କଟକ/ଯାଜପୁର:କୋଭିଡ୍ ମହାମାରୀର ପ୍ରଭାବରେ ଚାରିଆଡେ ଏକ ଅସନ୍ତୁଳିତ ବାତାବରଣ ସୃଷ୍ଟି ହୋଇଛି । ବିଭିନ୍ନ ରାଜ୍ୟରେ ରୋଗୀମାନଙ୍କ ଚିକିତ୍ସା ପାଇଁ ଆବଶ୍ୟକ ହେଉଥିବା ଅମ୍ଳଜାନ ଏଲଏମଓ(ଲିକୁଇଡ୍ ମେଡିକାଲ ଅକ୍ସିଜେନ୍) ପର୍ଯ୍ୟାପ୍ତ ପରିମାଣରେ ମିଳୁପାରୁନାହିଁ । ସେଥିପାଇଁ ଚିକିତ୍ସା କ୍ଷେତ୍ରରେ ଏକ ବଡ ସମସ୍ୟା ଦେଖାଦେଇଛି । ଯାଜପୁର ଜିଲ୍ଲା କଳିଙ୍ଗନଗର ଟାଟାଷ୍ଟିଲ୍ ପକ୍ଷରୁ ନିଜସ୍ବ ଉଦ୍ୟମରେ ବାହାର ରାଜ୍ୟକୁ ଏଲଏମଓ ଯୋଗାଇଦେବା କ୍ଷେତ୍ରରେ ପ୍ରୟାସ ଆରମ୍ଭ ହୋଇଛି ।
ଗୁରୁବାର ଓ ଶୁକ୍ରବାର ଦୁଇ ଦିନ ମଧ୍ୟରେ 5ଟି କଣ୍ଟେନରରେ ବିଶାଖାପାଟଣା, ମହାରାଷ୍ଟ୍ର ଓ ହାଇଦ୍ରାବାଦକୁ କୋଭିଡ୍ ଚିକିତ୍ସା ପାଇଁ ଏଲଏମଓ ଅକ୍ସିଜେନ ଯୋଗାଇ ଦିଆଯାଇଛି । ଯାଜପୁର ପୋଲିସ୍ ପକ୍ଷରୁ ଏଥିପାଇଁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯାଉଥିବା ଯାଜପୁର ଏସପି ରାହୁଲ୍ ପିଆର୍ ସୂଚନା ଦେଇଛନ୍ତି।