ଓଡିଶା

odisha

ଓଡିଶା ଦେଖିବ ନିଆରା ନେତାଜୀ ଜୟନ୍ତୀ, ଭାସ୍କର୍ଯ୍ୟ କଳାରେ ଝଲସିବ ବୀରତ୍ବ କାହାଣୀ

By

Published : Jan 22, 2022, 4:01 PM IST

ରାତି ପାହିଲେ ନେତାଜୀ ଜୟନ୍ତୀ । ନେତାଜୀଙ୍କ ଜୀବନୀକୁ ଶିଳ୍ପୀ ଦେଉଛନ୍ତି ଜୀବନ। କଟକ ସହରର ସୁନାମଧନ୍ୟ ୧୫ ଜଣ ଭାସ୍କର୍ଯ୍ୟ ଶିଳ୍ପୀ ନେତାଜୀଙ୍କ ବିଭିନ୍ନ ଜୀବନଶୈଳୀକୁ ଆଧାର କରି ତିଆରି କରୁଛନ୍ତି ମୂର୍ତ୍ତି । ଏହା ନେତାଜୀଙ୍କ ୧୨୫ ତମ ଜୟନ୍ତୀରେ ସଂଗ୍ରହାଳୟରେ ପ୍ରଦର୍ଶିତ କରାଯିବ । ଅଧିକ ପଢନ୍ତୁ

ଓଡିଶା ଦେଖିବ ନିଆରା ନେତାଜୀ ଜୟନ୍ତି
ଓଡିଶା ଦେଖିବ ନିଆରା ନେତାଜୀ ଜୟନ୍ତି

କଟକ:ରାତି ପାହିଲେ ନେତାଜୀ ଜୟନ୍ତୀ । ନେତାଜୀଙ୍କ ଜୀବନୀକୁ ଶିଳ୍ପୀ ଦେଉଛନ୍ତି ଜୀବନ। କଟକ ସହରର ସୁନାମଧନ୍ୟ ୧୫ ଜଣ ଭାସ୍କର୍ଯ୍ୟ ଶିଳ୍ପୀ ନେତାଜୀଙ୍କ ବିଭିନ୍ନ ଜୀବନଶୈଳୀକୁ ଆଧାର କରି ତିଆରି କରୁଛନ୍ତି ମୂର୍ତ୍ତି । ନେତାଜୀଙ୍କ ବୀରତ୍ୱର କାହାଣୀ, ନେତାଜୀଙ୍କ ଆଦର୍ଶ, ସ୍ଵାଧୀନତା ସଂଗ୍ରାମ ପାଇଁ ନେତାଜୀଙ୍କ ବିଦେଶ ଯାତ୍ରା ସହ ବିଶେଷ ଘଟଣାକୁ ନେଇ ଏହି ଭାସ୍କର୍ଯ୍ୟ ତିଆରି କରାଯାଉଛି। ଏହା ନେତାଜୀଙ୍କ ୧୨୫ ତମ ଜୟନ୍ତୀରେ ସଂଗ୍ରାହଳୟରେ ପ୍ରଦର୍ଶିତ କରାଯିବ ।

ଓଡିଶା ଦେଖିବ ନିଆରା ନେତାଜୀ ଜୟନ୍ତୀ, କାନ୍ଥରେ ଝଲସିବ ବୀରତ୍ବ କାହାଣୀ

ସହରର ଭାସ୍କର୍ଯ୍ୟ ଶିଳ୍ପୀଙ୍କୁ ପ୍ରୋତ୍ସାହନ ଦେବା ପାଇଁ ଏହି ଯୋଜନା ହାତକୁ ନେଇଛି ଲଳିତ କଳା ଏକାଡେମୀ । ଏହାସହ ଜୟନ୍ତୀ ପରେ ମଧ୍ୟ ଏହି ତମାମ ମୂର୍ତ୍ତିକୁ ସଂଗ୍ରହାଳୟରେ ରଖି ପର୍ଯ୍ୟଟକଙ୍କ ଦୃଷ୍ଟି ଆକର୍ଷଣ କରାଯିବ। ତେବେ ଏହି କାର୍ଯ୍ୟକ୍ରମ ହେବା ଦ୍ୱାରା ମୂର୍ତ୍ତି ନିର୍ମାଣ ପାଇଁ କାରିଗରଙ୍କ ମୁହଁରେ ଫୁଟିଛି ହସ ।

ପାର୍ବଣ ଋତୁରେ କଟକର ମୂର୍ତ୍ତି କାରିଗର ଭଲ ଦି ପଇସା ରୋଜଗାର କରିଥାନ୍ତି। ହେଲେ ଗଲା ଦୁଇ ବର୍ଷ ହେଲାଣି କରୋନା ପାଇଁ ଲାଗିଥିବା କଟକଣା ଯୋଗୁଁ ସେମାନଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଛି। ତେଣୁ ଏମାନଙ୍କୁ ପ୍ରୋତ୍ସାହନ ଦେବା ପାଇଁ ଏପରି କାର୍ଯ୍ୟକ୍ରମ କରାଯାଉଛି। ଏହାସହ ନେତାଜୀ ଜନ୍ମ ସ୍ଥାନର ବିକାଶ ପାଇଁ ସଂସ୍କୃତି ବିଭାଗ ମଧ୍ୟ ଏହି ଦିଗରେ ଚେଷ୍ଟା ଜାରି ରଖିଛି । କିପରି ନେତାଜୀ ସଂଗ୍ରହାଳୟ ପରିପାର୍ଶ୍ଵର ବିକାଶ କରିବା ସହ ପର୍ଯ୍ୟଟକଙ୍କ ମନକୁ ମୋହିତ କରିବ ସେନେଇ ମଧ୍ୟ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିବା କହିଛନ୍ତି ସଂସ୍କୃତି ବିଭାଗ ନିର୍ଦ୍ଦେଶକ ।

ନେତାଜୀଙ୍କ ଜନ୍ମ ସ୍ଥାନକୁ ଆହୁରି ବିକାଶ କରିବା ପାଇଁ ରଖାଯାଇଥିହା ଲକ୍ଷ୍ୟକୁ ଖୁବ କମ ଦିନ ମଧ୍ୟରେ ସମ୍ପାଦନ ହେବା ନେଇ ରାଜ୍ୟ ସରକାରଙ୍କ ବିଭାଗ ପକ୍ଷରୁ ଗ୍ରୀନ ସିଗନାଲ ଦିଆଯାଇଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details