କଟକ: ରାଜ୍ୟରେ ଚେଷ କ୍ରୀଡାର ବିକାଶ ନେଇ ଅଣ୍ଟା ଭିଡିଲେ ରାଜ୍ୟ ସରାକର । ବାରବାଟୀ ଷ୍ଟାଡିୟମ ହର୍ସ ଗେଟ ପରିସରରେ ଆରମ୍ଭ ହୋଇଯାଇଛି ଅଲ ଓଡିଶା 9 ବର୍ଷରୁ କମ ଓପନ ଚେସ ଚମ୍ପିଆନସିପ। ଏହି ଦୁଇ ଦିନିଆ ଚମ୍ପିଆନସିପରେ ଓଡିଶାରୁ 165 ଜଣ ଖେଳାଳି ଅଂଶଗ୍ରହଣ କରିଛନ୍ତି। ଖେଳାଳିଙ୍କ ମଧ୍ଯରେ ସାତ ରାଉଣ୍ଡ ପ୍ରତିଦ୍ବନ୍ଦିତା ହେବା ପରେ ଶ୍ରେଷ୍ଠ ଖେଳାଳି ବଛା ଯିବ। ଏଥିରୁ ଶ୍ରେଷ୍ଠ ଦୁଇ ବାଳକ ଓ ବାଳିକା ଝାଡ଼ଖଣ୍ଡରେ ହେବାକୁ ଥିବା ଆଗାମୀ ଜାତୀୟ ଚମ୍ପିଆନସିପରେ ଓଡିଶାର ପ୍ରତିନିଧିତ୍ବ କରିବେ।
ତେବେ ଓପନ ମୁକାବିଲାରେ 120 ରୁ ଉର୍ଦ୍ଧ୍ବ ଖେଳାଳି ରହିଥିଲା ବେଳେ ଅନ୍ୟାନ୍ୟ ଖେଳାଳି ମଧ୍ୟ ନିଜର ଦକ୍ଷତା ଦେଖାଇଥିଲେ। ରାଜ୍ୟରେ ଚେସ ଖେଳର ଲୋକପ୍ରିୟତାକୁ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ମାନ ଗ୍ରହଣ କରୁଛନ୍ତି। ରାଜ୍ୟ କ୍ରୀଡା ବିଭାଗର ଅଧୀନରେ ଆଗକୁ ଅନେକ ଚେସର ମେଗା ମୁକାବିଲା ଖେଳାଯିବ ବୋଲି ରାଜ୍ୟ ସଂଘ ପକ୍ଷରୁ କୁହାଯାଇଛି। ତେବେ କଟକରେ ଏହି ପ୍ରତିଯୋଗିତାରେ ଅନେକ ଖେଳାଳି ଭଲ ପଦର୍ଶନ କରୁଛନ୍ତି। ରାଜ୍ୟ ସଂଘ ଭଲ ପ୍ରଶିକ୍ଷଣ ଓ ଦକ୍ଷ କୋଚଙ୍କୁ ନିଯୁକ୍ତି ଦେବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛି। କାହିଁକି ନା ରାଜ୍ୟରେ ଅନେକ ନାମ କରା ଚେସ ଖେଳାଳି ଆନ୍ତର୍ଜାତିୟ ସ୍ତରରେ ନିଜର ପ୍ରତିଭା ଦେଖାଇ ସାରିଛନ୍ତି । ଯେପରି ପଦ୍ମିନୀ ରାଉତ , ଦେବାଶିଷ ଦାସ ଭଳି ଅଭିଜ୍ଞ ଖେଳାଳି ବର୍ତ୍ତମାନ ରାଜ୍ୟ କ୍ରୀଡା ଜଗତରେ ନିଜର ପରିଚୟ ସୃଷ୍ଟି କରିଛନ୍ତି।