ଓଡିଶା

odisha

ETV Bharat / state

Fake Certificate Issue: ଭର୍ତ୍ତୃହରି, କେନ୍ଦ୍ରମନ୍ତ୍ରୀଙ୍କ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି - କଟକ ସାଂସଦ ଭର୍ତ୍ତୃହରି ମହତାବ

ବଲାଙ୍ଗୀର ନକଲି ସାର୍ଟିଫିକେଟ ଘଟଣା । କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ଓ କଟକ ସାଂସଦ ଭର୍ତ୍ତୃହରି ମହତାବ ପ୍ରତିକ୍ରିୟା ରଖି ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Apr 13, 2023, 7:33 PM IST

କେନ୍ଦ୍ରମନ୍ତ୍ରୀଙ୍କ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

କଟକ:ରାଜ୍ୟରେ ଚହଳ ସୃଷ୍ଟି କରିଥିବା ଫେକ ସାର୍ଟିଫିକେଟ ଦେଇ ଚାକିରି ହାତେଇବା ଘଟଣା । ଏନେଇ ମୁହଁ ଖୋଲିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ । ଏହି ଘଟଣାରେ CBI ତଦନ୍ତ ହେବା ଆବଶ୍ୟକ ବୋଲି ସେ କହିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଏହାସହ କଟକ ସାଂସଦ ଭର୍ତ୍ତୃହରି ମହତାବ ମଧ୍ୟ ଘଟଣାର ବିଧିବଦ୍ଧ ତଦନ୍ତ ଓ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଲାଗି ଦାବି କରିଛନ୍ତି ।

ଏନେଇ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ କହିଛନ୍ତି, "ଘଟଣାରେ CBI ତଦନ୍ତ ହେବା ଆବଶ୍ୟକ । ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ଦରକାର । ଏ ଘଟଣାରେ ଯେଉଁମାନେ ଜଡିତ ସେମାନଙ୍କ ପାଖରେ ନୈତିକତା, ଆଧ୍ୟାତ୍ମିକତା ଓ ଶିକ୍ଷାଗତ ବ୍ୟବସ୍ଥାରେ ତ୍ରୁଟି ରହିଛି । ଆମ ଶିକ୍ଷାରେ ନୈତିକ ଶିକ୍ଷାର ଅଭାବ ଯୋଗୁଁ ଏଭଳି ଘଟଣା ଘଟୁଛି । ଏଭଳି ଅଧୋଗତିକୁ ରୋକିବା ପାଇଁ ଶିକ୍ଷା ବ୍ୟଵସ୍ଥାରେ ନୈତିକ ଶିକ୍ଷାର ଆବଶ୍ୟକତା ରହିଛି ।"

ଏହା ବି ପଢନ୍ତୁ- Dharmendra Pradhan on By-Poll: ଉପନିର୍ବାଚନ ହେଉଛି କାହିଁକି ? ତାହା ହିଁ ପ୍ରସଙ୍ଗ

ସେହିପରି କଟକ ସାଂସଦ ଭର୍ତ୍ତୃହରି କହିଛନ୍ତି, "ମୁଁ ରାଜ୍ୟ ସରକାରଙ୍କୁ ଆକ୍ଷେପ କରୁନାହିଁ । ହେଲେ ପୁରା ଘଟଣାର ବିଧିବଦ୍ଧ ତଦନ୍ତ ହେବା ସହ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ । ଏଭଳି ନକଲି ସାର୍ଟିଫିକେଟ ହାସଲ କରି ଅନୁପଯୁକ୍ତ ପ୍ରାର୍ଥୀ ଚାକିରି ପାଉଥିବା ବେଳେ ଉପଯୁକ୍ତ ପ୍ରାର୍ଥୀ ଚାକିରିରୁ ବଞ୍ଚିତ ହେଉଛନ୍ତି । ପୂର୍ବରୁ ବିହାର ଓ ଅନ୍ୟ ସ୍ଥାନରେ ଏଭଳି ଘଟଣା ଦେଖିବାକୁ ମିଳୁଥିଲା । କିନ୍ତୁ ଏବେ ରାଜ୍ୟରେ ଚାଲୁଛି । ଏହା ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ହେବା ଆବଶ୍ୟକ ।"

ବଲାଙ୍ଗୀରରୁ ନକଲି ସାର୍ଟିଫିକେଟ ରାକେଟ ଘଟଣା ସାମ୍ନାକୁ ଆସିବା ପରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ । କେବଳ ବଲାଙ୍ଗୀର ନୁହେଁ ରାଜ୍ୟର ଅନେକ ଜିଲ୍ଲା ଓ ବାହର ରାଜ୍ୟକୁ ମଧ୍ୟ ଏହାର ଚେର ଲମ୍ବିଛି । ଫେକ୍‌ ସାର୍ଟିଫିକେଟ ଜରିଆରେ ଅନେକ ଲୋକ ପୋଷ୍ଟାଲରେ ଚାକିରି ହାତେଇଛନ୍ତି । ଏହି ଘଟଣାରେ ଏବେ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରଖିଛି । ଯଦି ଏହି ମାମଲା ସିବିଆଇ ହାତକୁ ଗଲା ତେବେ ଏହାର ଚେର କେଉଁ ପର୍ଯ୍ୟନ୍ତ ଲମ୍ବିଛି ସେନେଇ ଅଧିକ ତଥ୍ୟ ସାମ୍ନାକୁ ଆସିପାରିବ । ତେବେ ଏହି ବଡ଼ ରାକେଟ ଉପରେ ଆଜି ଏଭଳି ପ୍ରତିକ୍ରିୟା ରଖିଥିଲେ ଉଭୟ କେନ୍ଦ୍ରମନ୍ତ୍ରୀ ଓ ସାଂସଦ ।

ଇଟିଭି ଭାରତ, କଟକ

ABOUT THE AUTHOR

...view details