କଟକ: ପୂର୍ବତନ ମନ୍ତ୍ରୀ ତଥା ରାଉରକେଲା ବିଧାୟକ ଶାରଦା ନାୟକଙ୍କ ବିରୋଧରେ ହାଇକୋର୍ଟରେ ନିର୍ବାଚନୀ ମାମଲା ଦାଏର ହୋଇଛି । ଶାରଦା ନାୟକ ଲାଭଜନକ ସଂସ୍ଥା ସହ ଜଡିତ ଥିବା ଦର୍ଶାଇ ତାଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିବାକୁ ମାମଲା ଦାଏର ହୋଇଛି । ବିଜେପିର ପରାଜିତ ପ୍ରାର୍ଥୀ ନିହାର ରଞ୍ଜନ ରାୟ ଏହି ମାମଲା ଦାଏର କରିଛନ୍ତି ।
ଏହାଛଡା ସେ ନିଜର ଅପରାଧିକ ପୃଷ୍ଟଭୂମୀ ଏବଂ ସମ୍ପତ୍ତି ବିଷୟରେ ସମ୍ପୁର୍ଣ୍ଣ ତଥ୍ୟ ସତ୍ୟପାଠରେ ଦେଇନଥିବା ଅଭିଯୋଗ ହୋଇଛି । ଏ ସବୁକୁ ଦୃଷ୍ଟିରେ ରଖି ଶାରଦାଙ୍କ ନିର୍ବାଚନ ଅସିଦ୍ଧ ଘୋଷଣା କରି ତାଙ୍କୁ ବିଜୟୀ ଘୋଷଣା କରିବା ପାଇଁ ନିହାର ନିଜ ଆବେଦନରେ ଦର୍ଶାଇଛନ୍ତି । ସେହିପରି ସାନଖେମୁଣ୍ଡି ବାହୁବଳୀ ବିଧାୟକ ରମେଶ ଜେନାଙ୍କ ବିରୋଧରେ ମଧ୍ୟ ନିର୍ବାଚନୀ ମାମଲା ହାଇକୋର୍ଟରେ ଦାଏର ହୋଇଛି ।