମ୍ପର୍କ ମଧ୍ୟରେ ବେଗମଙ୍କ ଉପରେ ନାଁ ଆସିଛି କିଛି ଦୁଃଖ ନାଁ ଆସିଛି କ୍ଳେଶ । ଉଭୟଙ୍କ ମୁଁହରେ ସର୍ବଦା ରହିଛି ହସ । ଆଉ ଜୀବନ ତମାମ ଏହି ପ୍ରେମ ବଜାୟ ରଖିବାକୁ ନେଇଛନ୍ତି ଶପଥ ।

ଯେବେ ସଚ୍ଚା ପ୍ରେମ ହୁଏ, ଦେଖନି ଜାତି, ବର୍ଣ୍ଣ, ଓ ସମ୍ପ୍ରଦାୟ । ଯାହାର ଉଦାହରଣ ହେଉଛନ୍ତି କଟକ ଶେଖବଜାରର ଶେଖ ୟୁନୁସ ଓ ନିୟାମାତୁନ ନିଶା ବେଗମଙ୍କ ଯୋଡି । ତେବେ ଉଭୟଙ୍କ ଜୀବନରେ ଖେଳ ନିଶା କେତେବେଳେ ଭାଲେଣ୍ଟାଇନରେ ହେଲା ପରିବର୍ତ୍ତନ ତାହା ଏବେ ସମସ୍ତଙ୍କ ପାଇଁ ବଡ଼ ଉଦାହରଣ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details