କଟକ:ଆଜି ଉତ୍କଳ ଦିବସ। 1936 ମସିହା ଏପ୍ରିଲ 1 ଅର୍ଥାତ ଆଜିର ଦିନରେ ଭାଷା ଭିତ୍ତିରେ ସ୍ବତନ୍ତ୍ର ପ୍ରଦେଶର ମାନ୍ୟତା ପାଇଥିଲା ଓଡ଼ିଶା। ନବଗଠିତ ରାଜ୍ୟ ଭାବେ ଦେଶର ମାନଚିତ୍ରରେ ଶୋଭା ପାଇଥିଲା ଉତ୍କଳ ପ୍ରଦେଶ । ଏହି ସ୍ମୃତିରେ ପ୍ରତିବର୍ଷ ଆଜିର ଦିନକୁ ଉତ୍କଳ ଦିବସ ରୂପେ ପାଳନ କରାଯାଇଥାଏ । ଓଡିଶା ପ୍ରଦେଶ ଗଠନରେ ଓଡ଼ିଆ ଵୀରପୂତ୍ରଙ୍କ ବଳିଦାନ ସର୍ବଦା ଚିର ସ୍ମରଣୀୟ । ଏହି ଉପଲକ୍ଷେ କଟକରେ ମଧ୍ୟ ଉତ୍କଳ ଦିବସ ପାଳନ କରାଯାଇଛି ।
ଉତ୍କଳ ଦିବସ ୨୦୨୨: କଟକ ଗୋରା କବରରେ ଉତ୍କଳ ଦିବସ ପାଳିତ - ଉତ୍କଳ ଦିବସ ୨୦୨୨
ଆଜି ଓଡ଼ିଶା ଦିବସ। ଏହି ଅବସରରେ କଟକରେ ଗୋରା କବରରେ ଥିବା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ସମାଧି ସ୍ଥଳରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ମଧୁ ବାବୁଙ୍କ ସ୍ମୃତି ଚାରଣ କରିଛନ୍ତି କଟକ ଜିଲାପାଳ ଭବାନୀ ଶଙ୍କର ଚୟିନୀ । ଅଧିକ ପଢନ୍ତୁ
ଉତ୍କଳ ଦିବସ ୨୦୨୨: କଟକ ଗୋରା କବରରେ ଉତ୍କଳ ଦିବସ ପାଳିତ
କଟକରେ ଗୋରା କବରରେ ଥିବା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ସମାଧି ସ୍ଥଳରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ମଧୁ ବାବୁଙ୍କ ସ୍ମୃତି ଚାରଣ କରିଛନ୍ତି କଟକ ଜିଲାପାଳ ଭବାନୀ ଶଙ୍କର ଚୟିନୀ । ଅନ୍ୟପଟେ ଗୋରା କବରରେ ଥିବା ଏହି ସ୍ମାରକୀ ପୀଠକୁ ଜାତୀୟ ମାନ୍ୟତା ଓ ପରିପାର୍ଶ୍ଵକୁ ଉତ୍ତମ ସୌନ୍ଦର୍ଯ୍ୟକରଣ ପାଇଁ ଦାବି କରିଛନ୍ତି ବିଭିନ୍ନ ସାମାଜିକ ସଙ୍ଗଠନ । ତେବେ ଏହି ସ୍ମୃତି ପୀଠର ପୁନଃଉଧାର ପାଇଁ ଶୀଘ୍ର ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି କଟକ ଜିଲ୍ଲାପାଳ ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ