କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟର ଦୁଇଟି ହଷ୍ଟେଲରୁ ଦୁଇଜଣ କୋରୋନା ପଜିଟିଭି ଚିହ୍ନଟ ହୋଇଛନ୍ତି । ଫଳରେ ହେବାକୁ ଥିବା ୟୁଜି ଓ ପିଜି ପରୀକ୍ଷାକୁ ଅନିର୍ଦ୍ଧିଷ୍ଟକାଳ ପର୍ଯ୍ୟନ୍ତ ସ୍ଥଗିତ କରାଯାଇଛି ।
ବିଶ୍ବ ବିଦ୍ୟାଳୟର ମହାନଦୀ ଓ ପରିଜା ଛାତ୍ରାବାସରୁ ଜଣେ ଲେଖାଏଁ ପଜିଟିଭି ଚିହ୍ନଟ ହୋଇଛନ୍ତି । କୋରୋନା ସଂକ୍ରମଣ ଚିହ୍ନଟ ହେବା ପରେ ବିଶ୍ବ ବିଦ୍ୟାଳୟର ୟୁଜି ଓ ପିଜି ପରୀକ୍ଷାକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ହୋଇଛି । ହଷ୍ଟେଲର ଯେଉଁ ରୁମରୁ ପଜିଟିଭି ଚିହ୍ନଟ ହୋଇଛନ୍ତି ସେ ରୁମକୁ ସାନିଟାଇଜ କରାଯାଇଛି । ଏହା ସହିତ କଣ୍ଟାକ୍ଟ ଟ୍ରେସିଂକୁ ମଧ୍ୟ ଜାରି ରହିଛି ।