କଟକ:ଖୁବଶୀଘ୍ର ମଧୁବାରିଷ୍ଟର ତଥା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ସମାଧି ସ୍ଥଳର ନବୀକରଣ ହେବାକୁ ଯାଉଛି । ଯାହାଦ୍ବାରା ଏହି ସ୍ଥଳଟି ନୂଆ ଲୁକ୍ ପାଇବ । ତେବେ ଆଜି(ଗୁରୁବାର) ମଧୁବାବୁଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ କଟକ ଗୋରା କବରରେ ଥିବା ମଧୁବାବୁଙ୍କ ସମାଧି ସ୍ଥଳରେ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ବିଧାୟକମାନେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ଏବଂ ଏହି ସ୍ଥଳର ନବୀକରଣ ସମ୍ପର୍କରେ ସ୍ପଷ୍ଟ କରିଛନ୍ତି ।
ଓଡ଼ିଆ ଜାତିର ଗଠନରେ ମଧୁବାବୁଙ୍କ ଅବଦାନ ଅତୁଳନୀୟ ହୋଇଥିବା ବେଳେ ତାଙ୍କ ସମ୍ପର୍କିତ ଜଡ଼ିତ ସ୍ଥାନକୁ ଅବହେଳା କରାଯାଉଛି । ମଧୁବାବୁଙ୍କ ସମାଧି ସ୍ଥଳରେ ଲାଇଟ ବ୍ୟବସ୍ଥା ନଥିବା ବେଳେ ଅଳିଆ ଆବର୍ଜନା ସଫା ହେଉନାହିଁ । ତେବେ ଜିଲ୍ଲାପାଳ ସିଏମସିଙ୍କୁ ତାଗିଦ କରିବା ପରେ ଏହି ସ୍ଥାନରେ ସାମାନ୍ୟ ପରିବର୍ତ୍ତନ ଆସିଛି ।