ଓଡିଶା

odisha

ETV Bharat / state

ଚୌଦ୍ୱାରରେ ଉଦଘାଟିତ ହେଲା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଉପକୃତ ହେବେ 50 ହଜାରରୁ ଅଧିକ - Urban Primary Health Center inaugurated by health minister

କଟକ ଚୌଦ୍ବାର ଅଞ୍ଚଳରେ ଉଦଘାଟିତ ହୋଇଛି ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର। ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ଓ ନଗର ଉନୟନ ମନ୍ତ୍ରୀ ପ୍ରତାପ ଜେନା ଏହି ପ୍ରାଥମିକ କେନ୍ଦ୍ରକୁ ଉଦଘାଟନ କରିଛନ୍ତି। ଅଧିକ ପଢ଼ନ୍ତୁ...

Urban Primary Health Center has been inaugurated at Chaudhwar
ଚୌଦ୍ୱାରରେ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଉଦଘାଟିତ

By

Published : Dec 18, 2020, 6:46 AM IST

କଟକ:ଚୌଦ୍ବାର ଅଞ୍ଚଳରେ ଉଦଘାଟିତ ହୋଇଛି ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର। ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ଓ ନଗର ଉନୟନ ମନ୍ତ୍ରୀ ପ୍ରତାପ ଜେନା ଏହି ପ୍ରାଥମିକ କେନ୍ଦ୍ରକୁ ଉଦଘାଟନ କରିଛନ୍ତି । ଦୀର୍ଘବର୍ଷ ଧରି ଏହି ଅଞ୍ଚଳରେ ସ୍ବାସ୍ଥ୍ୟକେନ୍ଦ୍ରର ଆବଶ୍ୟକତା ରହିଥିଲା ଗୁରୁବାର ଏହି ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଉଦଘାଟନ ହେବା ପରେ ସ୍ଥାନୀୟ ଲୋକେ ଖୁସି ଜାହିର କରିଛନ୍ତି।

ଚୌଦ୍ୱାରରେ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଉଦଘାଟିତ

ଏହି ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଦ୍ବାରା ଚୌଦ୍ବାର ଅଞ୍ଚଳର ପ୍ରାୟ ୫୦ ହଜାରରୁ ଅଧିକ ଲୋକ ଉପକୃତ ହେବେ । ୫୦ ଲକ୍ଷ ଟଙ୍କା ବିନିମୟରେ ଏହା ନିର୍ମାଣ କରାଯାଇଛି। ଏହାପରେ ଉକ୍ତ ସ୍ବାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକ ଡାକ୍ତର, ସ୍ବାସ୍ଥ୍ୟକେନ୍ଦ୍ର, ଷ୍ଟାଫ ନର୍ସ ଆଦିର କୌଣସି ସମସ୍ୟା ରହିବ ନାହିଁ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି।

ଏହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ଚୌଦ୍ବାରର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ। ଏହାଦ୍ବାରା ଚୌଦ୍ବାରବାସୀଙ୍କ ଏହା ଦୀର୍ଘଦିନର ସ୍ୱପ୍ନ ପୁରଣ ହୋଇଛି ବୋଲି ସେ କହିଛନ୍ତି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details